ଚୀନରେ ଇମ୍ରାନଙ୍କୁ ଅସମ୍ମାନ: ପାକିସ୍ତାନ ଲୋକ କହିଲେ ଭିକାରୀଙ୍କ ସହ ଏଭଳି ହୁଏ

ନୂଆଦିଲ୍ଲୀ,୨୬।୪: କିଛି ଦିନ ହେବ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସମୟ ଠିକ୍ ଚାଲୁନାହିଁ। ପ୍ରତିଦିନ ଇମ୍ରାନଙ୍କୁ ନେଇ କୌଣସି ନା କୌଣସି ବିବାଦ ଦେଖିବାକୁ ମିଳୁଛି। ଏଇ ଯେମିତି ନିକଟରେ ଇମ୍ରାନ୍ ୪ ଦିନିଆ ଚୀନ ଗସ୍ତରେ ଯାଇଥିଲେ। ବେଜିଂରେ ଆୟୋଜିକ ଓ୍ବେଲ୍ଟ ଆଣ୍ଡ ରୋଡ୍ ସମିଟରେ ଇମ୍ରାନ ଯୋଗଦେବାକୁ ଯାଇଥିଲେ। କିନ୍ତୁ ସେଠାରେ ତାଙ୍କୁ ଯେଉଁଭଳି ଭାବରେ ସ୍ବାଗତ କରାଗଲା ପାକିସ୍ତାନୀ ଲୋକ ଖୁବ୍ ରାଗି ଯାଇଛନ୍ତି। ଲୋକମାନେ ସୋସିଆଲ ମିଡିଆରେ ଇମ୍ରାନଙ୍କ ସ୍ବାଗତ ନେଇ ପ୍ରଶ୍ନ ଉଠାଇଛନ୍ତି। କିଛି ଲୋକ ଇମ୍ରାନଙ୍କୁ ପରିହାସ କରିଥିବା ବେଳେ ଆଉ କିଛି କରିଛନ୍ତି କଡା ସମାଲୋଚନା।

କୁହାଯାଉଛି ଯେ, ଯେତେବେଳେ ଇମ୍ରାନ ଚୀନ ପହଁଞ୍ଚିଥିଲେ ତାଙ୍କର ସ୍ବାଗତ ପାଇଁ ଚୀନର କୌଣସି ବଡ ଅଧିକାରୀ କିମ୍ବା ନେତା ଆସିନଥିଲେ। ବଂର ଇମ୍ରାନ ଖାନଙ୍କ ସ୍ବାଗତ ବେଜିଂର ମ୍ୟୁନିସିପାଲ କମିଟିର ଡେପୁଟି ସେକ୍ରେଟରି ଜେନେରାଲ ଲି ଲିଫେଙ୍ଗ କରିଥିଲେ। ଏହାପରେ ଚୀନକୁ ନିଜର ସବୁଠାରୁ ବଡ ବନ୍ଧୁ କହୁଥିବା ଇମ୍ରାନ ଖାନଙ୍କ ଉପରେ ପାକିସ୍ତାନର ଲୋକେ ଖୁବ୍ ହସିଛନ୍ତି।

ପାକିସ୍ତାନର ଲୋକେ ଟ୍ବିଟରରେ ଟ୍ବିଟ କରି ନିଜର ଅସନ୍ତୋଷ ବ୍ୟକ୍ତି କରିଛନ୍ତି। ଜଣେ ୟୁଜର ଲେଖିଛନ୍ତି, ଆମେ ଚୀନର ସ୍ବାଗତ ସୀମାରେ ଜେଏଫ୍ ୧୭ଥଣ୍ଡର ଯୁଦ୍ଧ ବିମାନ ପଠାଇ କରୁଛୁ କିନ୍ତୁ ଦେଖନ୍ତୁ ଆମର କିଭଳି ସ୍ବାଗତ କରାଯାଉଛି। ସେଭଳି ଆଉ ଜଣେ ୟୁଜର ଏହାର ଜବାବ୍ ଦେଇ  ଲେଖିଛନ୍ତି, ଚୀନ ଜାଣିଛି ଭିକାରୀଙ୍କ ସ୍ବାଗତ କିଭଳି କରାଯାଏ? ଯେତେବେଳେ ନୂଆା ପାକିସ୍ତାନ ପ୍ରଧାନମନ୍ତ୍ରୀ ଚୀନ ଯାଆନ୍ତି, ସେ ଭିକ ମାଗିବା ଆରମ୍ଭ କରିଦେଇଥାନ୍ତି।

ଉଲ୍ଲେଖନୀୟ ଯେ, ଏହା ପୂର୍ବରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଚୀନକୁ ନିଜର ସବୁଠାରୁ ଭଲ ବନ୍ଧୁ, ସାଥିୀ କହି ଗୁଣଗାନ କରିଥିଲେ। ଚୀନ ଯିବା ପୂର୍ବରୁ ଇମ୍ରାନ କହିଥିଲେ ‘ଚୀନ ଆମର ସବୁଠାରୁ ନିକଟତର ବନ୍ଧୁ ଓ ‘ଆଇରନ୍ ବ୍ରଦର’। ମୁଁ ପରସ୍ପର ହିତର ସମସ୍ତ ପ୍ରସଙ୍ଗ ଉପରେ ନିଜର ବିଚାର ଜଣାଇବା ପାଇଁ ମୋର ମିତ୍ର ରାଷ୍ଟ୍ରପତି ଜିନପିଙ୍ଗ ଓ ପ୍ରିମିୟର ଲିଙ୍କୁ ସାକ୍ଷାତ କରିବାକୁ ଉତ୍ସାହିତ।’ କିନ୍ତୁ ଏଭଳି ସ୍ବାଗତ ପରେ ଏବେ ଇମ୍ରାନଙ୍କୁ ନେଇ ଲୋକେ ପରିହାସ କରିବାରେ ଲାଗିଛନ୍ତି।

   ସମ୍ବନ୍ଧିତ ଖବର


ଆଜି ଭାରତ ବନ୍ଦ, ଧର୍ମଘଟ ଯୋଗୁ ପ୍ରଭାବିତ ହେବ ବ୍ୟାଙ୍କ ସେବା

ସ୍ପଷ୍ଟ କଲା ଗୁଗଲ, ‘Google Pay’ରେ ଲାଗିବନି କୌଣସି ଚାର୍ଜ

ମାସ୍କ ପିନ୍ଧୁନଥିଲେ ସାବଧାନ ! ୨୪ ଘଣ୍ଟା ଆପଣଙ୍କ ଉପରେ ନଜର ରଖୁଛି ଡ୍ରୋନ କ୍ୟାମେରା…

କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟ ଦ୍ୱାରା ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ସମ୍ମାନିତ

କରୋନା ବଦଳାଇ ଦେଲା ଜୀବନ ଜୀବିକା; ଦିନେ ଏରୋପ୍ଲେନ ଚଲାଉଥିଲେ, ଆଜି ଦୁଆର ଦୁଆର ବୁଲି କରୁଛନ୍ତି ଫୁଡ ଡେଲିଭରୀ…

Truecaller ଭଳି ଆପ୍ ଲଞ୍ଚ୍ କରିବ ଗୁଗଲ, ରହିବ ଏହି ସବୁ ଫିଚର୍ସ