PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

ପ୍ରତି ମିନିଟ୍‌କୁ ରୋଜଗାର ଗୋଟେ କୋଟି ଟଙ୍କା-ଭାରତର ସର୍ବଶ୍ରେଷ୍ଠ ତଥା ବିଶ୍ୱର ପଞ୍ଚମ ଶ୍ରେଷ୍ଠ ଧନୀ

ନୂଆଦିଲ୍ଲୀ : ଭାରତର ସର୍ବଶ୍ରେଷ୍ଠ ତଥା ବିଶ୍ୱର ପଞ୍ଚମ ଶ୍ରେଷ୍ଠ ଧନୀ ମୁକେଶ ଅମ୍ବାନି ଓ ତାଙ୍କର ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ (ଆର୍‌ଆଇଏଲ୍‌) ଉପରେ ଧନବୃଷ୍ଟି ଜାରି ରହିଛି । କରୋନା କାଳରେ କମ୍ପାନି ମାଲାମାଲ୍‌ ହେବାରେ ଲାଗିଛି । ପ୍ରତି ମିନିଟ୍‌ରେ ମୁକେଶ ଓ ତାଙ୍କ କମ୍ପାନି ୧.୧ କୋଟି ଟଙ୍କା ରୋଜଗାର କରୁଛନ୍ତି । କରୋନା କାଳରେ କୋଟି କୋଟି ଲୋକ ଜୀବିକା ହରାଇଥିବା ବେଳେ ଅନେକ ସଂସ୍ଥା ସାଙ୍ଘାତିକ କ୍ଷତିର ସମ୍ମୁଖୀନ ହେଉଛନ୍ତି ।

ଏଭଳି ସ୍ଥିତିରେ ଆର୍‌ଆଇଏଲ୍‌ ଏବଂ ମୁକେଶଙ୍କ ପାଇଁ ଆଖିବୁଜା ଅର୍ଥବୃଷ୍ଟି ଜାରି ରହିଛି । ଅମ୍ବାନି ପରିବାର ନିକଟରେ ୭,୭୩୦ କୋଟି ଡଲାର ବା ୫.୭୪ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ରହିଛି । ଅନ୍ୟପକ୍ଷରେ ଇ-କମର୍ସ କମ୍ପାନି ୱାଲ୍‌ମାର୍ଟର ସହପ୍ରତିଷ୍ଠାତା ସାମ୍‌ ୱାଲ୍‌ଟନ୍‌ଙ୍କ ପରିବାର ୨୪,୪୦୦ କୋଟି ଡଲାର ବା ୧୮.୧୨ ଲକ୍ଷ କୋଟି ଟଙ୍କାର ମାଲିକ ଥିବା ଜଣାପଡ଼ିଛି ।

https://www.indiatvnews.com/

ଉଲ୍ଲେଖଯୋଗ୍ୟ, ଆର୍‌ଆଇଏଲ୍‌ ଅଧ୍ୟକ୍ଷ ମୁକେଶ ଅମ୍ବାନି ୨୦୦୮-୦୯ରୁ ବାର୍ଷିକ ୧୫ କୋଟି ଟଙ୍କା ପାରିଶ୍ରମିକ ନେଉଥିଲେ । କିନ୍ତୁ ୨୦୨୦-୨୧ରେ ସେ ପାରିଶ୍ରମିକ ନେବା ବନ୍ଦ କରିଦେଇଥିଲେ । ଚଳିତ ଆର୍ଥିକବର୍ଷର ଜୁନ୍‌ ତ୍ରୈମାସରେ ଆର୍‌ଆଇଏଲ୍‌ ୧୩,୮୦୬ କୋଟି ଟଙ୍କା ଲାଭ ଦେଖିଥିଲା । କମ୍ପାନି ପ୍ରତି ମିନିଟ୍‌ରେ ୧.୧ କୋଟି ଏବଂ ପ୍ରତି ଘଣ୍ଟାରେ ୬୫ କୋଟି ଟଙ୍କା ଆୟ କରୁଥିବା ଜଣାପଡ଼ିଛି ।