ସୋପିୟାଁରେ ସୁରକ୍ଷାବଳ-ଆତଙ୍କୀ ମୁହାଁମୁହିଁ: ୨ ଜୈଶ ଆତଙ୍କୀ ସଫା

source:zeenews.india.com
ଶ୍ରୀନଗର ୨୭/୨: ଜମ୍ମୁ କଶ୍ମୀରରେ ଗୋଟେପଟେ ଏଲଓସିରେ ପାକିସ୍ତାନୀ ସେନା ଲଗାତାର ଅସ୍ତ୍ରବିରତି ଉଲ୍ଲଙ୍ଘନ କରୁଛନ୍ତି ତ ଅନ୍ୟପଟେ ସୋପିୟାଁରେ ସୁରକ୍ଷାବଳ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳିମାଡରେ ୨ ଆତଙ୍କୀ ସଫା ହୋଇଛନ୍ତି । ଏହି ୨ ଆତଙ୍କୀ ଜେଶ-ଏ-ମହମ୍ମଦ ସଙ୍ଗଠନର ବୋଲି ଜଣାପଡିଛି । ସୋପିୟାଁରେ ସେନା ସିଆରପିଏଫ ଓ ଜମ୍ମୁ କଶ୍ମୀର ପୋଲିସର ମିଳିତ ଟିମ୍ ଏହି ଅପରେସନକୁ ସଫଳ କରିଛନ୍ତି । ଏଠାରେ ୨-୩ ଜଣ ଆତଙ୍କୀ ଲୁଚିଥିବା ଖବର ମିଳିଥିଲା । ସୁରକ୍ଷାବଳଙ୍କୁ ସୂଚନା ମିଳିଥିଲା ଯେ ଜେଶ-ଏ-ମହମ୍ମଦର ଆତଙ୍କୀ ମେମଁଦର ଗାଁରେ ଲୁଚିଛନ୍ତି । ଏହାପରେ ୧.୧୫ ମିନିଟ୍ ସମୟରେ ସର୍ଚ୍ଚ ଅପରେସନ ଚଲାଯାଇଥିଲା ଓ ଭୋର୍ ପ୍ରାୟ ୪.୪୫ ମିନିଟ୍ ସମୟରେ ଫାୟାରିଂ ଆରମ୍ଭ ହୋଇଥିଲା । ଘଟଣାସ୍ଥଳରେ ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି ।