PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମାଲକାନଗିରି ଜିଲ୍ଲାପାଳଙ୍କ ନାମରେ ଟେଣ୍ଡର ଫିକସିଙ୍ଗ ଓ ଗ୍ରାନାଇଟ ପଥର ଖଣିଲିଜରେ ଦୁର୍ନୀତିର ଅଭିଯୋଗ ଆଣିଲେ ପୁର୍ବତନ ସାଂସଦ ତଥା ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ
  • ||
  • କଟକ: ଦୁଷ୍କର୍ମ ମାମଲ, ୧୪ ବର୍ଷ ପରେ ଆଜୀବନ କାରାଦଣ୍ଡ ଆସାମୀ ନିର୍ଦୋଷରେ ଖଲାସ
  • ||
  • ବଲାଙ୍ଗୀର: ମୂଲ୍ୟବାନ ଖଇର ଗଣ୍ଡି ଓ ଗାଡି ଜବତ କଲା ବନ ବିଭାଗ, ଡ୍ରାଇଭର ଫେରାର
  • ||
  • କୋରାପୁଟ: ବାଇକ୍ ଚୋର ଗ୍ୟାଙ୍ଗକୁ ଧରିବା ସଫଳ ହେଲା କୋରାପୁଟ ଟାଉନ ଥାନା ପୋଲିସ, ୧୫ ବାଇକ୍‌ ଉଦ୍ଧାର, ୩ ଚୋର ଗିରଫ
  • ||
  • ଜଗତସିଂହପୁର: ଅଲିପିଙ୍ଗଳ ବାଲିଘାଟରେ ପୁଣି ଚଢ଼ଉ କଲେ ତହସିଲଦାର , ୭ରୁ ଅଧିକ ହାଇଓ୍ବା ଜବତ, ମାଲିକ ମହଲରୁ ତେଜୁଛି ଅସନ୍ତୋଷ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ଚିନ୍ତା ବଢ଼ାଉଛି ମୃତ୍ୟୁ ସଂଖ୍ୟା, ୨୪ ଘଣ୍ଟାରେ ଆଉ ୩୮ ଜଣଙ୍କ ଜୀବନ ନେଲା କରୋନା
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୯୫୭ କରୋନା ପଜିଟିଭ୍
  • ||
  • ପୁରୀ : ସ୍ନାନ ପୂର୍ଣ୍ଣିମା ପାଇଁ ପୁରୀରେ ୧୪୪ ଧାରା, ୨୩ ତାରିଖ ରାତି ୧୦ଟାରୁ ୨୫ ତାରିଖ ଭୋର ୨ଟା ଯାଏଁ କଟକଣା
  • ||
  • ପୁରୀ : ଏବର୍ଷ ୩ ଦିନ ନବଯୌବନ ଦର୍ଶନ, ଆଜି ଶ୍ରୀମନ୍ଦିରରେ ଦଇତାପତି ସେବାୟତଙ୍କ ପ୍ରବେଶ, ୨୩ରେ ସେନାପଟା ଲାଗି ନୀତି
  • ||
  • ଭୁବନେଶ୍ୱର : ଓଡ଼ିଶାର ୭ ଜିଲ୍ଲାରେ ନିଅଣ୍ଟିଆ ବର୍ଷା, ଆଜି ୧୨ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାରି
  • ||

ମୁକ୍ତ ବିଦ୍ୟାଳୟର ପରୀକ୍ଷା କେନ୍ଦ୍ରରେ ବିଭ୍ରାଟ: ଅପରାହ୍ନ ୧.୩୦ପରିବର୍ତ୍ତେ ସନ୍ଧ୍ୟା ହେଲା ପରୀକ୍ଷା

ବିଜାତଳା ୨୦/୨: ରାଜ୍ୟ ମୁକ୍ତ ବିଦ୍ୟାଳୟ ପ୍ରତିଷ୍ଠାନ ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ବିଜାତଳା ବ୍ଲକର ସରକାରୀ ହାଇସ୍କୁଲ, ବିଜାତଳାରେ ପରୀକ୍ଷା କେନ୍ଦ୍ର ହୋଇଥିଲା । ଏହି ପରୀକ୍ଷା ବୁଧବାର ଠାରୁ ପର୍ଯ୍ୟାୟକ୍ରମେ ଅପରାହ୍ନ ୧.୩୦ରେ ଆରମ୍ଭ ହୋଇ ୪ଟା ରେ ସରିବା କଥା । ପ୍ରଥମ ଦିନ ଇଂରାଜୀ ବିଷୟ ପରୀକ୍ଷା ଥିଲା । ୨୦୯ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨୦୬ଜଣ ଏହି ପରୀକ୍ଷା ଦେଇଥିଲେ । ତେବେ ପ୍ରଥମ ଦିନରେ ଏହି ପରୀକ୍ଷା ନିର୍ଦ୍ଧାରିତ ସମୟର ସାଢେ ୪ଘଣ୍ଟା ବିଳମ୍ବରେ ହୋଇଥିଲା । ପରୀକ୍ଷା ସନ୍ଧ୍ୟା ୬ଟାରେ ଆରମ୍ଭ ହୋଇ ରାତି ୮ଟା ୩୦ ପର୍ଯ୍ୟନ୍ତ ଚାଲିଥିଲା । ଦିନର ପରୀକ୍ଷା ରାତିରେ ହେବା ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି ।

ପରୀକ୍ଷା ସମୟରେ ବ୍ୟାପକ ବିଭ୍ରାଟ ପାଇଁ ପରୀକ୍ଷାର୍ଥୀ ତଥା ଅଭିଭାବକ ମହଲରେ ଅସନ୍ତୋଷ ଦେଖା ଦେଇଥିଲା । ସ୍କୁଲରେ ସେମିତି ରାତ୍ରି ଉପଯୋଗୀ ଭିତ୍ତିଭୂମି ନଥିବା ବେଳେ ପରୀକ୍ଷାର୍ଥୀମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ତେବେ ଇଂରାଜୀ ପ୍ରଶ୍ନପତ୍ର ଭିତରେ ଓଡ଼ିଆ ପ୍ରଶ୍ନ ଏବଂ ଆବଶ୍ୟକୀୟ ପ୍ରଶ୍ନପତ୍ର ନଥିବାରୁ ପ୍ରଶ୍ନ ଜେରକ୍ସ କରି ପରୀକ୍ଷା ବିଳମ୍ବ ହୋଇଥିବା ଶୁଣିବାକୁ ମିଳିଛି । ତେବେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନାଧିକାରୀଙ୍କ ସମେତ ପୁଲିସ ଉପସ୍ଥିତିରେ କଡା ସୁରକ୍ଷା ବଳୟ ମଧ୍ୟରେ ପରୀକ୍ଷା ହୋଇଥିବା ଜଣା ପଡିଛି । ତେବେ ଏନେଇ କତୃପକ୍ଷ କିମ୍‌ବା ପରୀକ୍ଷାର୍ଥୀଙ୍କ ଠାରୁ କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ। ସୂଚନା ଯୋଗ୍ୟ ଯେ ଏହି ପରୀକ୍ଷାକେନ୍ଦ୍ରରେ ସିସିଟିଭି ମଧ୍ୟ ଲାଗିଛି ।