କଂଗ୍ରେସରେ ଯୋଗ ଦେଲେ ବରିଷ୍ଠ ନେତା ନବୀନ ନନ୍ଦ

ଭୁବନେଶ୍ବର ୨୦।୩: ରାଜ୍ୟ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ବୁଧବାର କଂଗ୍ରେସରେ ଯୋଗ ଦେଇଛନ୍ତି ବରିଷ୍ଠ ନେତା ନବୀନ ନନ୍ଦ। ତାଙ୍କୁ ଗଁଦିଆ ବିଧାନସଭାର ପ୍ରାର୍ଥୀ ଭାବେ ଚୟନ କରାଯାଇଥିଲା।
ମିଳିଥିବା ସୂଚନାନୁସାରେ, ଢ଼େଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦ ବିଜେଡ଼ିରୁ ନିଳମ୍ବିତ ହେବା କଂଗ୍ରେସ ଟିକେଟରୁ ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ହେଉଥିଲା। ଏ ସଂକ୍ରାନ୍ତରେ ନବୀନ ମଧ୍ୟ କହିଥିଲେ ଯେ, ସେ କଂଗ୍ରେସରେ ମିଶିବା ସମ୍ଭାବନା ରହିଛି। ଏନେଇ ଚର୍ଚ୍ଚା ବି ଜାରି ରହିଛି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, କୋଲକାତାରେ ଢ଼େଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ଗିରଫଦାରୀକୁ ନେଇ ବିବାଦ ଉପୁଜିବା ପରେ ବିଜୁ ଜନତା ଦଳରୁ ତାଙ୍କୁ ନିଲମ୍ବିତ କରାଯାଇଥିଲା।