ଭିଜିଲାନ୍ସ ଜାଲରେ ଅବକାରୀ ବିଭାଗ ବରିଷ୍ଠ କିରାଣୀ, ଏକକାଳୀନ ୩ଟି ସ୍ଥାନରେ ରେଡ୍

ବଲାଂଗୀର ୨୦।୯: ଭିଜିଲାନ୍ସ ଜାଲରେ ଅବକାରୀ ବିଭାଗ ବରିଷ୍ଠ କିରାଣୀ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଂଗୀର ଅବକାରୀ ବିଭାଗ କିରାଣୀ ତ୍ରୀନାଥ ସେଠୀଙ୍କ ଘରେ ଭିଜିଲାନ୍ସ ଆଜି ରେଡ୍ କରିଛି ।

ସ୍ଥାନୀୟ ପ୍ୟାଲେସ ଲାଇନରେ ଥିବା ନିଜ ଘର, ନୂଆପଡାରେ ଥିବା ପୈତୃକ ଘର ସହ ଅବକାରୀ ଅଫିସରେ ଏକକାଳୀନ ରେଡ୍ ଚାଲିଛି । ନଗଦ ୭୫ହଜାର ଟଙ୍କା ସହ ବହୁ ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜର ଯାଞ୍ଚ କରୁଛି ଭିଜିଲାନ୍ସ ଟିମ୍ ।

ବଲାଂଗୀର, ଝାରସୁଗୁଡା, ସୁନ୍ଦରଗଡ, ବରଗଡ ଓ ସମ୍ବଲପୁର ଭିଜିଲାନ୍ସ ଟିମର ଏକକାଳୀନ ଚଢଉ ଜାରି ରହିଛି । ଅବକାରୀ ବିଭାଗରେ କାମ କରୁଥିବା ଏହି ଅଧିକାରୀଙ୍କ ନାଁରେ ପୂର୍ବରୁ ବହୁ ଅଭିଯୋଗ ରହିଥିଲା ।

   ସମ୍ବନ୍ଧିତ ଖବର


ବଡ଼ ଅଘଟଣ: ବୋମା ଭିଡୁଥିବା ବେଳେ ବିସ୍ପୋରଣ, ଜଣେ ମୃତ, ଦୁଇ ଗୁରୁତର

ଗୋରୁ ବୋଝେଇ ଗାଡ଼ି ଜବତ, ଡ୍ରାଇଭର ସମେତ ଦୁଇ ଅଟକ

ଆଇଆରବି ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ, ଚାଲିଛି ତଦନ୍ତ

ବନବିଭାଗ ଫରେଷ୍ଟ ଗାର୍ଡ ନିଖୋଜ, ଥାନାରେ ଏତଲା

ବାଲେଶ୍ୱର ସଦର ଉପନିର୍ବାଚନ: ମୁଖ୍ୟମନ୍ତ୍ରୀଙ୍କ ଭର୍ଚୁଆଲ ରାଲି ଆଜି

ଗୁପ୍‌ଚୁପ୍‌ ଖୁଆଇବା ବାହାନାରେ ଦିବ୍ୟାଙ୍ଗ ଯୁବତୀକୁ ଘରୁ ଡାକି ନେଇ ଦୁଷ୍କର୍ମ, ମାମଲା ରୁଜୁ ପରେ ଅଭିଯୁକ୍ତକୁ ବାନ୍ଧିଲା ପୋଲିସ