ଖୋଲିଲା ଅନୁପଙ୍କ ମୁଖା: ମାନିଗଲେ ଦୋଷ, ମୃତ ମହିଳାଙ୍କ ସହ ଲିଭ୍ ଇନ୍ ରିଲେସନସିପରେ ଥିଲେ

ବ୍ରଜରାଜନଗର, ୧୪|୦୨: ଛତିଶଗଡ ଡବଲ ମର୍ଡର ଘଟଣାରେ ପୂର୍ବତନ ବିଧାୟକ ଅନୁପ ସାଏ ଗିରଫ ହୋଇଛନ୍ତି। ତାଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ଥିବା ପୋଲିସ କହିଛି। ଏପରିକି ସେ ଗିରଫ ହେବା ପରେ ବଡ ଗୁମର ଖୋଲିଛି। ଏନେଇ ରାୟଗଡ ଏସପି ସନ୍ତୋଷ ସିଂ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଏସପି କହିଛନ୍ତି ଯେ, ମୃତ ମହିଳା କଳ୍ପନା ସାହୁଙ୍କ ସହ ଅନୁପଙ୍କ ଘନିଷ୍ଠ ସମ୍ପର୍କ ଥିଲା। ଉଭୟ ଲିଭ୍ ଇନ୍ ରିଲେସନଲିପରେ ରହିଥିଲେ। ଏନେଇ ଅନୁପ ନିଜେ ସ୍ୱୀକାର କରିଛନ୍ତି। ଏପରିକି ତାଙ୍କର ଡିଏନଏ ଓ ନର୍କୋ ଟେଷ୍ଟ ମଧ୍ୟ କରାଯିବ।

୨୦୧୬ରେ ରାୟଗଡର ଏକ ଜଙ୍ଗଲରୁ ମା ଓ ଝିଅଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ମୃତଦେହର ପରିଚୟ ଖୋଜିବା ପାଇଁ ୬ ମାସ ଲାଗିଯାଇଥିଲା। ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଏପରିକି ମହିଳାଙ୍କ ପୋଷ୍ଟର ମଧ୍ୟ ଲଗାଇଥିଲା। ପୋଷ୍ଟର ଦେଖି ମହିଳାଙ୍କ ଭାଇ ମୃତଦେହକୁ ଚିହ୍ନଟ କରିଥିଲେ। ମହିଳାଙ୍କର ଅନୁପଙ୍କ ସହ ସମ୍ପର୍କ ଥିବା ତାଙ୍କ ଭାଇ ପୋଲିସକୁ ଜଣାଇଥିଲେ। ଏହି ମାମଲାରେ ପୋଲିସ ୬ଟି ରାଜ୍ୟର ପ୍ରାୟ ୭୦୦ଜଣଙ୍କୁ ଜେରା କରିଥିଲା। ଏହି ଜେରାର ସମ୍ମୁଖୀନ ହୋଇଥିବା ଜଣେ ବ୍ୟକ୍ତିଙ୍କ ଉପରେ ପୋଲିସ ସନ୍ଦେହ କରି ନଜର ରଖିଥିଲା। ସେ ଅନୁପଙ୍କ ସହ ଯୋଗାଯୋଗରେ ରହିଥିଲେ। ପୋଲିସ ଏନେି ବାରମ୍ବାର ଅନୁପଙ୍କୁ ନୋଟିସ ପଟାଇଥିଲେ ମଧ୍ୟ ସେ ବିଭିନ୍ନ ଆଳ ଦେଖାଇ ହାଜର ହେଉନଥିଲେ। ତେବେ ତାଙ୍କୁ ପଚରାଉଚରା ପରେ ସେ ସତ ସ୍ୱୀକାର କରିଥିବା ପୋଲିସ କହିଛି।

   ସମ୍ବନ୍ଧିତ ଖବର


କରୋନା ବିରୋଧୀ ଲଢ଼େଇ ପାଇଁ ନାଲ୍‌କୋ ଦେଲା ୧୦.୨ କୋଟି ସହାୟତା

ଲକଡାଉନ୍‌ ଚେକିଂ ବେଳେ ୩୨ ଲକ୍ଷଟଙ୍କାର ଧଳାଜହର ଜବତ,ଗାଡି ଛାଡି ଚମ୍ପଟ୍ ମାରିଲା ବେପାରି

ସିଲ୍‌ ଅଞ୍ଚଳରେ ମୋବାଇଲ୍‌ ଏଟିଏମ୍‌, ମିଲ୍କ ଭ୍ୟାନ୍‌

ମଣିଷ ଦେହର କୋଷିକା ଭିତରେ ଲୁଚି ରହୁଛି କରୋନା, କିଛି ଦିନ ବ୍ୟବଧାନରେ ପୁଣି ହେଉଛି ସକ୍ରିୟ