ପ୍ରମୁଖ ଖବର
  • ବାଲେଶ୍ୱର ଜିଲ୍ଲା ଜେଲରେ ବିଚାରାଧୀନ କଏଦୀ ମୃତ।
  • ||
  • ମଝି ରାସ୍ତାରେ ହୁ ହୁ ହୋଇ ଜଳିଗଲା 'ପ୍ରିୟଂଶୁ' ଯାତ୍ରୀବାହୀ ବସ, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଭାରତ ଦେଉଛି ଦ୍ୱିତୀୟ ପର୍ଯ୍ୟାୟ ଭୋଟ, ଦିନ ୧୧ଟା ସୁଦ୍ଧା ୨୫ ପ୍ରତିଶତ ମତଦାନ
  • ||
  • ନୟାଗଡ଼: ଡବଲ ମର୍ଡର ଘଟଣା, ଅଭିଯୁକ୍ତଙ୍କୁ ଫାଶି
  • ||
  • ଭୁବନେଶ୍ୱର: ଜଳୁଛି ଓଡ଼ିଶା, ଦିନ ସାଢ଼େ ୧୧ଟା ସୁଦ୍ଧା ସବୁଠୁ ଉତ୍ତପ୍ତ ସହର ପାଲଟିଲା ଝାରସୁଗୁଡ଼ା, ୪୦ ଡିଗ୍ରୀ ଟପିଲା ପାରଦ
  • ||
  • ନୂଆପଡା - ଚେକିଂ ବେଳେ ୩ ଲକ୍ଷ ୬୯ ହଜାର ଟଙ୍କା ସିଜ କଲା ଖରିଆର ରୋଡ଼ ଜୋଙ୍କ ପୋଲିସ
  • ||
  • ୨୮ରେ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଭାରତୀୟ ଦଳ ଘୋଷଣା!
  • ||
  • EVM- VV-PAT ସ୍ଲିପ୍ ଯାଞ୍ଚ ଆବେଦନ ଖାରଜ, ଇଭିଏମ୍‌ରେ ମତଦାନକୁ ନେଇ ସୁପ୍ରିମେକୋର୍ଟଙ୍କ ରାୟ ପ୍ରକାଶ
  • ||
  • ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠୁ ପ୍ରାର୍ଥିପତ୍ର ଦାଖଲ
  • ||
  • IPL 2024ରେ କୋଲକାତାକୁ ଭେଟିବ ପଞ୍ଜାବ, ବ୍ୟାଟିଂ ତ୍ରୁଟି ସୁଧାରିବ କିଙ୍ଗସ୍
  • ||
  • ଆହୁରି ଜଳିବ ଓଡ଼ିଶା: ଆଜି,କାଲି ଅତି ଭୟଙ୍କର ତାତି, ଆହୁରି ୧୪ ଦିନ କଲବଲ କରିବ ଖରା
  • ||

ବେଆଇନ ନିଶା କାରବାର ଉପରେ ଅବକାରୀ ଚଢ଼ାଉ : ୯୬ ବୋତଲ କଫ୍‌ ସିରପ, ୨ ଶହ ଇଞ୍ଜେକ୍ସନ, ୩୮୬୬ ନିଶା ଟାବଲେଟ ଜବତ

ନୂଆପଡ଼ା : ସଦର ବ୍ଲକ ଖରିଆର ରୋଡ ସହରରେ ବେଆଇନ ନିଶା କାରବାର ଉପରେ ନୂଆପଡ଼ା ଅବକାରୀ ବିଭାଗ ଚଢାଉ । ଜଣେ ନିଶାଦ୍ରବ୍ୟ ବ୍ୟବସାୟୀକୁ ଗିରଫ କରିବା ସହ ୯୬ ବୋତଲ କଫ ସିରପ, ୨ ଶହ ଇଞ୍ଜେକ୍ସନ, ୩୮୬୬ ନିଶା ଟାବଲେଟ ଜବତ କରିଛି ଅବକାରୀ ବିଭାଗ ।

ଆଜି ଜୋଙ୍କ ଥାନା ଖରିଆର ରୋଡ ସହର ପଟେଲ ନଗରର ଏକ ଘରେ ବହୁ ନିଶାଦ୍ରବ୍ୟ ସାମଗ୍ରୀ ଗଚ୍ଛିତ ରହିଥିବା ନୂଆପଡା ଅବକାରୀ ବିଭାଗ ବିଶେଷ ସୂତ୍ରରୁ ଖବର ପାଇଥିଲା। ମଧ୍ୟାହ୍ନରେ ସଦର ଅତିରିକ୍ତ ତହସିଲଦାର ଜୟସେନ ଧରୁଆଙ୍କ ନେତୃତ୍ବରେ ଏକ ଅବକାରୀ ଟିମ ଖରିଆରରୋଡ ପଟେଲନଗରରେ ଚଢାଉ କରିଥିଲେ। ସେଠାରେ ୯୬ ବୋତଲ କଫ ସିରପ, ୨ ଶହ ଇଞ୍ଜେକ୍ସନ, ୩୮୬୬ ନିଶା ଟାବଲେଟ ଜବତ କରିବା ସହ ନିଶାଦ୍ରବ୍ୟ ବ୍ୟବସାୟୀ ଟୁନୁ ଅଗ୍ରୱାଲଙ୍କୁ ଗିରଫ କରିଥିଲା।

ସନ୍ଧ୍ୟାରେ ଅଧିକ ତଦନ୍ତ କରି ଟୁନୁଙ୍କୁ କୋର୍ଟ ଚାଲାଣ କରା ଯାଇଛି। ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଅବକାରୀ ବିଭାଗ ସୂଚନା ଦେଇଛି। ଅବକାରୀ ଇନ୍ସପେକ୍ଟର ଇନ୍ଦ୍ରଜିତ ସାହୁ, ହୀରାବତି ଥାଟି, ଏଏସଆଇ ଗୁନ୍ଧ୍ରେଶ୍ବର ପଟେଲ, ସୋନା ମାଝି, କନେଷ୍ଟବଲ ଗିରେନ୍ଦ୍ର କଣ୍ଟା, ମଳୟ ମହାଲିଙ୍ଗ, ସଂଜିବ ସାହୁ, ମୁରଲୀଧର ଶବର, ପୂଣ୍ଣିର୍ମା କଅଁର, ରୀତାଂଜଳୀ ଶବର ପ୍ରମୁଖ ଉପସ୍ଥିତ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.