PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ମଧ୍ୟରାତ୍ରୀ ସୁଦ୍ଧା ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଗୁଲାବ, ଗଞ୍ଜାମ ଓ ଗଜପତିରେ ପଡିବ ବେଶି ପ୍ରଭାବ
  • ||
  • ମାଲକାନଗିରି : ବାତ୍ୟା ମୁକାବିଲା ପାଇଁ ସଜାଗ ମାଲକାନଗିରି ଜିଲ୍ଲା ପ୍ରଶାସନ, ୬ଟି ଓଡ୍ରାଫ୍ ଓ ଗୋଟିଏ ଏନଡିଆରଏଫ୍ ଟିମ୍ ନିୟୋଜିତ
  • ||
  • କଟକ : ମହାନଦୀ ପୋଲ ଉପରୁ ପାଣିକୁ ଡେଇଁଲେ ବିଜେବି କଲେଜ କେମେଷ୍ଟ୍ରି ଲାବୋରେଟୋରୀ ଆସିଷ୍ଟାଣ୍ଟ
  • ||
  • ସୋରୋ : ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ, ୨୦ ହଜାର ଟଙ୍କା ଓ ସୁନା ଚେନ୍ ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ: କଟକ ଯୋବ୍ରା ନିକଟରୁ ଠାବ ହେଲା ନିଖୋଜ ହାତୀର ମୃତଦେହ, ଶୁକ୍ରବାର ରାତିରେ ମହନଦୀରେ ଭାସଯାଇଥିଲା
  • ||
  • ଭୁବନେଶ୍ୱର: ରାଜ୍ୟରେ ଖସୁଛି ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୫୮୫ ଜଣ ପଜିଟିଭ୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୭୫କୁ ବୃଦ୍ଧି
  • ||
  • ଅନୁଗୁଳ: କୋଡିଏମାଇଲ ଛକରେ ଥିବା ୨ଟି ଦୋକାନରୁ ଚୋରି କରୁଥିବା ବେଳେ ଧରାପଡିଗଲେ ୩ ଯୁବକ, ଖୁଣ୍ଟରେ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ସ୍ଥାନୀୟଲୋକ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ଗୁଲାବ୍, ମଧ୍ୟ ରାତ୍ରରେ ହେବ ଲ୍ୟାଣ୍ଡଫଲ୍
  • ||
  • ଆଇପିଏଲ୍- ୨୦୨୧: ଆଜି ରୋହିତ ଓ ବିରାଟଙ୍କ ମଧ୍ୟରେ କଡ଼ା ମୁକାବିଲା, ବିଜୟ ଲକ୍ଷ୍ୟରେ ଉଭୟ ଦଳ
  • ||
  • ଭୁବନେଶ୍ୱର: ‘ରମାଦେବୀ’ରେ ପିଏଚ୍‌ଡି ନାମଲେଖା ପାଇଁ ପ୍ରକାଶ ପାଇଲା ମେରିଟ ଲିଷ୍ଟ୍, ୧୧ଟି ବିଭାଗରେ ମୋଟ୍ ୬୦ ଛାତ୍ରୀଙ୍କୁ ଚୟନ..
  • ||
  • ପଞ୍ଜାବ: ଆଜି ପଞ୍ଜାବ କ୍ୟାବିନେଟ ସମ୍ପ୍ରସାରଣ ,ଶପଥ ନେବେ ମନ୍ତ୍ରୀ, ଚନ୍ନୀଙ୍କ ଟିମ୍‌ରେ ସାମିଲ ହେବେ ୭ ନୂଆ ଚେହେରା
  • ||

ଦୈନିକ ୪ ଘଣ୍ଟାରୁ ଅଧିକ ଟିଭି ଦେଖିଲେ ଘୁଙ୍ଗୁଡ଼ି ଆଶଙ୍କା ୭୮ ପ୍ରତିଶତ ଅଧିକ: ହାର୍ଭାର୍ଡ ଗବେଷକ

ନୂଆଦିଲ୍ଲୀ ୨୫/୦୭: ଦୈନିକ ୪ ଘଣ୍ଟାରୁ ଅଧିକ ସମୟ ଟିଭି ଦେଖୁଛନ୍ତି ? ତେବେ ସତର୍କ ହୁଅନ୍ତୁ । ଏଭଳି ଲୋକଙ୍କୁ ଘୁଙ୍ଗୁଡ଼ି ଆଶଙ୍କା ୭୮ ପ୍ରତିଶତ ଅଧିକ । ହାର୍ଭାର୍ଡ ମେଡିକାଲ ସ୍କୁଲର ଗବେଷକମାନେ ନିଜର ସଦ୍ୟତମ ଅଧ୍ୟୟନରେ ଏହା ସ୍ପଷ୍ଟ କରିଛନ୍ତି । ଗବେଷକମାନେ ୧୦ରୁ ୧୮ ବର୍ଷ ବୟସର ୧,୩୮,୦୦୦ ପିଲାଙ୍କ ଉପରେ ଅଧ୍ୟୟନ କରିଥିଲେ । ସେମାନଙ୍କ ସ୍ୱାସ୍ଥ୍ୟ କେମିତି ଏବଂ ସେମାନେ କେତେ ସକ୍ରିୟ ରହୁଛନ୍ତି, ତାହା ଉପରେ ନଜର ରଖାଗଲା ।

ଗବେଷଣାରୁ ଜଣାପଡ଼ିଲା, ଗୋଟିଏ ସ୍ଥାନରେ ବସିବା ଅଭ୍ୟାସ ଯୋଗୁ ଅବ୍‌ଷ୍ଟ୍ରକ୍ଟିଭ୍‌ ସ୍ଲିପ୍‌ ଆପ୍ନିୟା ହୋଇପାରେ । ଏହି କାରଣରୁ ଘୁଙ୍ଗୁଡ଼ି ଆଶଙ୍କା ୭୮ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିପାରେ । ଯେଉଁମାନେ ଅଫିସ୍‌ରେ ଦିନସାରା ବସୁଛନ୍ତି, ସେମାନଙ୍କୁ ମଧ୍ୟ ଏହାର ଭରଣା କରିବା ପାଇଁ ଅଧିକ କସରତ କରିବା ଉଚିତ । ସ୍ଲିପ୍‌ ଆପ୍ନିୟା ଏଭଳି ଏକ ସ୍ଥିତି, ଏଥିରେ କୌଣସି ଗୋଟିଏ ଶ୍ୱାସ ନଳୀ ରାତିରେ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଏ । ଫଳରେ ସାଧାରଣ ଭାବେ ଶ୍ୱାସକ୍ରିୟା କଷ୍ଟ ହୁଏ । ଏହି ସ୍ଥିତି ଘୁଙ୍ଗୁଡ଼ିରେ ରୂପାନ୍ତରିତ ହୋଇଯାଏ । ଯଦି ଠିକ୍‌ ସମୟରେ ଏହାର ଚିକିତ୍ସା ନ ହୁଏ, ତେବେ କର୍କଟ, ଉଚ୍ଚ ରକ୍ତଚାପ, ହୃଦ୍‌ରୋଗ, ଗ୍ଲୁକୋମା, ଷ୍ଟ୍ରୋକ୍‌ ଓ ଟାଇପ୍‌-୨ ମଧୁମେହ ଆଶଙ୍କା ବଢ଼ିଯାଏ ।

ବିଶେଷଜ୍ଞଙ୍କ ଅନୁସାରେ, ବିଶ୍ୱରେ ୩୦ରୁ ୬୯ ବର୍ଷ ବୟସର ୧୦୦ କୋଟି ଲୋକ ସ୍ଲିପ୍‌ ଆପ୍ନିୟା ରୋଗରେ ପୀଡ଼ିତ । ଗବେଷଣାରେ ସାମିଲ ପିଲାଙ୍କ ମଧ୍ୟରେ ଜଣେ ବି ଅବ୍‌ଷ୍ଟ୍ରକ୍ଟିଭ୍‌ ସ୍ଲିପ୍‌ ଆପ୍ନିୟା ରୋଗରେ ପୀଡ଼ିତ ନ ଥିଲେ । ଯେଉଁମାନେ ଟିଭି ସାମ୍ନାରେ ଦୈନିକ ଘଣ୍ଟା ଘଣ୍ଟା ଧରି ବସିରହୁଥିଲେ, ସେମାନଙ୍କ ମଧ୍ୟରେ ୮,୭୩୩ ପିଲାଙ୍କଠାରେ ସ୍ଲିପ୍‌ ଆପ୍ନିୟା ଚିହ୍ନଟ କରାଗଲା ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ, ଜଣେ ବ୍ୟକ୍ତି ପ୍ରତି ସପ୍ତାହ ୧୫୦ ମିନିଟ୍‌ର ଶାରୀରିକ କାର୍ଯ୍ୟ କରିବା ଉଚିତ । ଏଥିସହିତ ଟିଭି ଦେଖିବା ସମୟ ୪ ଘଣ୍ଟାରୁ କମାଇବା ଉଚିତ । ଏହା ଦ୍ୱାରା ଘୁଙ୍ଗୁଡ଼ି ଆଶଙ୍କା କମିବ । ଟିଭି ଦେଖିବାବେଳେ ଲୋକେ ସୁଗାର୍‌ ଡ୍ରିଙ୍କ ଓ ଜଳଖିଆ ଖାଇବାକୁ ପସନ୍ଦ କରନ୍ତି । ବସି ବସି ଏପରି କରିବା ଦ୍ୱାରା ଓଜନ ବଢ଼େ । ଏହା ଦ୍ୱାରା ଅବ୍‌ଷ୍ଟ୍ରକ୍ଟିଭ୍‌ ସ୍ଲିପ୍‌ ଆପ୍ନିୟା ଆଶଙ୍କା ମଧ୍ୟ ବଢ଼େ ।