PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ: କଟକରୁ ଧରାପଡ଼ିଥିବା ନକଲି କରୋନା ଔଷଧ ଝାରସୁଗୁଡ଼ାର ଏକ ମେଡିକାଲ ଷ୍ଟୋରରୁ ଠାବ, ଜବତ କଲେ ଝାରସୁଗୁଡ଼ା ଡ୍ରଗ୍ ଇନ୍ସପେକ୍ଟର
  • ||
  • କୋକସରା: ଶୌଚ ପାଇଁ ଯାଇ ଘରକୁ ଫେରିନଥିଲେ, ପୋଖରୀରୁ ଉଦ୍ଧାର ହେଲା ମୃତଦେହ
  • ||
  • କଳାହାଣ୍ଡି : ହିମାଚଳ ପ୍ରଦେଶରୁ କରୋନା ସଂପର୍କିତ ନକଲି ଔଷଧ ଆଣି ବିତରଣ ଅଭିଯୋଗରେ କେସିଙ୍ଗା ସ୍ଥିତ ବିଜୟ ଫାର୍ମାସିଟିକାଲ ଓ ଧର୍ମଗଡ ସ୍ଥିତ ଜୟହୀନ୍ଦ ଟ୍ରେଡର୍ସ ଉପରେ ଚଢ଼ାଉ
  • ||
  • ନବରଙ୍ଗପୁର: ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର, ତଳେ ଚାପି ହୋଇଚାଲିଗଲା ଡ୍ରାଇଭରଙ୍କ ଜୀବନ
  • ||
  • ଭୁବନେଶ୍ୱର: ଜୁନ୍ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ : ଗଣଶିକ୍ଷା ମନ୍ତ୍ରୀ
  • ||
  • ସମ୍ବଲପୁର: ପୁଣି ଚର୍ଚ୍ଚାରେ ସମ୍ବଲପୁର ଜେଲ, କଏଦୀକୁ ଗଞ୍ଜେଇ ବିକି ଧରାପଡିଲେ ଜେଲ୍ ଓ୍ବାର୍ଡର୍, ବଣେଇଗଡ ଜେଲକୁ ହେଲେ ବଦଳି
  • ||
  • ରାଜସୁନାଖଳା: ଜାଗା ବାଡ଼ି ମଧ୍ୟସ୍ଥତାକୁ ନେଇ ରକ୍ତାକ୍ତ ସଂଘର୍ଷ, ଜଣେ ଗୁରୁତର
  • ||
  • କଣ୍ଟାବାଞ୍ଜି : ବର୍ଷା ଦାଉରୁ ଆଶ୍ରୟ ପାଇଁ ଦୋକାନ ପିଣ୍ଡାକୁ ଯାଇ ଷଣ୍ଢକୁ ଲାଗିଲା ବିଜୁଳି ଝଟକା, ଘଟଣାସ୍ଥଳରେ ଟଳିପଡିଲା…
  • ||
  • ନୀଳଗିରି: ଯୁବକର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ସନ୍ଦେହ, ପୁଲିସ ତଦନ୍ତ ଆରମ୍ଭ
  • ||
  • ପୁରୀ : ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମା ପ୍ରସ୍ତୁତି, ଭୋର ୪ଟା ସୁଦ୍ଧା ପହଣ୍ଡ ବିଜେ ନୀତି, ସାମାଜିକ ଦୂରତାକୁ ଗୁରୁତ୍ୱ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ମଧ୍ୟରେ ୪୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୩ଶହ ଟପିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୪ ହଜାର ୪୬୯ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୫୧ ହଜାର ପାର୍
  • ||
  • ପୁରୀ : ରଥଖଳା ହାଲ୍‌ଚାଲ, ୨୧ ଅଖରେ ଲାଗିଲା ୪୨ ଚକ, ପ୍ରଭା ଅପସରା କାମ ଆରମ୍ଭ
  • ||
  • ଭୁବନେଶ୍ୱର : ବର୍ଷାରେ ଧୋଇଯିବ ରଜ ମଉଜ, ୪୮ ଘଣ୍ଟା ଭିତରେ ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେଇପାରେ, ଉପକୂଳରେ ବର୍ଷା ଜାରି-ଆଭ୍ୟନ୍ତରୀଣରେ ବଢ଼ିବ
  • ||
  • ବାମରା : ପରିବାରର ୬ ଜଣଙ୍କୁ ହାଣି ଆତ୍ମହତ୍ୟା କଲା ସଂକ୍ରମିତ ବାପା, ଝିଅ ମୃତ, ପୁଅ- ୩ ଝିଅ ଓ ମା’ ଆହତ
  • ||
  • କଟକ : ଲକ୍‌ଡାଉନ୍‌ ବେଳେ କଟକରେ ବେଧଡ଼କ ଚାଲିଛି ଦେହ ବ୍ୟବସାୟ, ଦୁଇଟି ସ୍ଥାନରେ ଚଢ଼ଉ ବେଳେ ୫ ଯୁବତୀ ଉଦ୍ଧାର, ର‌୍ୟାକେଟ୍‌ର ମୁଖ୍ୟ ଓ ଜଣେ ଗ୍ରାହକ ଗିରଫ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସୁଧୁରୁଛି ସ୍ଥିତି, ୨୬ ଜିଲ୍ଲାରେ ହୋଇପାରେ ଅନଲକ, ୪ ଜିଲ୍ଲା ପାଇଁ ସ୍ୱତନ୍ତ୍ର ଷ୍ଟ୍ରାଟେଜି
  • ||

ବ୍ରିଟେନବାସୀ କେବେ ସ୍ୱପ୍ନରେ ମଧ୍ଯ ଭାବିନଥିଲେ ଯେ ଆଇଫୋନ୍ ଯୋଗୁଁ ଏତେ ବଡ ସମସ୍ୟା ଆସିବ

ନୁଆଦିଲ୍ଲୀ ୨୭/୮: ୟୁରୋପ । ସବୁ ସୁବିଧା ଉପଲବ୍ଧ ଥିବା ମହାଦ୍ୱୀପ ।  ଖାଦ୍ଯ, ପାନୀୟର କୌଣସି ଅସୁବିଧା ନାହିଁ । ତେବେ ଏଠିକାର ଲୋକେ ପରିବେଶ ପାଇଁ ଚିନ୍ତିତ ଅଛନ୍ତି । ସ୍କୁଲ-କଲେଜରେ ପରିବେଶ ସୁରକ୍ଷା ପାଇଁ ଧାରଣା-ପ୍ରଦର୍ଶନ ହେଉଛି । କିନ୍ତୁ ଗତ ୩ ବର୍ଷରୁ ୟୁରୋପ ଅଶାନ୍ତ ଅଛି । ଏହାର କାରଣ ହେଉଛି ଗୋଟିଏ ଶବ୍ଦ । ‘ବ୍ରେଗଜିଟ୍’ । ବ୍ରେଗଜିଟର ଅର୍ଥ ହେଉଛି ବ୍ରିଟେନର ୟୁରୋପିୟାନ୍ ସଂଘରୁ ବାହାରିବା । ଏଥିପାଇଁ ୩୧ ଅକ୍ଟୋବର ୨୦୧୯ ତାରିଖ ନିର୍ଦ୍ଧାରିତ ହୋଇଛି । ଅର୍ଥାତ୍ ଏହି ତାରିଖ ଭିତରେ ବ୍ରିଟେନ୍ ୟୁରପୀୟ ସଙ୍ଘରୁ ବାହାରିଯିବ ।

କିନ୍ତୁ ସେଠାକାର ସରକାର ଏକ ଅଜବ ସମସ୍ୟାରେ ପଡିଯାଇଛନ୍ତି । ଅବଶ୍ଯ ସମସ୍ୟା ଏତେ ବଡ ନୁହେଁ । ପ୍ରକୃତରେ ଘଟଣା ହେଉଛି ଯେ ବ୍ରିଟେନରେ ରହୁଥିବା ଲୋକଙ୍କୁ ବ୍ରେଗଜିଟ ପରେ ବ୍ରିଟେନରେ ରହିବା ପାଇଁ ସରକାରଙ୍କ ପାଖରେ ଆବେଦନ କରିବାକୁ ପଡିବ । ତେବେ ସମସ୍ଯା ଏହା ହେଉଛି ଯେ ଯେଉଁ ମୋବାଇଲ୍ ଆପ୍ଲିକେଶନରୁ ଆପ୍ଲାଏ କରିବାକୁ ପଡିବ ତାହା କେବଳ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନରେ ଉପଲବ୍ଧ । ଅର୍ଥାତ୍ ଆଇଫୋନ୍ ୟୁଜର୍ସଙ୍କ ପାଇଁ ନୁହେଁ । ଆପଲ ଆପ ଷ୍ଟୋରରେ ଏହି ଆପ୍ ଉପଲବ୍ଧ ନାହିଁ ।

ବ୍ରିଟେନ୍ ସରକାର ସେଠାରେ ରହୁଥିବା ନାଗରିକଙ୍କୁ ପରିଚୟ ପତ୍ର ସମେତ ଜରୁରୀ ଡକ୍ଯୁମେଣ୍ଟ ମାଗୁଛନ୍ତି । ସେମାନଙ୍କୁ ସରକାରୀ କାର୍ଯ୍ୟାଳୟରେ ଖୁବ ଶୀଘ୍ର ଏହା ଜମା କରିବାକୁ ପଡିବ । ଏହି କାମରେ ଆଣ୍ଡ୍ରଏଡ୍ ଆପ୍ ବହୁତ ସାହାଯ୍ଯ କରୁଛି । ଲୋକଙ୍କୁ ଏହାଦ୍ୱାରା ଅନେକ ସୁବିଧା ମିଳୁଛି । ଘରେ ବସି ସେମାନେ ଏହି ଡକ୍ଯୁମେଣ୍ଟ ଜମା କରିଦେଉଛନ୍ତି । କିନ୍ତୁ ଆପଲ୍ ୟୁଜର୍ସଙ୍କ ପାଖରେ ଏହି ଆପ୍ ନଥିବା ଯୋଗୁଁ ସେମାନେ ଅନେକ ହଇରାଣ ହେଉଛନ୍ତି ଏବଂ ବିଭିନ୍ନ ଅଫିସ୍ ଘୂରି ବୁଲୁଛନ୍ତି ।

ବ୍ରିଟେନ୍ ସରକାର ନିଜ ସାଇଟରେ ସେଟଲମେଣ୍ଟ ସ୍କିମ ପାଇଁ କହିଛନ୍ତି ଯେ…
ବ୍ରେଗ୍ଜିଟ୍ ଡକ୍ଯୁମେଣ୍ଟ ଆଇଡି ଚେକର କାଗଜପତ୍ର ସ୍କାନ୍ କରିବା ପାଇଁ ଲୋକେ ଆଣ୍ଡ୍ରଏଡ୍ ଆପର ବ୍ୟବହାର କରନ୍ତୁ । ଯେଉଁ ଲୋକମାନଙ୍କ ପାଖରେ ଆଣ୍ଡ୍ରଏଡ୍ ନାହିଁ କିମ୍ବା ଯେଉଁମାନେ ଆଇଫୋନ୍ ୟୁଜର ସେମାନେ ସମସ୍ତ କାଗଜପ୍ର ନିଜେ ଅଫିସରେ ଜମା କରନ୍ତୁ କିମ୍ବା ଡାକ ମାଧ୍ଯମରେ ପଠାନ୍ତୁ ।

ଯେହେତୁ ଆଉ ମାତ୍ର ୨ ମାସ ଅଛି ସେଥିପାଇଁ କେହି ବି ରିସ୍କ ନେବାକୁ ଚାହୁଁନାହାଁନ୍ତି । ସରକାର ପରାମର୍ଶ ଦେଇଛନ୍ତି ଯେ ଆଇଫୋନରେ ଏହି ସୁବିଧା ଆସିବା ପର୍ୟ୍ୟନ୍ତ ଅପେକ୍ଷା ନକରି କାହାଠୁ ଆଣ୍ଡ୍ରଏଡ୍ ଫୋନ୍ ଉଧାରରେ ଆଣି ଚଲାନ୍ତୁ କିମ୍ବା ନିଜେ ଅଫିସରେ ଯାଇ ଜରୁରୀ କାଗଜପତ୍ର ଜମା କରନ୍ତୁ ।

ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ସଫା ସଫା କହିଛନ୍ତି ଯେ ବ୍ରେଗଜିଟ୍ ପାଇଁ ୩୧ ଅକ୍ଟୋବର ୨୦୧୯ ନିର୍ଦ୍ଧାରିତ ତାରିଖ । ଏଥିରେ ଆଉ କୌଣସି ପ୍ରକାର ପରିବର୍ତ୍ତନ ହେବା ସମ୍ଭବ ନହେଁ । ସେହିଦିନ ବ୍ରିଟେନ୍ ୟୁରୋପିୟନ୍ ସଂଘ ଛାଡିଦେବ । ଏଭଳି ଆଶା କରାଯାଉଛି ଯେ ୟୁରୋପିୟନ୍ ସଂଘ ସହିତ କୌଣସି ବି ପ୍ରକାର ଲାଭଦାୟ ଡିଲ୍ କରିବା ପରେ ହିଁ ବ୍ରିଟେନ୍ ୟୁରୋପିୟନ୍ ସଂଘ ଛାଡିବ ।