ବିଜେପିରେ ସାମିଲ ହେଲେ ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର

ଭୁବନେଶ୍ୱର ୨୪/୩: ପଦ୍ମ ଧରିଲେ ପ୍ରକାଶ ମିଶ୍ର । ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର ରବିବାର ବିଜେପିରେ ମିଶିଛନ୍ତି । ରାଜ୍ଯ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ହେଉଥିବା ମିଶ୍ରଣ ପର୍ବରେ ପଦ୍ମ ଧରିଛନ୍ତି ପ୍ରକାଶ । ପୂର୍ବରୁ ସେ ଦଳରେ ମିଶି କଟକରୁ ଲୋକସଭା ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ହେଉଥିଲା । ତେବେ ଆଜି ସେ ବିଧିବଦ୍ଧଭାବେ ଦଳରେ ସାମିଲ ହୋଇଛନ୍ତି ।
ବିଜେଡିର ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ ଓ ଜଳେଶ୍ୱରର ପୂର୍ବତନ ବିଧାୟକ ଦେବୀ ପ୍ରସନ୍ନ ଚାନ୍ଦ ମଧ୍ଯ ବିଜେପିରେ ସାମିଲ ହୋଇଛନ୍ତି । ଅନେକ ସମର୍ଥକ ମଧ୍ଯ ଦଳରେ ଯୋଗ ଦେଇଥିଲେ । ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସମୀର ମହାନ୍ତି ଓ ବରିଷ୍ଠ ନେତା ଦାମ ରାଉତ ଉପସ୍ଥିତ ଥିଲେ ।