PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋରାପୁଟ: କୋଟିଆରେ ଆନ୍ଧ୍ର କର୍ମଚାରୀଙ୍କୁ ଅଧାରାସ୍ତାରେ ଅଟକାଇଲା ଓଡ଼ିଶା ପୋଲିସ
  • ||
  • କଳାହାଣ୍ଡି: ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଅଫିସ ଘେରାଉ, ଘଟଣାସ୍ଥଳରେ ଉତ୍ତେଜନା ଜାରି
  • ||
  • ଭଦ୍ରକ: ବଉଳ ପୋଖରୀ ଅଞ୍ଚଳରୁ ୩୧୬ ଗ୍ରାମ୍ ବ୍ରାଉନସୁଗର ଜବତ କଲା ଗ୍ରାମଞ୍ଚଳ ଥାନା ପୋଲିସ, ୩ ଗିରଫ
  • ||
  • କେନ୍ଦୁଝର: ନିଖୋଜ ୪ ବର୍ଷର ଶିଶୁକନ୍ୟାର ଉଲଂଗ୍ନ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗିଦେଇଥିବା ସନ୍ଦେହ
  • ||
  • ଖପ୍ରାଖୋଲ: ଯୁବକ ନିଖୋଜ ଅଭିଯୋଗ, ଶୁଳିଆବାହାଳ ଜଙ୍ଗଲ ମାଟିତଳୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଢ଼େଙ୍କାନାଳ: ଷଢ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ ଲହଡ଼ା ସରଂକ୍ଷିତ ଜଙ୍ଗଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା ଦନ୍ତା, ସେପ୍ଟିସିମିଆ ରୋଗରେ ଥିଲା ପୀଡିତ
  • ||
  • ନୂଆଦିଲ୍ଲୀ : ଆରପାରିରେ ଭେଟେରାନ୍ ଅଭିନେତ୍ରୀ ମୀନୁ ମୁମତାଜ
  • ||
  • ବାଙ୍କୀ : ଜଙ୍ଗଲୀ ବାରହା ଉପଦ୍ରବ, ରାତିହେଲେ ଉଜାଡୁଛନ୍ତି ଏକର ଏକର ଫସଲ
  • ||
  • ଭୁବନ : ବାଲି ଘାଟକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ, ବାପ-ପୁଅ ଗୁରୁତର
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୦୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରେ ସାମାନ୍ୟ ଖସିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ : ନଭେମ୍ବର ୨୯ରୁ ସଂସଦର ଶୀତ ଅଧିବେଶନ, ୨୦ଟି କାର୍ଯ୍ୟ ଦିବସ ରହିବ
  • ||
  • ଭୁବନେଶ୍ୱର : ଆଗକୁ ବଢ଼ିବ ଶୀତ, ଆଭ୍ୟନ୍ତରୀଣ ଓଡ଼ିଶାରେ ୨ ଡିଗ୍ରୀ ଖସିଲା ତାପମାତ୍ରା
  • ||
  • ଭୁବନେଶ୍ୱର : ଓଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ, ପୁରୀ ସଦର ବିଡିଓ ଭାବେ ନୂଆ ଦାୟିତ୍ଵ ସମ୍ଭାଳିବେ ସମ୍ବିତ ଶତପଥୀ
  • ||
  • ସୁନ୍ଦରଗଡ଼ : ହାତୀପଲଙ୍କୁ ଘଉଡାଇବା ବେଳେ ଅଘଟଣ, ହାତୀ ଆକ୍ରମଣରେ ଯୁବକ ମୃତ
  • ||

ସଲମାନ ଖାନଙ୍କୁ ଟକ୍କର ଦେବେ ଏହି ଅଭିନେତା , ଭିଡ଼ିଓରେ ଦେଖାଇଲେ ଦମଦାର ଶରୀର

ମୁମ୍ୱାଇ – ସଲମାନ ଖାନ୍‌  ଓ କ୍ୟାଟ୍ରିନା କୈଫ୍‌ଙ୍କ ପ୍ରଶଂସକମାନେ ଅପକମିଂ ଟାଇଗର-୩ ପାଇଁ  ବହୁତ ଏକ୍ସାଇଟେଡ୍‌ ଅଛନ୍ତି । ଏହି ଫିଲ୍ମରେ ଇମରାନ୍‌ ହାଶମୀ ମଧ୍ୟ ନଜର ଆସିବେ । ଟାଇଗର-୩ ପାଇଁ ଇମରାନ୍‌ ନିଜର ଫିଜିକ୍‌ ଉପରେ ଖୁବ୍‌ ଧ୍ୟାନ ଦେଉଛନ୍ତି । ଉଲ୍ଲେଖନୀୟ ଯେ, ନିକଟରେ ଇମରାନ୍‌ ହାଶମୀ ଇନଷ୍ଟାଗ୍ରାମ୍ରେ ଦୁଇଟି ଭିଡ଼ିଓ ଶେୟାର କରିଛନ୍ତି । ଏହି ଭିଡ଼ିଓରେ ଇମରାନ୍‌ ହାଶମୀଙ୍କର ଦମ୍‌ଦାର ଶରୀର ସ୍ପଷ୍ଟ ନଜର ଆସୁଛି । ସେପଟେ ଏହା ବି ଦେଖିବାକୁ ମିଳିଛି କି ଇମରାନ୍‌ ହାଶମୀ ନିଜର ଏହି ଫିଜିକ୍‌ ପାଇଁ ବହୁତ ପରିଶ୍ରମ କରିଛନ୍ତି । ଇମରାନ୍‌ଙ୍କର ଏହି ଭିଡ଼ିଓକୁ ପ୍ରଶଂସକ ମାନେ ବହୁତ ପସନ୍ଦ କରୁଛନ୍ତି ।

କହି ରଖୁଛୁ କି , ଟାଇଗର-୩ ସଲମାନ ଖାନ୍‌ଙ୍କର ଟାଇଗର ସରିଜ୍‌ର ୩ୟ କିସ୍ତି । ପ୍ରଥମ ଦୁଇ ଫିଲ୍ମରେ ସଲମାନ ଖାନ ଓ କ୍ୟାଟ୍ରିନା କୈଫଙ୍କର ଯୋଡ଼ି ଖୁବ୍‌ ଧମାକା କରିଥିଲା । ଫିଲ୍ମଟି ଗୋଟେ ପଟେ ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିଥିବା ବେଳେ ଅନ୍ୟପଟେ ବକ୍ସ ଅଫିସରେ ମଧ୍ୟ ଭଲ ଆୟ କରିଥିଲା ।

ସେପଟେ ଟାଇଗର -୩ରେ ଏବେ ଇମରାନ୍‌ ହାଶମୀ ଜଣେ ଭିଲେନ୍ ଭୂମିକାରେ ନଜର ଆସିବେ ଏବଂ ସଲମାନଙ୍କ ସହ ଲଢ଼େଇ କରିବେ । ଗୋଟେପଟେ ଇମରାନ୍‌ ନିଜର ଫିଜିକ୍‌ ଉପରେ କାମ କରୁଥିବା ବେଳେ , ଅନ୍ୟପଟେ ସଲମାନ ବି ନିଜର ବଡ଼ିକୁ ଆହୁରି ଆକର୍ଷଣୀୟ କରିବାରେ ଲାଗିପଡ଼ିଛନ୍ତି ।

ଇମରାନ୍‌ ଖାନ୍ ନିଜର କ୍ୟାରିୟରରେ ଅନେକ ହିଟ୍‌ ଫିଲ୍ମ ଦେଇସାରିଛନ୍ତି । ତାଙ୍କର ଫିଲ୍ମ ସହ  ଅଧିକାଂଶ ଫିଲ୍ମର ଗୀତ ମଧ୍ୟ ସୁପରହିଟ୍‌ ହୋଇଛି ।