PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

ଜମ୍ମୁ କଶ୍ମୀର କୁଲଗ୍ରାମରେ ଜଣେ ଆତଙ୍କୀକୁ ସଫା କଲା ସୁରକ୍ଷାବଳ, ସର୍ଚ୍ଚ ଅପରେସନ ଜାରି

https://zeenews.india.com/

କୁଲଗ୍ରାମ ୨୫/୭: ଜମ୍ମୁ-କଶ୍ମୀରର କୁଲଗ୍ରାମରେ ରବିବାର ଜଣେ ଆତଙ୍କୀକୁ ସଫା କରିଛି ସୁରକ୍ଷାବଳ । ଅଞ୍ଚଳରେ ସୁରକ୍ଷାବଳର ସର୍ଚ୍ଚ ଅପରେସନ ଜାରି ରହିଛି । ଚାରିପଟୁ ଘେରାବନ୍ଦୀ କରି ଖୋଜାଖୋଜି ଜାରି ରଖିଛି ସୁରକ୍ଷାବଳ । ତେବେ ମୃତ ଆତଙ୍କୀର ପରିଚୟ ମିଳିପାରିନି । ରବିବାର ସେହି ଅଞ୍ଚଳରେ ସୁରକ୍ଷାବଳ ଉପରକୁ ଅଚାନକ ଆତଙ୍କୀ ଗୁଳି ଚଳାଇଥିଲେ । ସୁରକ୍ଷାବଳ ଏହାର କଡା ଜବାବ ଦେଇଥିଲା । ଏଥିରେ ଜଣେ ଆତଙ୍କୀ ସଫା ହୋଇଥିବା ଜଣାପଡିଛି । ଆଉ କିଛି ଆତଙ୍କୀ ଖସି ଯାଇଥିବା ଜଣାପଡିଛି । ତେବେ ସର୍ଚ୍ଚ ଅପରେସନ ଜାରି ରଖିଛି ଟିମ୍ ।

କହିରଖୁଛୁ ଶନିବାର ବାନ୍ଦୀପୋରାରେ ସୁରକ୍ଷାବଳ ଓ ଆତଙ୍କୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା । ଏଥିରେ ଜଣେ ଜବାନ ଆହତ ହେବା ସହିତ ୨ ଆତଙ୍କୀ ନିହତ ହୋଇଥିଲେ । ଜମ୍ମୁ-କଶ୍ମୀର ପୋଲିସକୁ ସୂଚନା ମିଳିଥିଲା ଯେ ବାନ୍ଦୀପୋରାର ଶୋକବାବା ଜଙ୍ଗଲରେ ଆତଙ୍କୀ ଲୁଚିଛନ୍ତି । ଏହା ପରେ ସୁରକ୍ଷାବଳ ଘଟଣାସ୍ଥଳରେ ପହଞ୍ଚି ଏନକାଉଣ୍ଟର ଆରମ୍ଭ କରିଦେଲା ।

ସମ୍ବନ୍ଧିତ ଖବର