ଅଧିକ ହ୍ୟାଣ୍ଡସାନିଟାଇଜର ବ୍ୟବହାର ସୃଷ୍ଟି କରିପାରେ ବିପଦ

କରୋନା ଭାଇରସ୍ କାରଣରୁ ହ୍ୟାଣ୍ଡ ସାନିଟାଇଜରର ଖୁବ୍ ଅଧିକ ବ୍ୟବହାର ହେଉଛି। ଅଧିକ ସାବଧାନୀ କାରଣରୁ ଲୋକମାନେ ଅଳ୍ପ-ଅଳ୍ପ ସମୟରେ ହ୍ୟାଣ୍ଡ ସାନିଟାଇଜରର ବ୍ୟହବାର କରିବା ଖୁବ୍ ସୁରକ୍ଷିତ କିମ୍ବା ସଫା ରଖିବାର ଚେଷ୍ଟା କରୁଛନ୍ତି। ପ୍ରତି ସମୟରେ ଓ ପ୍ରତି ସ୍ଥାନରେ ସାବୁନ ଏବଂ ପାଣିରେ ହାତ ଧୋଇବା ମଧ୍ୟ ସମ୍ଭବ ନୁହେଁ। ତେଣୁ ଏହି ସମୟରେ ଳୋକମାନେ ହାଣ୍ହ ସାନିଟାଇଜରର ବ୍ୟବହାର କରିବା ପାଇଁ ନିଜେ ସରକାର ପରାମର୍ଶ ଦେଇଛନ୍ତି, କିନ୍ତୁ ଆପଣଙ୍କୁ କହି ରଖୁଛୁ ଯେ, ଅତ୍ୟାଧିକ ହ୍ୟାଣ୍ହ ସାନିଟାଇଜର ଅତ୍ୟାଧିକ ପ୍ରୟୋଗର କିଛି ସାଇଡ ଇଫେକ୍ଟ ମଧ୍ୟ ରହିଛି।

ସାନିଟାଇଜର ବ୍ୟାକ୍ଟେରିଆକୁ ମାରିବାରେ ଖୁବ୍ ଭଲ ଓ ଏହି କାରଣରୁ ଆମେ ବିଭିନ୍ନ ପ୍ରକାର ରୋଗରୁ ବଞ୍ଚିପାରିବା। କିନ୍ତୁ ଏହାର ଅନ୍ୟ ପକ୍ଷ ମଧ୍ୟ ରହିଛି। ସାନିଟାଇଜର ଶରୀରରେ ଥିବା Microbiomesଅର୍ଥାତ ଏକ ପ୍ରକାର ବ୍ୟାକ୍ଟେରିଆକୁ ବିଭିନ୍ନ ପ୍ରକାର ଭାବରେ ପ୍ରଭାବିତ କରିପାରିଥାଏ। ଏହା ଆମ ପାଇଁ ଖୁବ୍ ଖରାପ ହୋଇଥାଏ। ସାନିଟାଇଜରର ପ୍ରୟୋଗ କେବଳ ସେତେବେଳେ କରାଯାଇଥାଏ, ଯେତେବେଳେ ଆପଣଙ୍କ ପାଇଁ ସାବୁନ ଓ ପାଣିରେ ହାତ ଧୋଇବା ସମ୍ଭବ ନହୋଇଥାଏ।

ରୋଗ ନିୟନ୍ତ୍ରଣ ଓ ପ୍ରତିରୋଧ କେନ୍ଦ୍ର ଅନୁସାରେ, ଆଣ୍ଟି ବ୍ୟାକ୍ଟେରିଆଲ ତତ୍ତ୍ବ ସହିତ ଆସୁଥିବା ହ୍ୟାଣ୍ହ ସାନିଟାଇଜର ବହୁବାର ଆଣ୍ଟିବାୟୋଟିକ୍-ପ୍ରତିରୋଧୀ ବ୍ୟାକ୍ଟେରିଆକୁ ବିକଶିତ କରିପାରେ। ତେଣୁ ଏହା ଅନୁସାରେ, ବ୍ୟାକ୍ଟେରିଆରୁ ଯେପରି ଉତ୍ପନ ନହେବ ସେଥିପାଇଁ ସାନିଟାଇଜର ସ୍ଥାନରେ ସାବୁନ ଓ ପାଣିରେ ହାତ ଧୋଇବା ଖୁବ୍ ଭଲ। ଯଦି ଆପରଙ୍କ ହାତ ଅପରିସ୍କାର ଦେଖାଯାଉଛି ତେବେ ହ୍ୟାଣ୍ଡ-ସାନିଟାଇଜର କାମରେ ଆସିବନି।

ହ୍ୟାଣ୍ହ ସାନିଟାଇଜର ମଇଳା ହାତକୁ ସଫା କରିନଥାଏ ଓ ମଇଳା ହାତରୁ ବ୍ୟାକ୍ଟେରିଆ ମାରିବାରେ କମ୍ ପ୍ରଭାବ ହୋଇଥାଏ। ଯଦି ସବୁବେଳେ ସାନିଟାଇଜର ବ୍ୟବହାର କରନ୍ତି ତେବ ହାତ ପୂର୍ବ ଅପକ୍ଷା ଅଧିକ ଡ୍ରାଇ ହୋଇଯାଇଥାଏ। ସାନିଟାଇଜରରେ ଥିବା ଆଲକୋହଲ ସ୍କିନ୍ ପାଇଁ ଖୁବ୍ ଡ୍ରାଇ କରିପାରେ, କିନ୍ତୁ ଏହାର ସମାଧାନ ହ୍ୟାଣ୍ଡ ମଶ୍ଚରାଇଜର ଅଟେ। ଏଥିରେ ଆପଣଙ୍କ ହାତ ହାଇଡ୍ରେଟେଡ୍ ରହିବା କିମ୍ବା ସିଧା ସାବୁନ ଓ ପାଣିରେ ହାତ ଧୋଇ ନିଅନ୍ତୁ।

ଯଦି ହାଣ୍ଡ ସାନିଟାଇଜର ଭୁଲରେ ମୁହଁ ଭିତରକୁ ଚାଲିଯାଏ ତେବେ ଅସୁବିଧାର କାରଣ ହୋଇପାରେ। ଏହି ମାମଲାରେ ପିଲାମାନେ ସବୁଠାରୁ ଅଧିକ ବିପଦରେ ରହିଥାନ୍ତି। ସେଣ୍ଟେଡ୍ ହାଣ୍ଡ ସାନିଟାଇଜର ପିଲାଙ୍କୁ ଆକର୍ଷିତ କରିଥାଏ ଓ ଆଟ୍ରାକଟିଭ ପ୍ୟାକେଜ୍, ବ୍ରାଇଟ କଲର ହେବା କାରଣରୁ ପିଲାମାନେ ଆକର୍ଷିତ ହୋଇଯାଇଥାନ୍ତି। ତେଣୁ ପିଲାଙ୍କଠାରୁ ଏହାକୁ ଦୂରେଇ ରଖିବା ଦରକାର।

   ସମ୍ବନ୍ଧିତ ଖବର


ନିର୍ବାଚନ ପୂର୍ବରୁ ବିଜେପିକୁ ଝଟକା –ଦେବେନ୍ଦ୍ର ଫଡନାଭିସ୍‌ଙ୍କୁ କରୋନା

କରୋନା କାଳରେ ଏହି ଦେଶର ଲୋକମାନେ ବୁଲିବୁଲି ଖୋଜୁଛନ୍ତି ‘ବିଶେଷ ଜିନିଷ’, ଯଦି ମିଳିଯିବ ତେବେ…

ଦୁର୍ଗାଙ୍କ ପୂଜାରେ ଦୁର୍ଗାଙ୍କ ବଦଳରେ ପୂଜା ପାଉଛନ୍ତି ମା ନୀଳବର୍ଣ୍ଣା ସରସ୍ଵତୀ, ଏଠି ଦଶହରାରେ ପୂଜା ପାଆନ୍ତି ମା ସରସ୍ବତୀ…

ପୁଣି ୧୫ ମୁଣ୍ଡ ନେଲା କରୋନା, ମୃତ୍ୟୁସଂଖ୍ୟା ୧୨୨୯କୁ ବୃଦ୍ଧି

ଲେଦର ବଲ୍ ଭଳି ଫୁସଫୁସକୁ ଶକ୍ତ କରିଦେଉଛି କରୋନା, ଭାରତରେ ଦେଖିବାକୁ ମିଳିଲା ଏଭଳି ପ୍ରଥମ ମାମଲା

ରାଜ୍ୟରେ ଚିହ୍ନଟ ହେଲେ ୧୬୯୫ ନୂଆ ଆକ୍ରାନ୍ତ: ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୭୯ ହଜାର ଟପିଲା