ତୃତୀୟ ପର୍ଯ୍ୟାୟ ନିର୍ବାଚନ: ଅନେକ ସ୍ଥାନରେ ଇଭିଏମ୍ ଅଚଳ, ବୁଥ୍ ବାହାରେ ଭୋଟର

ଭୁବନେଶ୍ବର ୨୩|୪: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଜାରି ରହିଛି । ଓଡ଼ିଶାର ସମ୍ବଲପୁର, କେନ୍ଦୁଝର, ଢ଼େଙ୍କାନାଳ, କଟକ, ପୁରୀ ଏବଂ ଭୁବନେଶ୍ବରର ଲୋକସଭା ନିର୍ବାଚନମଣ୍ଡଳୀ ଭୋଟଗ୍ରହଣ ଜାରି ରହିଛି । ଏଥିସହ ୪୨ ବିଧାନସଭା ଆସନରେ ବି ଭୋଟ୍ ଗ୍ରହଣ ।

ବିଭିନ୍ନ ବୁଥ୍ ରେ ଇଭିଏମ୍ ଅଚଳ ଯୋଗୁଁ ମତଦାନରେ ବିଳମ୍ବ ହୋଇଛି । ପାଟଣା ନିର୍ବାଚନ ମଣ୍ଡଳୀ ବୁଥ୍ ନଂ-୫୭ରେ ଇଭିଏମ୍ ଅଚଳ । ବୁଥ୍ ନଂ ୧୦୮ରେ ମଧ୍ୟ ଇଭିଏମ୍ ରେ ତ୍ରୁଟି ଦେଖାଯାଇଛି । ଭୋଟ୍ ଦେବାକୁ ଛିଡା ହୋଇଛନ୍ତି ଲୋକ । ବୁଥ୍ ନଂ-୯୭ରେ ଇଭିଏମରେ ତ୍ରୁଟି, ମତଦାନ ବିଳମ୍ବ ।

ବାରବାଟୀ-କଟକ ବୁଥ୍ ନଂ-୧୭୧ରେ କାମ କରୁନି ଇଭିଏମ୍ । ଆଦର୍ଶ ବୁଥ୍ ନଂ-୧୭୮ରେ ମଧ୍ୟ କାମ କରୁନି ଇଭିଏମ୍ । କେନ୍ଦୁଝର ସଦର ବୁଥ୍ ନଂ ୨୫୫ରେ ଇଭିଏମ୍ ତ୍ରୁଟି । ବୁଥ୍ ନଂ ୨୪୩, ୨୪୧ ଓ ୨୨୧ରେ ଇଭିଏମରେ ତ୍ରୁଟି । କାମ କରୁନି ଲୋକସଭା ପ୍ରାର୍ଥୀଙ୍କ ପାଇଁ ଥିବା ଇଭିଏମ୍ । ବୁଥ୍ ନଂ-୨୧୨ ଓ ୨୧୩ରେ ଇଭିଏମ୍ ରେ ତ୍ରୁଟି ରହିଛି ।

ଆନନ୍ଦପୁର ନିର୍ବାଚନମଣ୍ଡଳୀ ବୁଥ୍ ନଂ-୯୦ରେ ଇଭିଏମ୍ ଅଚଳ ଅଛି । ଘଷିପୁରା ନିର୍ବାଚନ ମଣ୍ଡଳୀ ବୁଥ୍ ନଂ ୨୮୧ରେ ଇଭିଏମ୍ ଅଚଳ ହୋଇଛି । ଜଟଣୀ ନିର୍ବାଚନ ମଣ୍ଡଳୀ ବୁଥ୍ ନଂ ୨୨୨ରେ ଇଭିଏମ୍ ଅଚଳ ହୋଇଛି । ବୁଥ୍ ନଂ ୨୨୩ ଓ ୨୨୪ରେ ଇଭିଏମ୍ ରେ ତ୍ରୁଟି ଥିବା ଯୋଗୁଁ ଭୋଟିଂ ବାଧାପ୍ରାପ୍ତ ହୋଇଛି ।

   ସମ୍ବନ୍ଧିତ ଖବର


କୋଭିଡ ଟିକା ଦେବା ପାଇଁ ଓଡ଼ିଶା ପ୍ରସ୍ତୁତ, ୩୦ ହଜାର ସ୍ଥାନରେ ଦିଆଯିବ ଟିକା: ମୁଖ୍ୟ ଶାସନ ସଚିବ

ଜାଆଁଳା ଶିଶୁଙ୍କ ଛାତି ଓ ପେଟ ଯୋଡି ହୋଇ ରହିଥିଲା,୮ ଘଣ୍ଟାର ଅପରେସନ୍ ପରେ କରାଗଲା ଅଲଗା

ବିଜେପି ସାଂସଦଙ୍କ ଦାବି: ଟିଏମସିର ୬୨ ବିଧାୟକ ଆମ ସହ ଯୋଗାଯୋଗରେ ଅଛନ୍ତି, ଡିସେମ୍ବର ୧୫ ସୁଦ୍ଧା ଭାଙ୍ଗିଯିବ ମମତା ସରକାର

‘କୋଭିସିଲ୍ଡ’ର ପାର୍ଶ୍ଵ ପ୍ରତିକ୍ରିୟା ଅଭିଯୋଗକୁ ସେରମ ଇନ୍‌ଷ୍ଟିଚ୍ୟୁଟ୍‌ର ଖଣ୍ଡନ, ସ୍ବେଚ୍ଛାସେବୀଙ୍କୁ ୧୦୦ କୋଟି ଟଙ୍କାର ମାନହାନୀ ଧମକ

ହଠାତ୍ ଆକାଶରେ ଦେଖିବାକୁ ମିଳିଲା ଅଗ୍ନି ପିଣ୍ଡୁଳା,ଜୋରଦାର ଲାଇଟ୍ ସହିତ ହୋଇଗଲା ଗାଏବ୍

କରୋନାରେ ମିଳିଲାନି କାମ, ଭୋକ ଉପବାସରେ ଜାଗାଘର ବାରଣ୍ଡାରେ ଆଖିବୁଜିଲେ ବୃଦ୍ଧ: ଶତ ଚେଷ୍ଟା ସତ୍ତ୍ୱେ ବଞ୍ଚାଇ ପାରିଲେନି ସାମାଜିକ କର୍ମୀ