ଦିଲ୍ଲୀ ପୋଲିସ ସ୍ପେଶାଲ ସେଲ୍‌ର ଏନ୍‌କାଉଣ୍ଟର : ISIS ଆତଙ୍କୀ ଗିରଫ, ଆଇଇଡ଼ି ଏବଂ ଅସ୍ତ୍ରଶସ୍ତ୍ର ଜବତ

ନୂଆଦିଲ୍ଲୀ ୨୨।୮ : ଦିଲ୍ଲୀର ଧଲାକୂଆଁ ରିଙ୍ଗ ରୋଡ ନିକଟରେ ପୋଳିସ-ଆତଙ୍କବାଦୀ ଗୁଳିବିନିମୟ ହୋଇଛି। ପୋଲିସ କହିଛି ଯେ ଏହି ଏନକାଉଣ୍ଟର ବେଳେ ଜଣେ ଆତଙ୍କବାଦୀ ଧରାପଡିଛି। ସ୍ପେଶାଲ୍ ସେଲ୍ ଟିମ୍ ଏପର୍ଯ୍ୟନ୍ତ ଅପରେସନ୍ ଜାରି ରଖିଛି । ସେ କହିଛନ୍ତି ଯେ ବର୍ତ୍ତମାନ ଆହୁରି ଗିରଫ କରାଯାଇପାରେ। IED ସହ ISIS ଆତଙ୍କବାଦୀକୁ ଗିରଫ ନେଇ ଦିଲ୍ଲୀ ସ୍ପେସାଲ ସେଲ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାନୁସାରେ, ଧରାଯାଇଥିବା ଆତଙ୍କବାଦୀର ନାଁ ଅବୁ ୟୁସୁଫ ବୋଲି କୁହାଯାଉଛି। ଆତଙ୍କବାଦୀ ନିକଟରୁ ଦୁଇଟି ଆଇଇଡି ଏବଂ ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ୍ ଏହାର କାର୍ଯ୍ୟ ଆରମ୍ଭ କରିଥିଲେ। ଦିଲ୍ଲୀ ପୋଲିସର ସୂଚନାନୁସାରେ ଗିରଫ ହୋଇଥିବା ଆଇଏସଆଇଏସ୍‌ ଆତଙ୍କବାଦୀ ଅବୁ ୟୁସୁଫ ଉତ୍ତରପ୍ରଦେଶର ବଳରାମପୁରର। ଏକ ଟିମ୍‌ ବଳରାମପୁରରେ ରେଡ୍‌ କରିଛି। ଅବୁ ୟୁସୁଫଙ୍କ ସହ ଅନ୍ୟ ଜଣେ ଆତଙ୍କବାଦୀ ଫେରାର୍‌ ହୋଇଯାଇଛି। ତାଙ୍କୁ ଗିରଫ କରିବା ପାଇଁ ଚଢ଼ାଉ ଜାରି ରହିଛି। ଦିଲ୍ଲୀ ପୋଲିସ କହିଛି ଯେ, ଆଇଏସଆଇଏସ୍ ଆତଙ୍କବାଦୀମାନେ ଦିଲ୍ଲୀରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ କରିବାକୁ ଯୋଜନା କରିଥିଲେ ।

   ସମ୍ବନ୍ଧିତ ଖବର


୩୦ ବିସ୍ଥାପିତ ପାକ୍‌ ନାଗରିକଙ୍କୁ ଅନ୍‌ଲାଇନ୍‌ରେ ଭାରତର ନାଗରିକତା ପ୍ରଦାନ କଲେ ରାଜସ୍ଥାନ ସରକାର

ଅଷ୍ଟ୍ରେଲିଆରେ ଆଦାନୀଙ୍କୁ ବିରୋଧ, ସିଡନୀ ଓ୍ବାନଣ୍ଡେରେ ଧଷେଇ ପଶି ଆସିଲେ ପଡ଼ିଆକୁ ଆନ୍ଦୋଳନକାରୀ , କ୍ୟାମେରାକୁ ଦେଖାଇଲେ ପ୍ଲାକାର୍ଡ

ସୁଶୀଲ ମୋଦୀଙ୍କୁ ରାଜ୍ୟସଭା ଟିକେଟ୍: ପାଶଓ୍ବାନଙ୍କ ସ୍ଥାନରେ ହେଲେ ବିଜେପି ପ୍ରାର୍ଥୀ, ପୂର୍ବତନ ଉପମୁଖ୍ୟମନ୍ତ୍ରୀ କେନ୍ଦ୍ରରେ ହୋଇ ପାରନ୍ତି ମନ୍ତ୍ରୀ

ସାବରିମାଲାରେ କରୋନା ଆତଙ୍କ – ୨୭ କର୍ମଚାରୀଙ୍କ ସହ ୩୯ଲୋକ ସଂକ୍ରମିତ

କରୋନାରେ ଆର୍ଥିକ ପ୍ରଭାବ ପାଇଁ କିମ୍‌ ଜୋଙ୍ଗ୍‌ଙ୍କ ବଢ଼ିଲା କ୍ରୋଧ – ଲୋକଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇଲେ, ମାଛ ମାରିବାରେ ଲଗେଇଲେ ରୋକ୍‌

ଅଷ୍ଟ୍ରିଆର ଏକ ଗାଁର ନାଁ ବଦଳାଇବା ପାଇଁ ଭୋଟିଂ, କାରଣ ହେଉଛି…