PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

+୩ରେ ସାମିଲ ହେବ ପରିବେଶ ଶିକ୍ଷା ଓ ବିପର୍ଯ୍ୟୟ ପରିଚାଳନା କୋର୍ସ

ଭୁବନେଶ୍ଵର, ୨୩/୦୭ : +୩ କୋର୍ସରେ ସାମିଲ ହେବ ପରିବେଶ ଶିକ୍ଷା ଓ ବିପର୍ଯ୍ୟୟ ପରିଚାଳନା। ଏହି ପରିବର୍ତ୍ତିତ ସିଲାବସ୍‌ଟି ଏକ ବାଧ୍ୟତାମୂଳକ ବିଷୟ। ଏହା ସବୁ ଷ୍ଟ୍ରିମ୍ (କଳା, ବିଜ୍ଞାନ,ବାଣିଜ୍ୟ)ରେ ଯୁକ୍ତ ୩ର ପ୍ରଥମ ବର୍ଷର ପ୍ରଥମ ସେମିଷ୍ଟରରେ ପଢାଯିବ । ଏହା ଏକ ୪ -CREDIT ବିଶିଷ୍ଟ ୧୦୦ ମାର୍କର ପେପର ଏବଂ ଏଥିରେ ୪ଟି ୟୁନିଟ୍ ଅଛି।

ଏହି ପରିବର୍ତ୍ତିତ ସିଲାବସ୍‌ରେ ପରିବେଶ ଶିକ୍ଷାର ବିଷୟବସ୍ତୁ ସହ ବିପର୍ଯ୍ୟୟ ଏବଂ ମହାମାରୀ ପରିଚାଳନା ବିଷୟରେ ଧାରଣାତ୍ମକ ଭାବନା ଶକ୍ତି ବୃଦ୍ଧି କରିବା ସଙ୍ଗେ ଜାତୀୟ, ରାଜ୍ୟ ତଥା ଜିଲ୍ଲା ସ୍ତରରେ ଥିବା ବିଭିନ୍ନ ପ୍ରାଧିକରଣ ଗୁଡିକର ଯୋଜନା ଏବଂ କାର୍ଯ୍ୟନ୍ଵୟନ, ବିପର୍ଯ୍ୟୟ ମୁକାବିଲା ଏବଂ ବିପର୍ଯ୍ୟୟ ସମୟରେ ଜୀବିତାବସ୍ଥା କୌଶଳ (SURVIVAL SKILL) ବିଷୟରେ ମଧ୍ୟ ଶିକ୍ଷା ଦିଆଯିବ। ଏହି ପାଠ୍ୟକ୍ରମଟି ବାଧ୍ୟତାମୂଳକ ବିଷୟ ହିସାବରେ ପ୍ରଚଳନ କରାଯିବ। ଯାହାକି ଆମ ରାଜ୍ୟର ବିପର୍ଯ୍ୟୟ ଓ ମହାମାରୀ ପରିଚାଳନା କ୍ଷେତ୍ରରେ ଅଧିକ ଜ୍ଞାନ ଅର୍ଜନ କରିବାରେ ଏବଂ ବିପର୍ଯ୍ୟୟ ଓ ମହାମାରୀକୁ ଜଳବାୟୁ ଜନିତ ହେଉ କିମ୍ବା ଜୈବିକ ଜନିତ ହେଉ ଏହାକୁ ଦକ୍ଷତାର ସହିତ ମୁକାବିଲା କରିବାରେ ସହାୟକ ହେବ।

ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ପ୍ରଚଳିତ ପାଠ୍ୟ ସୂଚୀରେ “ବିପର୍ଯ୍ୟୟ ଓ ମହାମାରୀ ପରିଚାଳନା ” ବିଷୟକୁ ସାମିଲ କରିବା ପାଇଁ ରାଜ୍ୟ ସରକାର ମେ ମାସ ୨୯ତାରିଖରେ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନେଇଥିଲେ। ସେହି ଅନୁସାରେ, ଓଡିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ସ୍ନାତକ ସ୍ତରରେ(UG) ପ୍ରଚଳିତ ମଡେଲ “ପରିବେଶ ବିଜ୍ଞାନ” ସିଲାବସ୍‌କୁ “ପରିବେଶ ଶିକ୍ଷା ଓ ବିପର୍ଯ୍ୟୟ ପରିଚାଳନା”ରେ ପରିବର୍ତ୍ତନ କରିଛନ୍ତି ।