PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍‌ ଅମରିନ୍ଦର ସିଂହ
  • ||
  • ଏସିଏଫ୍‌ ସୌମରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣା – ଭୁବନେଶ୍ୱର ଫରେନସିକ୍‌ ଲ୍ୟାବ୍‌ରେ ଡିଏଫ୍‌ଓ , ରୋଷେୟାଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଚାଲିଛି
  • ||
  • କେନ୍ଦୁଝର: ମହିଳାଙ୍କୁ ନିର୍ଯାତନା ଦେବା କାରଣରୁ ସ୍ୱାମୀ, ଶାଶୁ, ଶଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ୍
  • ||
  • ଲୋଇସିଂହା: ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଦାରିଙ୍ଗବାଡି : ସଂରକ୍ଷିତ ଜଙ୍ଗଲରୁ ଚୋରା ଚାଲାଣ ବେଳେ କାଠପଟା ଜବତ, ଜଣେ ଗିରଫ
  • ||
  • ଲୋଇସିଂହା : ଚଳନ୍ତା ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଯୁବକ, କାରଣ ଅସ୍ପଷ୍ଟ
  • ||
  • କେନ୍ଦୁଝର : ମହିଳାଙ୍କୁ ନିର୍ଯାତନା ଦେବାରୁ ସ୍ୱାମୀ, ଶାଶୁ, ଶ୍ଵଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ ଦଣ୍ଡ
  • ||
  • ପଦ୍ମପୁର: ଗଜଲକ୍ଷ୍ମୀ ଷ୍ଟୋରରେ ଜିଏସଟି ବିଭାଗର ଚଢ଼ାଉ
  • ||
  • ବ୍ରହ୍ମପୁର: ଗଞ୍ଜାମରେ ୧୦୧୦ଗାଁ ବାଲ୍ୟ ବିବାହ ମୁକ୍ତ ଘୋଷଣା କଲା ପ୍ରଶାସନ
  • ||
  • ବଲାଙ୍ଗୀର: ରାତିରେ ପରିବାର ଲୋକଙ୍କ ସହ ଶୋଇଥିଲା ବେଳେ ମହିଳାଙ୍କୁ କାମୁଡି ଦେଲା ବିଷାକ୍ତ ସାପ, ଆଖିବୁଜଲେ ମହିଳା
  • ||
  • ପାଟଣା: ପୂର୍ବତନ ପାଟଣା ବିଧାୟକ ରାମରାଇ ମୁଣ୍ଡାଙ୍କ ପରଲୋକ
  • ||
  • ସମ୍ବଲପୁର: ହୀରାକୁଦର ପୁଣି ବନ୍ଦ ହେଲା ୬ ଗେଟ୍, ୧୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
  • ||
  • ବାଙ୍କୀ : ହୁଳୁହୁଳା ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ, ବାଙ୍କୀର ବହୁ ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୨୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରୁ ୨୪ ଘଣ୍ଟା ମଧ୍ୟରେ ଆଉ ୬୯୫ଜଣ କରୋନା ପଜିଟିଭ୍ ଚିହ୍ନଟ
  • ||
  • ସଠିପୁର : ଦୁଇ କଣ୍ଟେନର ମୁହାଁମୁହିଁ ଧକ୍କା, ଉଭୟ ଡ୍ରାଇଭର ଆହତ
  • ||
  • ଜଗତସିଂହପୁ : ହଂସୁଆ ନଈରେ ଘାଇ, ୧୦ରୁ ଅଧିକ ଗାଁ ଜଳମଗ୍ନ
  • ||
  • ସମ୍ବଲପୁର : ସୁଧୁରୁଛି ଉପରମୁଣ୍ଡର ବନ୍ୟା ସ୍ଥିତି, ହୀରାକୁଦରେ ବନ୍ଦ ହେଲା ୪ ଗେଟ୍‌, ୨୪ ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି
  • ||
  • କାମାକ୍ଷାନଗର : ଚାଷୀଙ୍କୁ ଦଳି ମାରିଲା ଦନ୍ତା
  • ||
  • ରାଉରକେଲା : ବିମାନଘାଟି ପରିସରରେ ଜଣେ ମହିଳା ଶ୍ରମିକଙ୍କୁ ଦୁଷ୍କର୍ମ ଉଦ୍ୟମ, ଠିକା କର୍ମଚାରୀ ଅଟକ
  • ||

ଭୋଟରେ ବିଭ୍ରାଟ: କେଉଁଠି ଭୋଟ୍ ବର୍ଜନ ତ କେଉଁଠି ଖରାପ ଇଭିଏମ୍ ଯୋଗୁଁ ଖରାରେ ଠିଆ ହୋଇ ଅଚେତ ହେଲେ ଭୋଟର

କଳାହାଣ୍ଡି/କୋରାପୁଟ/ବ୍ରହ୍ମପୁର/ନବରଙ୍ଗପୁର ୧୧/୪: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଯାଇଛି । ମାଓ ପ୍ରବଣ ମାଲକାନଗିରି ଜିଲ୍ଲାରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଯାଇଛି । ଜିଲ୍ଲାରେ ମୋଟ ୫୪୦ଟି ମତଦାନ କେନ୍ଦ୍ରରେ ୪୨୦୩୫୮ ଜଣ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ ।

ତେବେ ମତଦାନରେ ସାମାନ୍ୟ ବିଭ୍ରାଟ ଦେଖାଯାଇଛି । କେଉଁଠି ଲୋକେ ଭୋଟକୁ ବର୍ଜନ କରିଛନ୍ତି ତ ଆଉ କେଉଁଠି ଇଭିଏମ୍ ମେସିନ୍ କାମ କରୁନି । ଚିତ୍ରକୋଣ୍ଡାର ବିଭିନ୍ନ ସ୍ଥାନରେ କାମ କରୁନି ଇଭିଏମ୍ ମେସିନ୍ । ବୁଥ୍ ନଂ- ୨୧୧, ୨୧୩ ଏବଂ ଏମ୍‌ଭି-୩୭ ଗାଁରେ ଥିବା ବୁଥ୍‌ରେ ମଧ୍ୟ ଇଭିଏମ୍‌ ମେସିନ୍ କାମ କରୁନି । ତେଣୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ସେହିଭଳି ମାଲକାନଗିରି ନିର୍ବାଚନ ମଣ୍ଡଳୀରେ ବୁଥ୍‌ ନଂ- ୬୧, ୬୫, ୭୦ ରେ ଇଭିଏମ୍ ମେସିନ୍ କାମ ନକରିବାରୁ କିଛି ସମୟ ବିଳମ୍ବ ହୋଇଥିଲା ଭୋଟିଂ ।

ମାଥିଲି ବ୍ଲକରେ ମଧ୍ୟ ମତଦାନରେ ବିଭ୍ରାଟ ଦେଖାଦେଇଛି । ମାଥିଲି ବ୍ଲକ୍ ସାନକରାପାଲି ଓ ବଡକରାପାଲି ଭୋଟର ଭୋଟ୍ ବର୍ଜନ କରିଛନ୍ତି । ମତଦାନ କେନ୍ଦ୍ର ୮ କିଲୋମିଟର ଦୂରରେ ଥିବାରୁ ଭୋଟ୍ ଦେବାକୁ ଲୋକମାନେ ଯାଇନାହାନ୍ତି । କହିରଖୁଛୁ  ଜିଲ୍ଲାର ମାଓ ଗଡରେ ଥିବା ୧୨୬ ଟି ବୁଥକୁ ସମ୍ବେଦନଶୀଳ ଭାବେ ଘୋଷଣା କରାଯାଇଥିବାବେଳେ ସେଠାରେ ସୁରକ୍ଷା ବ୍ୟବସ୍ତା କଡାକଡି କରାଯାଇଛି ।

ତଥାପି ମତଦାନରେ ବିଭ୍ରାଟ ଦେଖାଯାଇଛି । ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳର ୯ଟି ବୁଥକୁ ମର୍ଜ କରାଯାଇ କୁନ୍ତୁରୁପଦର ବି.ଏସ.ଏଫ କ୍ୟାମ୍ପ ଠାରେ ଗୋଟିଏ ସ୍ଥାନରେ ୪ଟି ପଞ୍ଚାୟତ ଲାଗି ଭୋଟ ଗ୍ରହଣ କରାଯାଉଛି । ହେଲେ ନକ୍ସଲପନ୍ଥିଙ୍କ ଧମକ ଯୋଗୁଁ ବର୍ତ୍ତମାନ ସୁଦ୍ଧା ସେହି ୯ଟି ବୁଥରେ କେହି ଭୋଟ ଦେବାକୁ ଆସିନଥିବା ଜଣା ପଡିଛି ।

ଭୋଟ୍ ବର୍ଜନ କଲେ ଭୋଟର
ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଦହଣା ପଞ୍ଚାୟତ ଅନ୍ତର୍ଗତ ପଖନାଗୁଡା ଗ୍ରାମରେ ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବା ଅଭିଯୋଗ କରି ଗ୍ରାମବାସୀ ଭୋଟ ବର୍ଜନ କରିଛନ୍ତି । ଗ୍ରାମକୁ ଭଲ ରାସ୍ତା ନଥିବା ସହ ଗ୍ରାମବାସୀ ଉପଯୁକ୍ତ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହେବା, ଗ୍ରାମରେ ପାନୀୟ ଜଳ ସମସ୍ୟା ଲାଗିରହିଛି ଆଦି ବିଭିନ୍ନ ଗୁହାରି ପରେ ମଧ୍ଯ ପଦକ୍ଷେପ ନିଆନଯିବାରୁ ଭୋଟ୍ ବର୍ଜନ କରିଛନ୍ତି ଗ୍ରାମବାସୀ । ଏହି ଗାଁରେ ପ୍ରାୟ ୩୮୮ ଭୋଟର ଅଛନ୍ତି । 

କଳାହାଣ୍ଡି ଜୁନାଗଡ ଅନ୍ତର୍ଗତ ସୁରଲି, ସୁପେଲ, କୁସୁମବରା ଗ୍ରାମବାସୀମାନେ ଭୋଟ୍ ବର୍ଜନ କରିଛନ୍ତି । ରାସ୍ତାଘାଟ ଓ ପାନୀୟ ଜଳର ସୁବିଧା ଆଦିର ସୁବିଧା ନଥିବାରୁ ସେମାନେ ଅସନ୍ତୋଷ ପ୍ରକାଶ କରି ଭୋଟ ବର୍ଜନ କରିଛନ୍ତି ।

ଲାଞ୍ଜିଗଡରେ ଭୋଟ୍ ବର୍ଜନ କରିଛନ୍ତି ଅଞ୍ଚଳବାସୀ । ନାଗୁପଡାବାସୀ ୨୦୫ ବୁଥ୍‌ ରେ ରାସ୍ତା ଓ ପୋଲ ଦାବିରେ ଭୋଟ୍ ବର୍ଜନ କରିଛନ୍ତି ।

ଭୋଟରଙ୍କୁ ଖରାରେ ଠିଆ କରାଇଲା ଇଭିଏମ୍
କିଛି ସ୍ଥାନରେ ଇଭିଏମ୍ ମେସିନ୍ ଖରାପ ହେବାରୁ ଭୋଟର ଅପେକ୍ଷା କରି ରହିଥିଲେ । ମତଦାନରେ ବିଳମ୍ବ ହୋଇଥିଲା । ଏପରିକି କିଛି ସ୍ଥାନରେ ଖରାରେ ଠିଆ ହୋଇ କିଛି ଭୋଟର ଅଚେତ ହୋଇଯାଇଥିଲେ ।

ଗଜପତିରେ ମଧ୍ୟ ଇଭିଏମ୍ ମେସିନ୍ ଭୋଟରଙ୍କୁ ହଇରାଣ କରିଛି । ଏଭିଏମ୍ ମେସିନ୍ ଖରାପ ହେବାରୁ ପାରଳାଖେମୁଣ୍ଡି ଗୋଷାଣୀ ବ୍ଲକ ଯାଜପୁର ଗାଁରେ ବୁଥ୍  ନଂ-୧୯୧ ରେ  ଅପେକ୍ଷା କରି ରହିଥିଲେ ଭୋଟର । ଏଠାରେ ସାଂସଦ ପ୍ରାର୍ଥୀଙ୍କ ପାଇଁ ଥିବା ଇଭିଏମ୍‌ ମେସିନ ବନ୍ଦ ହୋଇଯାଇଥିଲା ।

ରାୟଗଡାର ବିଷମକଟକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୧୭୬ ନଂ ବୁଥ୍‌ରେ ଇଭିଏମ୍ ଅଚଳ । ବନ୍ଦ ରହିଛି ଭୋଟ ଗ୍ରହଣ । ବ୍ରହ୍ମପୁରରେ ବି କାମ କରୁନି ଇଭିଏମ୍‌ । ବିଜିପୁଟ କାଳୁଆ ସ୍କୁଲରେ ବୁଥ୍ ନଂ- ୧୨୧ରେ କାମ କରୁନି ଇଭିଏମ୍‌ । ଏଥିପାଇଁ ଭୋଟଗ୍ରହଣ ବିଲମ୍ବ ହୋଇଛି ।  

ଜୟପୁରର ମଧ୍ୟ ବିଭିନ୍ନ ବୁଥ୍‌ରେ କାମ କରୁନି ଇଭିଏମ୍‌ । ବୁଥ୍ ନଂ-୧୫୦ରେ ଇଭିଏମ୍‌ ମେସିନ୍ ଅଚଳ ହୋଇଯାଇଛି । କୋରାପୁଟ୍ ଲକ୍ଷ୍ମୀପୁର ବ୍ଲକ୍ 51ନମ୍ବର ବୁଥରେ ବିଧାନସଭା ପାଇଁ ଅଣାଯାଇଥିବା ଇଭିଏମ୍ ଖରାପ ହୋଇଯାଇଥିଲା । ଏଥିପାଇଁ ଭୋଟ ପ୍ରକ୍ରିୟା ପ୍ରାୟ ଘଣ୍ଟାଏ ହେଲା ବନ୍ଦ ରହିଛି । କିଛି ଭୋଟର୍ ଲୋକସଭା ପାଇଁ ଭୋଟ ଦେବା ପରେ ବିଧାନସଭା ପାଇଁ ଭୋଟ ଦେବା ସମୟରେ ମେସିନ୍ ଖରାପ ଥିବା ଜଣା ପଡିଥିଲା । ୧୨୨ ନମ୍ବର ବୁଥରେ କାମିୟା ମିଣିଆକା ନାମକ ଜଣେ ଭୋଟର୍ ଅଚେତ ହୋଇପଡିଥିଲେ । ଭୋଟ ଦେବାକୁ ଆସି ଘଣ୍ଟାଏ ଖରାରେ ଲାଇନରେ ଠିଆ ହୋଇଥିବାବେଳେ ଅଚେତ ହୋଇ ପଡିଥିଲେ । ତୁରନ୍ତ ତାଙ୍କୁ ସମ୍ପର୍କୀୟମାନେ ଲକ୍ଷ୍ମୀପୁର ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରିଥିଲେ । ପାଣିର ସୁବିଧା ନଥିବାରୁ ଖରାରେ ଠିଆ ହୋଇ ବିରକ୍ତ ହୋଇଥିଲେ ଭୋଟର ।