PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ମଧ୍ୟରାତ୍ରୀ ସୁଦ୍ଧା ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଗୁଲାବ, ଗଞ୍ଜାମ ଓ ଗଜପତିରେ ପଡିବ ବେଶି ପ୍ରଭାବ
  • ||
  • ମାଲକାନଗିରି : ବାତ୍ୟା ମୁକାବିଲା ପାଇଁ ସଜାଗ ମାଲକାନଗିରି ଜିଲ୍ଲା ପ୍ରଶାସନ, ୬ଟି ଓଡ୍ରାଫ୍ ଓ ଗୋଟିଏ ଏନଡିଆରଏଫ୍ ଟିମ୍ ନିୟୋଜିତ
  • ||
  • କଟକ : ମହାନଦୀ ପୋଲ ଉପରୁ ପାଣିକୁ ଡେଇଁଲେ ବିଜେବି କଲେଜ କେମେଷ୍ଟ୍ରି ଲାବୋରେଟୋରୀ ଆସିଷ୍ଟାଣ୍ଟ
  • ||
  • ସୋରୋ : ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ, ୨୦ ହଜାର ଟଙ୍କା ଓ ସୁନା ଚେନ୍ ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ: କଟକ ଯୋବ୍ରା ନିକଟରୁ ଠାବ ହେଲା ନିଖୋଜ ହାତୀର ମୃତଦେହ, ଶୁକ୍ରବାର ରାତିରେ ମହନଦୀରେ ଭାସଯାଇଥିଲା
  • ||
  • ଭୁବନେଶ୍ୱର: ରାଜ୍ୟରେ ଖସୁଛି ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୫୮୫ ଜଣ ପଜିଟିଭ୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୭୫କୁ ବୃଦ୍ଧି
  • ||
  • ଅନୁଗୁଳ: କୋଡିଏମାଇଲ ଛକରେ ଥିବା ୨ଟି ଦୋକାନରୁ ଚୋରି କରୁଥିବା ବେଳେ ଧରାପଡିଗଲେ ୩ ଯୁବକ, ଖୁଣ୍ଟରେ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ସ୍ଥାନୀୟଲୋକ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ଗୁଲାବ୍, ମଧ୍ୟ ରାତ୍ରରେ ହେବ ଲ୍ୟାଣ୍ଡଫଲ୍
  • ||
  • ଆଇପିଏଲ୍- ୨୦୨୧: ଆଜି ରୋହିତ ଓ ବିରାଟଙ୍କ ମଧ୍ୟରେ କଡ଼ା ମୁକାବିଲା, ବିଜୟ ଲକ୍ଷ୍ୟରେ ଉଭୟ ଦଳ
  • ||
  • ଭୁବନେଶ୍ୱର: ‘ରମାଦେବୀ’ରେ ପିଏଚ୍‌ଡି ନାମଲେଖା ପାଇଁ ପ୍ରକାଶ ପାଇଲା ମେରିଟ ଲିଷ୍ଟ୍, ୧୧ଟି ବିଭାଗରେ ମୋଟ୍ ୬୦ ଛାତ୍ରୀଙ୍କୁ ଚୟନ..
  • ||
  • ପଞ୍ଜାବ: ଆଜି ପଞ୍ଜାବ କ୍ୟାବିନେଟ ସମ୍ପ୍ରସାରଣ ,ଶପଥ ନେବେ ମନ୍ତ୍ରୀ, ଚନ୍ନୀଙ୍କ ଟିମ୍‌ରେ ସାମିଲ ହେବେ ୭ ନୂଆ ଚେହେରା
  • ||

ମାଲକାନଗିରି ପୂର୍ବ ଶିକ୍ଷାଅଧିକାରୀ ଅଫିସ୍‌ରେ ପକାଇଲେ ତାଲା! ପୂର୍ବରୁ ରହିଛି ଦୁର୍ନୀତି ଅଭିଯୋଗ – ନୂଆଶିକ୍ଷା ଅଧିକାରୀ କିରାଣୀଙ୍କ କୋଠରୀରେ ବସିଲେ

ମାଲକାନଗିରି- ମାଲକାନଗିରି ଜିଲ୍ଲା ଶିକ୍ଷା ବିଭାଗରେ ବଡ ଧରଣ ହଟଚମଟ ଘଟଣା ଘଟିଯାଇଛି । ଶିକ୍ଷା ଅଧିକାରୀଙ୍କ କୋଠରୀରେ ତାଲା ପଡିଥିବାରୁ ନୂତନ ଶିକ୍ଷା ଅଧିକାରୀ କିରାଣୀଙ୍କ କୋଠରୀରେ ବସି କାମ କରିଛନ୍ତି ।
ସୂଚନାଯୋଗ୍ୟ ରାଜ୍ୟ ଗଣଶିକ୍ଷା ବିଭାଗ ପକ୍ଷରୁ ଗତ ୨୩ ତାରିଖରେ ରାଜ୍ୟର ୭ ଜଣ ଶିକ୍ଷା ଅଧିକାରୀଙ୍କୁ ବଦଳି ଏବଂ ପଦୋନ୍ନତି ଦେଇଥିଲେ । ମାଲକାନଗିରି ଶିକ୍ଷା ଅଧିକାରୀ ରମେଶ ଚନ୍ଦ୍ର ସେଠୀଙ୍କୁ ନୂଆପଡା ବଦଳି କରାଯାଇଛି । କନ୍ଧମାଳ ଜିଲ୍ଲାର ଅତିରିକ୍ତ ଶିକ୍ଷା ଅଧିକାରୀମାନସ କୁମାର ଜେନ ଙ୍କୁ ପଦୋନ୍ନତି ଦିଆଯାଇ ମାଲକାନଗିରିର ଶିକ୍ଷା ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଛି । ନୂଆ ଶିକ୍ଷା ଅଧିକାରୀ ଏଠାରେ କାର୍ଯ୍ୟରେ ଯୋଗ ଦେବାକୁ ଆସିଥିବା ବେଳେ ପୂର୍ବ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟର ନିର୍ଦ୍ଦିଷ୍ଟ କୋଠରୀରେ ତାଲା ପକାଇ ଚାଲିଯାଇଥିବା ଜଣା ପଡିଛି । ନୂଆ ଶିକ୍ଷା ଅଧିକାରୀ କ୍ୟାମ୍ପ ଅଫିସ୍‌ କରି କାର୍ଯ୍ୟରେ ଯୋଗ ଦେଇଥିବା ବିଷୟ ଗଣ ଶିକ୍ଷା ବିଭାଗକୁ ପଠାଇଛନ୍ତି ।

ତେବେ ପୂର୍ବ ଶିକ୍ଷା ଅଧିକାରୀ ରମେଶ ଚନ୍ଦ୍ର ସେଠରୀ ଏପରି କାର୍ଯ୍ୟ କାହିଁକି କରିଛନ୍ତି ତାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତାଙ୍କର ନୂଆପଡା ବଦଳି ହୋଇଥିବା ବେଳେ ସେ କାହିଁକି ଏପରି କରିଛନ୍ତି ତାହା ତାଙ୍କ ବିଭାଗକୁ ଅଡୁଆରେ ପକାଇଛି । ତାଙ୍କୁ ଫୋନ୍‌ରେ ଯୋଗା ଯୋଗ କରିବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ସ୍ୱିଚ୍‌ ଅଫ୍‌ ରହିଥିଲା । ପୂର୍ବରୁ ତାଙ୍କ ନାମରେ ସ୍କୁଲ୍‌ ପିଲାଙ୍କ ପୋଷାକ କିଣାରେ ଦୁର୍ନୀତି, ଅଗ୍ନି ନିର୍ବାପକ ଯନ୍ତ୍ର କିଣିବାରେ, ଶିକ୍ଷକ ଶିକ୍ଷୟତ୍ରୀଙ୍କ ବଦଳି କରିବାରେ ଦୁର୍ନୀତି କ୍ରୀଡା ସାମଗ୍ରୀ କିଣିବାରେ ଅର୍ଥହେରଫେର ଅଭିଯୋଗ ରହିଛି । ବଦଳି ହୋଇଥିଲେ ମଧ୍ୟ ସେ ଅଫିସ୍‌ର ରୁମ୍‌କୁ ତାଲା ପକାଇ ରଖିବାକୁ ନେଇ ଅନେକ ପ୍ରଶ୍ନ ଉଠିଛି ।

ଏବେ ଶିକ୍ଷା ବିଭାଗରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେବା ସହ ଅନେକ ଏହି କାର୍ଯ୍ୟକୁ ନାପସନ୍ଦ କରିଛନ୍ତି ।