
ଅହମ୍ମଦାବାଦ – ଆପଣ କୌଣସି କମ୍ପାନୀ କି ଅଫିସ୍ରେ ଚାକିରୀ କରୁଛନ୍ତି । ଏବେ ସାବଧାନ ହୋଇଯାନ୍ତୁ । ଯଦି ଚାକିରୀ ଛାଡ଼ିବାର ପ୍ଲାନିଂ କରୁଛନ୍ତି ତ କମ୍ପାନୀର ନିୟମାନୁସାରେ ଚାକିରୀ ଛାଡ଼ିବାର ଯୋଜନା କରନ୍ତୁ । ନୁହେଁତ ଅସୁବିଧାରେ ପଡ଼ିବେ । ଏମିତି ଏକ ଖବର ଏବେ ସାମନାକି ଆସିଛି ।
ଗୁଗଲ ମ୍ୟାପ୍ ଦେଖି ଯାଉଥିଲେ – ଡ୍ୟାମ୍ ଭିତରେ ପଶିଗଲା କାର…ପହଁରି ନପାରି ଜୀବନ ହାରିଲେ ଚାଳକ
ନିର୍ଦ୍ଦାରିତ ନୋଟିସ୍ ପିରିୟଡରେ ଯଦି ଆପଣ ଚାକିରୀ ଛାଡ଼ୁଛନ୍ତି ତ ଏହା ଆପଣଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ । ଯଦି କର୍ମଚାରୀ ନିଜର ଚାକିରୀ ଛାଡ଼ିବା ପୂର୍ବରୁ ଦେଇଥିବା ନୋଟିସ୍ ମିରିୟଡକୁ ପୂରା କରୁନାହାନ୍ତି ତ ତାଙ୍କ ଠାରୁ ଦରମା ଉପରେ ୧୮ ପ୍ରତିଶତ ବସ୍ତୁ ଓ ସେବା କର ଅର୍ଥାତ୍ ଜିଏସ୍ଟି କର ଲାଗିବ ।
ଗୁଜରାଟ ଅଥୋରିଟି ଅଫ୍ ଆଡଭାନ୍ସ ରୁଲିଂ ଏହି ସମ୍ୱନ୍ଧରେ ଏକ ପ୍ରମୁଖ ନିଷ୍ପତ୍ତି ଶୁଣାଇଛନ୍ତି । ଏହି ମୁତାବିକ୍ ସେ କହିଛନ୍ତି ନୋଟିସ୍ ପିରିୟଡ ପୂରା ନକରି ଚାକିରୀ ଛାଡ଼ୁଥିବା କର୍ମଚାରୀଙ୍କ ଉପରେ ୧୮ ପ୍ରତିଶତ ଜିଏସ୍ଟି ଆଦାୟ ହେବ । ଡ଼ଙ୍ଗା ବୁଡ଼ିବା ପୂର୍ବରୁ ଡ୍ୟାନ୍ସ କରୁଥିଲେ ମହିଳାମାନେ , ସାମନାକୁ ଆସିଲା ଭାଇରାଲ ଭିଡ଼ିଓ
ଅଥୋରିଟି ଏକ ଏମିତି ମାମଲା ର ଶୁଣାଣି କରିଥିଲେ , ଯେଉଁଠି ଅହମ୍ମଦାବାଦ ସ୍ଥିତ ଏକ୍ସପୋର୍ଟ କମ୍ପାନୀ ଏମନେଲ ଫାର୍ମାସ୍ୟୁଟିକଲ୍ସ ର ଜଣେ କର୍ମଚାରୀ ୩ ମାସର ନୋଟିସ୍ ଅବଧିର ପୁରା ନକରି ଚାକିରୀ ଛାଡ଼ିବାର ନିଷ୍ପତ୍ତି ନେଇଥିଲେ । ଫାର୍ମାସ୍ୟୁଟିକଲ ପ୍ରଡକ୍ଟ ତିଆରି କରିଥିବା କମ୍ପାନୀ, ଯାହାକି ନିଜର ସବୁ ପ୍ରଡକ୍ଚର ରପ୍ତାନୀ କରେ ।

ବାସ୍ତବିକ୍ ବିଷୟ ଏହି ଯେ , ନୋଟିସ୍ ପିରିୟଡକୁ ନେଇ ଅଲଗା ଅଲଗା କମ୍ପାନୀ ଗୁଡ଼ିକର ଅଲଗା ଅଲଗା ନିୟମ ହୋଇଥାଏ । ଗୋଟେ ମାସରୁ ୩ ମାସ ଯାଏ ନୋଟିସ୍ ପିରିୟଡ ପୂରା କରିବାକୁ ହୋଇଥାଏ । ଏମନେଲ ଫାର୍ମାସ୍ୟୁଟିକଲ୍ସରେ ୩ ମାସର ନୋଟିସ୍ ପିରିୟଡ଼ ଥିଲା । କିନ୍ତୁ ସେହି କର୍ମଚାରୀ ଜଣଙ୍କ ନୋଟିସ୍ ପିରିୟଡ ପୂରା ନକରି ଚାଲିଯିବାର ନିଷ୍ପତ୍ତି ନେଇଥିଲେ ।