ନବରାତ୍ରୀ ନେଇ ସୋସିଆଲ ମିଡିଆରେ ଅଶ୍ଲୀଳ ପୋଷ୍ଟ, କ୍ଷମା ମାଗିଲା Eros Now

ନୂଆଦିଲ୍ଲୀ ୨୨/୧୦: ନବରାତ୍ରୀରେ ଅଶ୍ଲୀଳ ପୋଷ୍ଟ କରିବା ଫିଲ୍ମ ମେକିଂ କମ୍ପାନୀ ଇରୋଜ୍ ନାଓ(Eros Now)କୁ ପଡିଲା ମହଙ୍ଗା । ସୋସିଆଲ ମିଡିଆରେ କମ୍ପାନୀକୁ ବୟକଟ୍ କରିବା ନେଇ ଅଭିଯାନ ଆରମ୍ଭ ହୋଇଯାଇଛି । ଏବେ କମ୍ପାନୀ ଏଥିପାଇଁ ଭୁଲ୍ ମାଗିଛି । ତଥାପି ଲୋକଙ୍କ ରାଗ ଶାନ୍ତ ହୋଇନି ।

ଇରୋଜ ନାଓ ଭୁଲ୍ ମାଗି ଲେଖିଛି ଯେ ‘ଆମେ ସବୁ ଧର୍ମକୁ ସମ୍ମାନ କରୁ । କୌଣସି ବି ଭାବନାକୁ ଆଘାତ କରିବା ପାଇଁ ଆମର କୌଣସି ଉଦ୍ଦେଶ୍ୟ ନାହିଁ । ଆମେ ସେହି ପୋଷ୍ଟ ଡିଲିଟ୍ କରିଦେଲୁ ଏବଂ ଏଥିପାଇଁ ଭୁଲ୍ ମାଗୁଛୁ ।’

ଶବ୍ଦରେ ଥିଲା ଆପତ୍ତି
ଘଟଣାଟି କିଛି ଏମିତି । କମ୍ପାନୀ ନବରାତ୍ରୀକୁ ନେଇ ଏକ ଅସଭ୍ୟ ପୋଷ୍ଟ କରିଥିଲା । ଏଥିରେ ଗୋଟେ ପଟେ କ୍ୟାଟ୍ରିନା କୈଫ ଥିଲେ ଏବଂ ଅନ୍ୟପଟେ ଅଭିନେତା ରଣବୀର ସିଂହ । ଏହି ପୋଷ୍ଟରେ ଯେଉଁଭଳି ଶବ୍ଦ ବ୍ୟବହାର କରାଯାଇଥିଲା ତାହା ବହୁତ ଆପତ୍ତିଜନକ ଥିଲା । ଏଥିପାଇଁ ଲୋକମାନେ ଖପ୍ପା ହୋଇଗଲେ । ସୋସିଆଲ ମିଡିଆରେ #BoycottErosNow ଟ୍ରେଣ୍ଡ ହେଲା । ଲୋକମାନେ କମ୍ପାନୀ ଉପରେ ନବରାତ୍ରୀକୁ ଅପମାନ କରିଥିବା ଅଭିଯୋଗ ଲଗାଇ ଟାର୍ଗେଟ୍ କରିବା ଆରମ୍ଭ କରିଦେଲେ । ୟୁଜର୍ସମାନେ କମ୍ପାନୀର ଏକ ପୂରୁଣା ଟ୍ୱିଟ୍ ମଧ୍ୟ ଖୋଜି ଖୋଜି ବାହାର କଲେ ଯେଉଁଥିରେ କମ୍ପାନୀ ଇଦର ଶୁଭେଚ୍ଛା ଦେଇଥିଲା । ତେବେ ଲୋକଙ୍କ ବିରୋଧ ଦେଖି ଶେଷରେ କମ୍ପାନୀ କ୍ଷମା ମାଗିସା ।

   ସମ୍ବନ୍ଧିତ ଖବର


ସୁଟିଂ ସମୟରେ ରାହୁଲ ରାୟଙ୍କର ବ୍ରେନ୍‌ ଷ୍ଟ୍ରୋକ୍‌ – ଆଇସିୟୁରେ ଭର୍ତ୍ତି

ବେଦିରେ ବସିବା ଆଗରୁ ବନ୍ଧା ହେଲା ପାଳ ଦଉଡ଼ି – କନ୍ୟାର ମୃତ୍ୟୁରେ ସରିଗଲା ସବୁ ସୁଖ

ମ୍ୟାଚ୍‌ ହାରିବା ସହ ସିରିଜ ହାରିଲା ଟିମ୍‌ ଇଣ୍ଡିଆ, ଦ୍ବିତୀୟ ଦିନିକଆରେ ୫୧ରନରେ ବିଜୟୀ ହେଲା ଅଷ୍ଟ୍ରେଲିଆ

ଘରେ ବସି ଗୋଟିଏ ମିସ୍‌ଡ କଲରେ ଚେକ୍‌ କରନ୍ତୁ PF ଖାତା

ଟାଟା ମ୍ୟାଜିକରେ ହଠାତ୍ ଲାଗିଗଲା ନିଆଁ, ଜୀଅନ୍ତା ଜଳି ଦୁଇ ଜଣଙ୍କର ମୃତ୍ୟୁ

ଚାକିରି ଯିବା ପରେ ରାସ୍ତା କଡରେ ବିରିୟାନୀ ବିକ୍ରି କରୁଛନ୍ତି ସାତ ତାରକା ହୋଟେଲର ସେଫ୍