PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଷ୍ଟାଡ଼ିୟମ୍‌ରେ ଖେଳା ଯିବ ଆଇପିଏଲ ୨୦୨୨ ଫାଇନାଲ
  • ||
  • ଆନନ୍ଦପୁର : ଝରକା ଗ୍ରୀଲ୍ ଭାଙ୍ଗି ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ, ୧୫ ଭରି ସୁନାଅଳଙ୍କାର ସହ ନଗଦ ୫୨ ହଜାର ଟଙ୍କା ଲୁଟ୍
  • ||
  • ସୋର : ଗୋରୁ ବୋଝେଇ କଣ୍ଟେନର ଜବତ, ୪୦ ରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର, ୧୧ ଗିରଫ
  • ||
  • ସମାନ ନାଗରିକ ସଂହିତା ଲାଗୁ କରିବା ପ୍ରସ୍ତୁତିରେ ମୋଦି ସରକାର , ପ୍ରଥମେ ଉତ୍ତରାଖଣ୍ଡରେ ଏହି ଆଇନ୍‌ ଲାଗୁ କରାଯିବାର ଅଭ୍ୟାସ ଆରମ୍ଭ କରାଯାଇଛି
  • ||
  • ଗୁଜରାଟରେ ବଡ଼ ବିଜୟର ପ୍ରସ୍ତୁତିରେ ବିଜେପି , କଂଗ୍ରେସ ଦୁର୍ବଳତାର ବି ମିଳିବ ଫାଇଦା
  • ||

ଏସାର ଷ୍ଟିଲ ମାମଲା: ୪୨,୦୦୦ କୋଟି ଜମା କରିବ ଆର୍ସେଲରମିତ୍ତଲ

ନୂଆଦିଲ୍ଲୀ,୯।।୪(ଏଜେନ୍ସି):ଏସାର ଷ୍ଟିଲର ଅଧିଗ୍ରହଣ ଲାଗି ଆର୍ସେଲରମିତ୍ତଲକୁ ୪୨,୦୦୦ କୋଟି ଟଙ୍କା ଜମା କରିବାକୁ କହିପାରେ ଜାତୀୟ କମ୍ପାନି ଆଇନ ଆପିଲେଟ୍‌ ଟ୍ରିବ୍ୟୁନାଲ(ଏନ୍‌ସିଏଲ୍‌ଏଟି) । ଦେବାଳିଆ ପ୍ରକ୍ରିୟା ଅଧୀନରେ ଏସାର ଷ୍ଟିଲକୁ କିଣିବା ପାଇଁ ୪୨,୦୦୦ କୋଟି ଟଙ୍କାର ପ୍ରସ୍ତାବ ଦେଇଥିଲା ଆର୍ସେଲରମିତ୍ତଲ । ବିଚାରପତି ଏସ୍‌. ଜେ. ମୁଖୋପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଆର୍ସେଲରମିତ୍ତଲକୁ ଏକ ସତ୍ୟପାଠ ଦାଖଲ କରିବା ପାଇଁ କହିଛନ୍ତି । ଋଣରେ ବୁଡିଥିବା ଏସାର ଷ୍ଟିଲର ପୁନରୁଦ୍ଧାର ଯୋଜନାକୁ ଲାଗୁ କରିବା ପାଇଁ କ’ଣ ପଦକ୍ଷେପ ନିଆଯିବ ତାହାକୁ ନେଇ ଏକ ସତ୍ୟପାଠ ଦାଖଲ କରିବା ପାଇଁ ଖଣ୍ଡପୀଠ କହିଛନ୍ତି । ଏନ୍‌ସିଏଲ୍‌ଏଟି ମଙ୍ଗଳବାର ଏସାର ଷ୍ଟଲିର ଋଣ ପ୍ରଦାନକାରୀ, ଗୁଜରାଟ ଟିକସ ବିଭାଗ ଏବଂ ଅନ୍ୟମାନଙ୍କ ଦ୍ୱାରା ଦାଖଲ ଆବେଦନ ଉପରେ ଶୁଣାଣି କରିଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୨୩ରେ ହେବ ।