ଶ୍ରୀମନ୍ଦିର ଚାରିପଟୁ ୭୫ ମିଟର ଉଚ୍ଛେଦ ପ୍ରକ୍ରିୟା ଜାରି; ଭଙ୍ଗାଯିବ ୯୦୦ ବର୍ଷର ଏମାର ମଠ

ପୁରୀ: ଶ୍ରୀକ୍ଷେତ୍ରର ସୁରକ୍ଷା ଏବଂ ପୁରୀକୁ ବିଶ୍ୱ ଐତିହ୍ୟସ୍ଥଳୀ କରିବା ପାଇଁ ଶ୍ରୀମନ୍ଦିର ଚାରିପାଖରୁ ୭୫ ମିଟର ପର୍ଯ୍ୟନ୍ତ ଜାରି ରହିଛି ଉଚ୍ଛେଦ ଅଭିଯାନ । ଗତକାଲି ଲଙ୍ଗୁଳି ମଠ ଭାଙ୍ଗିବା ପରେ ଆଜି ଐତିହାସିକ ଏମାର ମଠର ପାଳି । ଏମାର ମଠ ସହ ଏହି କୋଠାରେ ଥିବା ଐତିହାସିକ ରଘୁନନ୍ଦନ ପାଠାଗାରକୁ ସ୍ଥାନାନ୍ତର କରାଯିବ । ସେହିପରି ବଡ ଆଖଡା ମଠ ଉପରେ ବୁଲିବ ବୁଲଡୋଜର । ଏକାଧିକ ଦୋକାନ ଘରକୁ ମଧ୍ୟ ଭଙ୍ଗାଯିବ ।

ଏହା ପୂର୍ବରୁ ମଠ ମହନ୍ତ ଓ ଏଠାରେ ଖୋଲିଥିବା ଦୋକାନୀଙ୍କୁ ତୁରନ୍ତ ଘର ଖାଲି କରିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଥିଲା । ତେଣୁ ଏମାର ମଠ ତଳେ ଥିବା ଦୋକାନ ଘର ସବୁ ଖାଲି ହୋଇଯାଇଛି । ମାଜିଷ୍ଟ୍ରେଟ୍, ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ, ଏସ୍ପି ଓ ୩୦ ପ୍ଲାଟୁନ୍ ଫୋର୍ସଙ୍କ ଉପସ୍ଥିତିରେ ମଠ ଓ ଦୋକାନ ଉଛେଦ କରାଯିବ ।

ମେଘନାଦ ପାଚେରୀ ଠାରୁ ମାତ୍ର ଅଳ୍ପ ଦୂରରେ ଥିବା ଏମାର ମଠକୁ ପୂର୍ବରୁ ଜିଲ୍ଲାପ୍ରଶାସନ ବିପଦସଂକୁଳ ଘୋଷଣା କରିଥିଲେ । ତେବେ ମଠ ପରିସରରେ ଥିବା ମନ୍ଦିର ଓ ପୂଜାପାଉଥିବା ଠାକୁରଙ୍କୁ ପୁର୍ବଭଳି ରଖାଯିବାକୁ ନିଷ୍ପତ୍ତି ନିଆଯାଇଛି । ଏହାପରେ ବଡ ଆଖଡା ମଠ ଭଙ୍ଗାଯିବ । ବହୁ ପୁରାତନ ଐତିହ୍ୟ ମଠ ଏମାରମଠ ଧରାଶାୟୀ ହେବା ସହ ଇତିହାସ ପାଲଟିଯିବ ଏହି ମଠ ପରିସରରେ ଥିବା ରଘୁନନ୍ଦନ ପାଠାଗାର । ଏହି ଲାଇବ୍ରେରୀରେ ଜଗନ୍ନାଥ ସଂସ୍କୃତି ସହ ବହୁ ପୁସ୍ତକ ଓ ତାଳପତ୍ର ପୋଥି ରହିଛି ।

   ସମ୍ବନ୍ଧିତ ଖବର


ପୁରୀକୁ ସ୍ୱତନ୍ତ୍ର ଟ୍ରେନର ସମ୍ପ୍ରସାରଣ -ଅକ୍ଟେବାର ପହିଲାରୁ ଟ୍ରେନ ଗୁଡ଼ିକର ଅତିରିକ୍ତ ରହଣି

ନଭେମ୍ବର ୩ରେ ବାଲେଶ୍ଵର ଓ ତିର୍ତ୍ତୋଲ୍ ଭୋଟ୍

କରୋନା ଆକ୍ରାନ୍ତ ହୋଇ ସାମ୍ୱାଦିକ ତାରିଣୀ ପାଢ଼ୀଙ୍କ ମୃତ୍ୟୁ

କମିଶନରେଟ୍‌ ପୁଲିସର ଅତିରିକ୍ତ କମିଶନର ଭାବେ ଦାୟିତ୍ୱ ନେଲେ ଆଇପିଏସ୍‌ ରେଖା ଲୋହାନି

ଅପରାହ୍ନ ୩ଟା ଯାଏଁ ଗୃହ ମୁଲତବି

ସୋସିଆଲ ମିଡିଆରେ ଅହିରାଜକୁ ମାରିବା ଦୃଶ୍ୟ