ପୂର୍ବତନ ବିଧାୟକ ପ୍ରହଲ୍ଲାଦ ବେହେରାଙ୍କ ପରଲୋକ

ବୌଦ୍ଧ ୯।୩ : ବୌଦ୍ଧ ଜିଲ୍ଲାର ପୂର୍ବତନ ବିଧାୟକ ପ୍ରହଲ୍ଲାଦ ବେହେରାଙ୍କ ପରଲୋକ। ବୌଦ୍ଧ ଜିଲ୍ଲାର ପୂର୍ବତନ ବିଧାୟକଙ୍କର ୮୩ ବର୍ଷ ବୟସରେ ଦେହାନ୍ତ ହୋଇଛି। ପ୍ରହଲ୍ଲାଦ ବେହେରା ଅସୁସ୍ଥ ଥିବାବେଳେ ଗତ କାଲି ଠାରୁ ବୁର୍ଲା ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଆଜି ସକାଳ ୪ଟା ୩୦ ମିନିଟରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡିଛି।

ଏକଦା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସାରଥୀ ଥିବା ପ୍ରହଲ୍ଲାଦ ବେହେରା ଅବିଭକ୍ତ ଫୁଲବାଣୀ ସଂରକ୍ଷିତ ନିର୍ବାଚନ ମଣ୍ଡଳୀରୁ ୧୯୭୭ ମସିହାରେ ଜନତା ପାର୍ଟି ତରଫରୁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ।

ବୌଦ୍ଧ ଜିଲ୍ଲାର ବିକାଶ ପାଇଁ ଅନେକ ଉନ୍ନୟନ ମୂଳକ କାର୍ଯ୍ୟ କରି ଜଣେ ଆଗ ଧାଡ଼ିର ରାଜନୀତିଜ୍ଞ ଭାବେ ବେଶ ଲୋକ ପ୍ରିୟତା ହାସଲ କରିଥିଲେ ପ୍ରହଲ୍ଲାଦ ବେହେରା। ଦେହାନ୍ତ ପରେ ତାଙ୍କ ପାର୍ଥିବ ଶରୀରକୁ ବୌଦ୍ଧ ଜିଲ୍ଲା ହରଭଙ୍ଗା ଠାରେ ଥିବା ନିଜ ବାସଭବନକୁ ନିଆଯାଇଛି। ସେଠାରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ କରାଯିବ।

   ସମ୍ବନ୍ଧିତ ଖବର


ଓଭର ଟେକ୍‌କୁ ନେଇ ବଚସା, ବସ୍‌ ଉପରକୁ ଗୁଳିମାଡ଼ କରି ଫେରାର ଦୁଇ ଯୁବକ ଓ ଯୁବତୀ

ମୃତ୍ୟୁର ତାଣ୍ଡବ ରଚିଲା ଇଣ୍ଟରସିଟି ଏକ୍ସପ୍ରେସ୍, ଚାଲିଗଲା ୩୧ ମଇଁଷିଙ୍କ ଜୀବନ

୧୦ ଦିନ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ, ଆରମ୍ଭ ହେବ କୁମ୍ଭୀର ଗଣନା

କନଷ୍ଟେବଳଙ୍କୁ ମହଙ୍ଗା ପଡିଲା ପରକୀୟା ପ୍ରୀତି: ଅବିବାହିତ କହି ଯୁବତୀଙ୍କ ସହ ରଖିଥିଲେ ଶାରୀରିକ ସମ୍ପର୍କ, ଫେରାର କର୍ମଚାରୀକୁ ବାନ୍ଧିଲା ପୁଲିସ୍

ଗାଈକୁ ବଞ୍ଚାଇବାକୁ ଯାଇ ଓଲଟିଲା କାର୍, ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ହିରୋ ସୋରୁମ୍‌ ଦମ୍ପତି

ଫ୍ୟାନ୍‌ରେ ଝୁଲିପଡିଲେ ନାବାଳିକା, ମୃତ୍ୟୁର କ’ଣ ରହିଛି କାରଣ…