PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ଏସପ୍ଲାନେଡ୍ ମଲରେ ସାମ୍ବାଦିକାଙ୍କୁ ମାଡ ଘଟଣା, ଗିରଫ ହେଲେ ସେଲସ୍ ମ୍ୟାନେଜର୍ ଶ୍ୟାମା ଝା

ଭୁବନେଶ୍ୱର, ୨୯|୧୨:    ଭୁବନେଶ୍ୱରର ଏସପ୍ଲାନେଡ୍ ମଲରେ ଗତକାଲି ମହିଳା ସାମ୍ବାଦିକଙ୍କୁ ମାଡ ମାରିବ, ଅଟକ ରଖିବା ଓ ଧମକ ଚମକ ଦେବା ମାମଲାରେ ଦୀର୍ଘ ୨୪ ଘଂଟା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଛି। ମଲର ସେଲସ୍ ମ୍ୟାନେଜର୍ ଶ୍ୟାମା ଝାଙ୍କୁ ଆଜି ଗିରଫ କରାଯାଇଛି।

ସୂଚନାନୁସାରେ, ଗତକାଲି ରସୁଲଗଡରେ ଥିବା ଏହି ମଲରେ ବେଆଇନ ପାର୍କିଂ ଫି ଆଦାୟ କରାଯାଇଥିବା ଅଭିଯୋଗ ହୋଇଥିଲା। ଏହାପରେ ଏକ ଓ୍ୱେବ୍ ଚ୍ୟାନେଲର ଜଣେ ମହିଳା ସାମ୍ବାଦିକ ଏହାକୁ ଲାଇଭ୍ କରି ପ୍ରସାରଣ କରୁଥିଲେ। ସେହି ସମୟରେ ମଲର ସୁରକ୍ଷାକର୍ମୀ ଓ କିଛି କର୍ମଚାରୀ ସେଠାରେ ପହଁଚିଥିଲେ। ପ୍ରଥମେ ସେମାନେ ସାମ୍ବାଦିକା ଓ କ୍ୟାମେରାମ୍ୟାନଙ୍କଠୁ କ୍ୟାମେରା ଛଡାଇଥିଲେ। ଏପରିକି ମାଡ ମଧ୍ୟ ମାରିଥିଲେ। ଏହାର ସମସ୍ତ ଦୃଶ୍ୟ କ୍ୟାମେରାରେ କଏଦ ମଧ୍ୟ ହୋଇଥିଲା। ଯାହାକୁ ସାମ୍ବାଦିକ ମହଲରେ ତୀବ୍ର ନିନ୍ଦା କରାଯାଇଥିଲା। ଏପିରିକି ବିଭିନ୍ନ ରାଜନୈତିକ ଦଳ, ସାମାଜିକ କର୍ମୀ, ସାମାଜିକ ସଙ୍ଗଠନ ଏହାର ଦୃଢ ନିନ୍ଦା କରିଥିଲେ। ଆକ୍ରମଣ କରିଥିବା କର୍ମଚାରୀ ଓ ସେମାନଙ୍କୁ ଆକ୍ରମଣ ପାଇଁ ନିର୍ଦ୍ଦେଶ ଦେଇଥିବା କର୍ତୃପକ୍ଷଙ୍କୁ ଗିରଫ ପାଇଁ ସେମାନେ ଦାବି କରିଥିଲେ। ଏହାସହ ସହିଦନଗର ଥାନାରେ ଗତକାଲି ରାତିରେ ଲିଖିତ ଅଭିଯୋଗ ମଧ୍ୟ ସାମ୍ବାଦିକାଜଣଙ୍କ କରିଥିଲେ।

ତେବେ ଆଜି ସକାଳୁ ଶହଶହ ସଂଖ୍ୟାରେ ସାମ୍ବାଦିକ ଏସପ୍ଲାନେଡ୍ ମଲ୍ ଆଗରେ ଧାରଣା ଦେଇଥିଲେ। ଆନ୍ଦୋଳନୁ ଆହୁରି ତୀବ୍ର କରାଯାଇଥିଲା। ପ୍ରଥମେ ପୋଲିସ ୨ଜଣ କର୍ମଚାରୀଙ୍କୁ ଗିରଫ କରିଥିଲା। କିନ୍ତୁ ଘଟଣାର ମୁଖ୍ୟ କାର୍ପଟଦାରଙ୍କୁ ଗିରଫ କରିବାକୁ ସାମ୍ବାଦିକମାନେ ଅଡି ବସିଥିଲେ। ଧାରଣା ରାତି ଯାଏଁ ଚାଲିଥିଲା। ତେବେ ପୋଲିସ ମଲର ସେଲସ୍ ମ୍ୟାନେଜରଙ୍କୁ ଗିରଫ କରିଛି। ସେଲସ୍ ମ୍ୟାନେଜର ଶ୍ୟାମା ଝାଙ୍କ ନିର୍ଦ୍ଦେଶରେ ସାମ୍ବାଦିକାଙ୍କୁ ମାଡ ମରାଯାଇଥିବା ଗତକାଲି ଅଭିଯୋଗ ହୋଇଥିଲା।