PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

୭ଜଣଙ୍କ ମଧ୍ୟରୁ ଜଣେ ଭାରତୀୟ ମାନସିକ ରୋଗରେ ପୀଡିତ, ଉତ୍ତର ଭାରତରେ ସର୍ବାଧିକ

ନୂଆଦିଲ୍ଲୀ, ୨୪|୧୨:  ଭାରତରେ ପ୍ରତି ୭ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ମାନସିକ ରୋଗରେ ପୀଡିତ ଅଟନ୍ତି। ଏହା ଏକ ଗୁରୁତର ସମସ୍ୟା।  ମାନସିକ ରୋଗ କାରଣରୁ ଭାରତରେ ପଡିବାକୁ ଥିବା ବୋଝକୁ ନେଇ ଚିକିତ୍ସକମାନେ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି। ଭାରତୀୟ ଚିକିତ୍ସା ପରିଷଦ ବା ଆଇସିଏମଆର୍ ୨୦୧୭ରେ ପ୍ରଥମ ଥର ପାଇଁ ଏହାକୁ ବ୍ୟାପକ ଭାବେ ଅଧ୍ୟୟନ କରିଥିଲା। ଏହି ଅଧ୍ୟୟନରେ ୪.୫୪ କୋଟି ଲୋକ ସାଧାରଣ ମାନସିକ ବିକାର ଅବସାଦ ଓ ୪.୪୯ କୋଟି ଲୋକଙ୍କର ମାନସିକ ସନ୍ତୁଳନ ଠିକ୍ ନଥିବା ଜଣାପଡିଥିଲା।

ଏହି ଅଧ୍ୟୟନରୁ ଜାଣିବାକୁ ମିଳିଛି ଯେ,  ଭାରତରେ ମାନସିର ରୋଗ ବର୍ଷକୁ ବର୍ଷ ବୃଦ୍ଧି ପାଉଛି। ୧୯.୭ କୋଟି ଲୋଗ ଅର୍ଥାତ ପ୍ରତି ୭ଜଣଙ୍କୁ ମଧ୍ୟରୁ ଜଣେ ଭାରତୀୟ କୌଣସି ନା କୌଣସି ମାନସିକ ରୋଗରେ ପୀଡିତ। ଦୁଃଖ, ଅଶାନ୍ତି, ଚିନ୍ତା, ଆଚରଣ ସମ୍ବଧିତ ରୋଗ ଆଦି ମାନସିକ ରୋଗର ବିଭିନ୍ନ ପ୍ରକାର ଅଟେ।

ସେହିପରି ମାନସିକ ରୋଗ ପାଇଁ ଆତ୍ମହତ୍ୟାର ସଂଖ୍ୟାରେ ବୃଦ୍ଧି ଘଟିଛି। ଡିପ୍ରେସନ ପାଇଁ ଅନେକ ଆତ୍ମହତ୍ୟା କରିଥାନ୍ତି। ଉତ୍ତର ଭାରତରେ ପିଲାଦିନେ ଦେଖାଯାଉଥିବା ମାନସିକ ରୋଗୀଙ୍କ ସଂଖ୍ୟା ଅଧିକ। ୧୯୯୦ରେ ମୋଟ୍ ରୋଗୀଙ୍କ ମଧ୍ୟରୁ ୨.୫ ପ୍ରତିଶତ ମାନସିକ ବିକାରଗ୍ରସ୍ତ ଥିବା ବେଳେ ୨୦୧୭ରେ ଏହା ୪.୭ ପ୍ରତିଶତକୁ ବୃଦ୍ଧି ପାଇଛି।

୨୦୧୭ରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ମୁତାବକ, ଦେଶର ଜନସଂଖ୍ୟା ମଧ୍ୟରୁ ୭.୫ ପ୍ରତିଶତ ମାନସିକ ରୋଗରେ ପୀଡିତ। ୨୦୦୫ରୁ ୨୦୧୫ ମଧ୍ୟରେ ଦୁନିଆରେ ମାନସିକ ରୋଗୀଙ୍କ ସଂଖ୍ୟା ୧୮ ପ୍ରତିଶତ ବୃଦ୍ଧି ପାଇଛି। ଦଷିଣ ପୂର୍ବ ଏସିଆରେ ଏହି ସଂଖ୍ୟା ସର୍ବାଧିକ।