କଟକ ପୋଲିସ ଏନକାଉଣ୍ଟରରେ କୁକ୍ଷାତ ଅପରାଧୀ ବବଲୁ ପାୱାର ଆହତ

କଟକ ୧୧/୧୨: କଟକ ଜଗତପୁର ଥାନା ଅନ୍ତର୍ଗତ ଚୌଦ୍ବାର ଅଞ୍ଚଳରେ ଡକାୟତି ଗ୍ୟାଙ୍କ ଏବଂ ପୋଲିସର ମଧ୍ୟରେ ଏନକାଉଣ୍ଟର। ପୋଲିସ ଏନକାଉଣ୍ଟରରେ ଡକାୟତି ଗ୍ୟାଙ୍ଗର କୁକ୍ଷାତ ଅପରାଧୀ ତଥା ମାଷ୍ଟର ମାଇଣ୍ଡ ବବଲୁ ପାୱାର ଗୁଳି ବାଜିବାରୁ ସେ ଗୁରୁତର ଆହତ ହୋଇଛି। ତାର ଡାହାଣ ଗୋଡରେ ଗୁଳି ବାଜିଛି । ବବଲୁକୁ ଆହତ ଅବସ୍ଥାରେ ଏସ୍ ସିବି ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ ଯେ, ଗତକାଲି ବିଳମ୍ବିତ ରାତିରେ ବବଲୁ ଗ୍ୟାଙ୍ଗର ୮ ଜଣ ଡକାୟତଙ୍କୁ ଗିରଫ କରିଥିଲା ପୋଲିସ । ଚୌଦ୍ବାର ଅଞ୍ଚଳରେ ଏକ ସୁନା ଦୋକାନରୁ ଲୁଟ ଉଦ୍ୟମ ବେଳେ ସେମାନଙ୍କୁ ଧରିଥିଲା ପୋଲିସ । ହେଲେ ମାଷ୍ଟର ମାଇଣ୍ଡ ବବଲୁ ଖସିଯିବାରେ ସଫଳ ହୋଇଥିଲା । ବିଳମ୍ବିତ ରାତିରେ ନରାଜରେ ଚଢାଉ ବେଳେ ବବୁଲୁ ପୋଲିସ ହାବୁଡରେ ପଡିଥିଲା। ପୋଲିସ ଧରିବା ପାଇଁ ଚେଷ୍ଟା କରିବା ବେଳେ ବବଲୁ ପୋଲିସ ଉପରକୁ ଫାୟାରିଂ କରିଥିଲା । ପୋଲିସ ବାଧ୍ୟ ହୋଇ ତାର ଗୋଡକୁ ଗୁଳି କରିଥିଲା ପୋଲିସ । ବବଲୁ ନିକଟରୁ ଗୋଟିଏ ବନ୍ଧୁର, ଗୁଳି ଜବତ ହୋଇଛି।


   ସମ୍ବନ୍ଧିତ ଖବର


ଆଜିଠୁ ୨୭ ତାରିଖ ଯାଏଁ ମିଳିବ ମାଟ୍ରିକ୍ ‌ ସପ୍ଲିମେଣ୍ଟାରୀ ସାର୍ଟିଫିକେଟ୍‌

ବୀରମିତ୍ରପୁର ହାଜତ ମୃତ୍ୟୁ ଘଟଣା: ଅଭିଯୋଗପତ୍ର ପ୍ରତ୍ୟାହାର କଲେ ମୃତକଙ୍କ ପରିବାର

ନାବାଳିକା ଗଣଦୁଷ୍କର୍ମ ମାମଲାରେ ଆସିଲା ରାୟ: ପ୍ରେମିକ ସମେତ ୨ ଅଭିଯୁକ୍ତଙ୍କୁ ଆଜୀବନ ଜେଲ୍‌ ଦଣ୍ଡ ସହ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା

ସାମାନ୍ୟ କଥାରୁ ବୀଭତ୍ସ ହତ୍ୟାକାଣ୍ଡ: ପତ୍ନୀର ମୁଣ୍ଡ ଗଣ୍ଡି ଅଲଗା କରିଦେଲା ସ୍ୱାମୀ, ଅଭିଯୁକ୍ତକୁ ବାନ୍ଧିଲା ପୁଲିସ

ଆଶାରାମଙ୍କ ବେଲ୍‌ ପିଟିସନ ଉପରେ ହେବ ଶୁଣାଣି – ରାଜି ହେଲେ କୋର୍ଟ

ଆଦିବାସୀ ନାବାଳିକା ଦୁଷ୍କର୍ମ ମାମଲା: ୩ ସପ୍ତାହ ପରେ ଜେଲ୍‌ ଗଲେ ଓଏଏସ୍‌ଙ୍କ ଶ୍ୱଶୁର