PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ଅଷ୍ଟ୍ରେଲିଆରେ ଜରୁରୀକାଳିନ ସ୍ଥିତି: ଜଳୁଛି ଜଙ୍ଗଲ, ପାଉଁଶ ହୋଇଗଲେ ହଜାର ହଜାର କଙ୍ଗାରୁ

ସିଡନୀ, ୧୯|୧୨:     ଅଷ୍ଟ୍ରେଲିଆରେ ଚଳିତ ବର୍ଷ ଦ୍ବିତୀୟ ଥର ପାଇଁ ଏମରଜେନ୍ସି ବା ଜରୁରୀକାଳିନ ପରିସ୍ଥିତି ଘୋଷଣା କରାଯାଇଛି। କାରଣ ଜଙ୍ଗଲରେ ଲାଗିଥିବା ନିଆଁ ସିଡନୀ ସହରକୁ କବଳିତ କରି ରଖିଛି। ଏବେ ସିଡନୀର ଚାରିପଟେ ଥିବା ପ୍ରାୟ ୧୦୦ଟି ଜଙ୍ଗଲରେ ନିଆଁ ଲାଗିଛି।

ନିଆଁ ଯୋଗୁଁ ସିଡନୀ ସହରରେ କଳା ବାଦଲ ଛାଇ ହୋଇ ରହିଛି। ଫଳରେ ସହରରେ କୁହୁଡି ଭଳି ପରିସ୍ଥିତି ଉପୁଜିଛି। ୨୦ମିଟରରୁ ଅଧିକ ଦୂରକୁ ଦେଖିବା ସମ୍ଭବପର ହୋଇପାରୁ ନାହିଁ।

ଏପରିକି ସିଡନୀ ସହରର ଚାପମାତ୍ରା ୪୫ ଡିଗ୍ରୀ ଉପରେ ରହିଛି। ଲୋକଙ୍କୁ ସୁରକ୍ଷିତ ରହିବାଚୁ ଚେତାବନୀ ଦିଆଯାଇଛି। ନ୍ୟୁସାଉଥ ଓ୍ବେଲସରେ ଅଗ୍ନିଶମ ବାହିନୀ ଦୋକାନ, ସରକାରୀ ଅଫିସ, ସ୍କୁଲ, ବଜାର ଆଦି ବନ୍ଦ କରିଦେଇଛି। ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ସିଡନୀଠାରୁ ୧୯୦ କିମି ଦୂରରେ ଥିବା ସୋହେଲହେବନ୍ ନାମକ ଏକ ସହରକୁ ସମ୍ପୂର୍ଣ୍ଣ ଖାଲି କରିଦିଆଯାଇଛି।

ଏବେ ସୁଧା ଅଷ୍ଟ୍ରେଲିଆରେ ଜଙ୍ଗଲରେ ଲାଗିଥିବା ନିଆଁ ହେତୁ 6ଜଣ ପ୍ରାଣ ହରାଇ ସାରିଛନ୍ତି। ପ୍ରାୟ ୭୦୦ ଘର ଜଳିଯାଇଛି। ପ୍ରାୟ ୩୦ଲକ୍ଷ ଏକରର ଜଙ୍ଗଲ ଜଳି ପାଉଁଶ ହୋଇଯାଇଛି। ଏଥିରେ ହଜାର ହଜାର କଙ୍ଗାରୁ ଓ ଅନ୍ୟ ପଶୁପକ୍ଷୀ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ତେବେ ନିଆଁ ଲିଭାଇବା କାର୍ଯ୍ୟରେ ପ୍ରାୟ ୧୭୦୦ଜଣ ଆଗ୍ନୀକ ମୁତୟନ ହୋଇଛନ୍ତି।ତେବେ ଏହି ସଂଖ୍ୟା ଅଧିକ ନୁହେଁ କାରଁ ସିଡନୀରେ ପ୍ରାୟ ୫୦ଲକ୍ଷ ଲୋକ ବସବାସ କରନ୍ତି।