ୟୁନାଇଟେଡ ବ୍ୟାଙ୍କକୁ ଆଇଟି ଭିତ୍ତିଭୂମି ଏସ୍କିଲେନ୍ସ ଆୱାର୍ଡ

ବାରଙ୍ଗ,୨୯ା୩(ଆ.ପ୍ର.): ଚଳିତ ବର୍ଷ ରାଷ୍ଟ୍ରାୟତ୍ତ ୟୁନାଇଟେଡ୍ ବ୍ୟାଙ୍କ ଅଫ୍ ଇଣ୍ଡିଆକୁ ମିଳିଛି ଆଇଟି ଭତ୍ତିଭୂମି ଉତ୍କର୍ଷ ପୁରସ୍କାର । ଇଣ୍ଟରନ୍ୟାଶନାଲ କାଉନସିଲ ଅଫ ଇଲେକ୍ଟ୍ରୋନିକ୍ସ କମର୍ସ କନସଲଟାଣ୍ଟ (ଇସି କାଉନ୍ସିଲ ) ତରଫରୁ ଏହି ଉପଲକ୍ଷେ ମୁମ୍ବାଇ ଠାରେ ଅନୁଷ୍ଠିତ ଉତ୍ସବରେ ପ୍ରିନ୍ସପାଲ ସେକ୍ରେଟାରୀ ଅଫ ଡାଇରେକ୍ଟର ଜେନେରାଲ ଇନଫରମେସନ ଆଣ୍ଡ ପବ୍ଲିକ ରିଲେସନ ସେକ୍ରେଟାରୀ, ସ୍ପେସିଆଲ ଆଇଜି ଅଫ ପୁଲିସ ସାଇବର (ମହାରାଷ୍ଟ୍ର )ର ଆଇପିଏସ ଅଧିକାରୀ ବ୍ରିଜେଶ ସିଂ ଯୋଗଦେଇ ଏହି ପୁରସ୍କାର ପ୍ରଦାନ କରିଛନ୍ତି ।
ଆଜି କାଲି ଡିଜିଟାଲ ବ୍ୟାଙ୍କି କାରବାର ବୃଦ୍ଧି ପାଉ ଥିବା ବେଳେ ଏହାର ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ପ୍ରତେକ ବ୍ୟାଙ୍କ ମାନେ ଗୁରୁତ୍ୱ ଦେଉଛନ୍ତି । ସାଇବର ନିରାପତ୍ତାରେ ଉନ୍ନତି ଆଣିବା ପାଇଁ ବ୍ୟାଙ୍କ ମାନେ କେତେକ ପ୍ରଯୁକ୍ତି ବିଦ୍ୟା ପ୍ରୟୋଗ କରି ବ୍ୟାଙ୍କିଂ ବ୍ୟବସ୍ଥାକୁ ସୁରକ୍ଷା ଯୋଗାଇ ଦେଉଛନ୍ତି । ୟୁନାଇଟେଡ ବ୍ୟାଙ୍କ ଅଫ ଇଣ୍ଡିଆ ର ପରିଚାଳନା ନିର୍ଦ୍ଦେଶକ ଅଶୋକ କୁମାର ପ୍ରଧାନ ଏବଂ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅଜିତ କୁମାର ଦାସ ଦୁଇ ଓଡିଆ ଉଚ୍ଚଅଧିକାରୀ ଙ୍କ ତତ୍ତ୍ୱାବଧାନରେ ଏହି ବ୍ୟବସ୍ଥାର ଅତ୍ୟାଧୁନିକତା ପାଇଁ ଏହି ପୁରସ୍କାର ପାଇବାର ଗୌରବଲାଗ କରିଛନ୍ତି ।