PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଆଜି ଅପରାହ୍ନ ୫ଟାରେ କୋଭିଡ଼ ନେଇ ସମିକ୍ଷା କରି​‌ବେ ମୁଖ୍ୟମନ୍ତ୍ରୀ
  • ||
  • ପଞ୍ଜାବ ନିର୍ବାଚନ: ପଞ୍ଜାବ ପାଇଁ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା, ମୁଖ୍ୟମନ୍ତ୍ରୀ ଚେହେରା ହେଲେ ଭାଗୱତ ମାନ୍
  • ||
  • ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଲାଗି ବଡ଼ ଘୋଷଣା, ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ମିଳିବ ୩୦ଲକ୍ଷ ଅନୁକୁମ୍ପା
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୮୦ ହଜାର ଟପିଲା ଆକ୍ଟିଭ କେସ୍, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୧,୦୮୬ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ଵର : ଏଟିଏମ୍‌ରୁ ଲୁଟ୍ ଉଦ୍ୟମ ବେଳେ ଧରାପଡ଼ିଲେ ୨ ଯୁବକ, ଗ୍ୟାସ୍ କଟର ମେସିନ୍ ଜବତ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗାଏବ ହେବ ଶୀତ, ୨ ଦିନ ଘନ କୁହୁଡ଼ି, ୨୩ରୁ ବର୍ଷା ସମ୍ଭାବନା
  • ||
  • କଣ୍ଟାବାଞ୍ଜି : ବାଇକ୍ ଦୁର୍ଘଟଣାଗ୍ରସ୍ତ, ୨ ବାଇକ୍ ଆରୋହୀ ମୃତ
  • ||
  • ଚେନ୍ନାଇ : ୧୮ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଲେ ସାଉଥ୍ ସୁପରଷ୍ଟାର ଧନୁଷ-ଐଶ୍ଵର୍ଯ୍ୟା, ଟ୍ଵିଟ୍ କରି ଦେଲେ ସୂଚନା
  • ||
  • ଲମତାପୁଟ : ପିକଅପ୍ ଭ୍ୟାନ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||

ଆଜିଠୁ ଇଂଲଣ୍ଡ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ: ୨୩ ମାସ ପରେ ଲର୍ଡ୍ସରେ ଲଢିବେ ଦୁଇ ଦଳ

ଲଣ୍ଡନ: ଘରୋଇ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା କାଲିଠୁ ଆରମ୍ଭ ହେବାକୁ ଯାଉଛି ୨ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ । ଐତିହାସିକ ଲର୍ଡ୍ସରେ ଖେଳାଯିବ ପ୍ରଥମ ଟେଷ୍ଟ । ଏହି ଗ୍ରାଉଣ୍ଡରେ ଅନୁଷ୍ଠିତ ୨୦୧୯ ବିଶ୍ୱକପ୍‌ ଫାଇନାଲ୍‌ରେ ଇଂଲଣ୍ଡଠୁ ପରାଜିତ ହୋଇ ନ୍ୟୁଜିଲାଣ୍ଡ ଟାଇଟଲରୁ ବଞ୍ଚିତ ହୋଇଥିଲା । ୨୩ମାସ ପରେ ଉଭୟ ଦଳ ପୁଣି ଥରେ ଏଠାରେ ପରସ୍ପରକୁ ଭେଟିବେ । ହେଲେ ଫର୍ମାଟ୍‌ ଭିନ୍ନ ।

ଏହି ଟେଷ୍ଟ ସିରିଜ ନ୍ୟୁଜିଲାଣ୍ଡ ପାଇଁ ଗୁରୁତ୍ୱପୂର୍ଣ୍ଣ । ଆଗକୁ ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ସିପ୍‌ ଫାଇନାଲ୍‌ ରହିଛି । ଭାରତକୁ ଟାଇଟଲ ମୁକାବିଲାରେ ଭେଟିବା ପୂର୍ବରୁ ନ୍ୟୁଜିଲାଣ୍ଡ ଏହି ଟେଷ୍ଟ ସିରିଜ ଜରିଆରେ ଉପଯୁକ୍ତ ପ୍ରସ୍ତୁତି କରିପାରିବ । ଇଂଲଣ୍ଡ ମଧ୍ୟ ଏହି ଟେଷ୍ଟ ସିରିଜ ପରେ ଭ୍ରମଣକାରୀ ଭାରତ ବିପକ୍ଷରେ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବାର କାର୍ଯ୍ୟକ୍ରମ ରହିଛି ।

ଏହି ଟେଷ୍ଟ ସିରିଜରେ ଇଂଲଣ୍ଡର ଦୁଇ ଷ୍ଟାର୍‌ ଖେଳାଳି ବେନ ଷ୍ଟୋକ୍ସ, ଜୋଫ୍ରା ଆର୍ଚର ଓ ଜୋସ ବଟଲରଙ୍କୁ ଦେଖିବାକୁ ମିଳିବ ନାହିଁ । ଷ୍ଟୋକ୍ସ ଓ ଆର୍ଚର ଆହତ ଅଛନ୍ତି । ଏମାନଙ୍କ ଅନୁପସ୍ଥିତିରେ ଜୋ ରୁଟ୍‌ଙ୍କ ସହ ଓଲି ପୋପ୍‌ ଓ ରୋରି ବର୍ଣ୍ଣସ ବ୍ୟାଟିଂ ବିଭାଗ ସମ୍ଭାଳିବେ । ଆସନ୍ତା କାଲି ନ୍ୟୁଜିଲାଣ୍ଡ ଦଳର ପ୍ରଦର୍ଶନ ଉପରେ ଭାରତୀୟ କ୍ରିକେଟ୍‌ ଦଳର ନଜର ରହିବ । କେନ ୱିଲିୟମସନଙ୍କ ନେତୃତ୍ତ୍ୱ, ରଣକୌଶଳ, ପେସ୍‌ ବାହିନୀର ପ୍ରଦର୍ଶନ ଉପରେ କୋହଲି ବାହିନୀର ନଜର ରହିବ । ବିଶେଷ କରି କେଲି ଜାମିସନଙ୍କ ବୋଲିଂ ଦେଖିବାକୁ କୋହଲି ଓ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି ।