PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ-୧୪: ଆଜି ଖେଳାଯିବ ଦୁଇଟି ମ୍ୟାଚ୍, କୋହଲି-ମୋର୍ଗାନ ଓ ରାହୁଲ-ପନ୍ଥ ମଧ୍ୟରେ ଲଢେ଼ଇ
  • ||
  • ଭୁବନେଶ୍ୱର : ବଦଳିଲା ମୋ ବସ୍‌ ଚଳାଚଳ ସମୟ। ଏଣିକି ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚଳାଚଳ କରିବ ମୋ ବସ୍
  • ||
  • ଭୁବନେଶ୍ୱର: ରମାଦେବୀ ଛାତ୍ରୀନିବାସରୁ ୪ ଛାତ୍ରୀ କରୋନା ପଜିଟିଭ୍, ୧୯ ତାରଖ ପୂର୍ବରୁ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ‌
  • ||
  • ରାଜ୍ୟକୁ ପୁଣି ଫେରିବ ତାତି, ସପ୍ତାହେ ପର୍ଯ୍ୟନ୍ତ ଛଟପଟ କରିବ ଗ୍ରୀଷ୍ମ ପ୍ରକୋପ
  • ||

ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ ମ୍ୟାଚ୍: ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି

https://www.deccanherald.com/

ଅହମ୍ମଦାବାଦ,୨୪।୨: ଭାରତ ଓ ଇଂଲଣ୍ଡ ଭିତରେ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି। ଏହା ଦିବା-ରାତ୍ର ମ୍ୟାଚ୍। ଇଂଲଣ୍ଡ ଟିମ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛି। ଟିମ୍‌ରେ ୪ ଜଣ ଖେଳାଳିଙ୍କର ପରିବର୍ତ୍ତନ କରାଯାଇଛି। ସେଭଳି ଭାରତୀୟ ଟିମରେ ମଧ୍ୟ ଦୁଇଟି ପରିବର୍ତ୍ତନ ହୋଇଛି। ଜସପ୍ରୀତ ବୁମରାହ ଓ ଓ୍ବାଶିଂଟନ ସୁନ୍ଦର ଟିମ୍‌କୁ ଫେରିଛନ୍ତି।

ଭାରତ ପକ୍ଷରୁ ଇଶାନ୍ତ ଶର୍ମା ପ୍ରଥମେ ବୋଲିଂ କରୁଥିବା ବେଳେ ଇଂଲଣ୍ଡ ପକ୍ଷରୁ ଜ୍ୟାକ୍ କାର୍ଲେ ଓ ଡୋମିନିକ୍ ସିବଲେ ଓପନିଂ କରିବେ। ମ୍ୟାଚ୍ ପୂର୍ବରୁ ଇଶାନ୍ତ ଶର୍ମାଙ୍କୁ ୧୦୦ ତମ ଟେଷ୍ଟ ମ୍ୟାଚ୍ ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ  ଓ ଗୃହମନ୍ତ୍ରୀ ଅମିତ ଶାହ ସ୍ମୃତି ଚିହ୍ନ ଦେଇଥିଲେ। କ୍ୟାପଟେନ୍ ବିରାଟ କୋହଲି ଟିମ୍ ଇଣ୍ଡିଆର ସମସ୍ତ ଖେଳାଳିଙ୍କୁ ଗୃହମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ସହ ପରିଚିତ କରାଇଥିଲେ।