ସୀମାକୁ ଯିବା ପୂର୍ବରୁ ଭାରତୀୟ ସୈନିକ ସଂରକ୍ଷିତ ରଖୁଛନ୍ତି ନିଜର ସ୍ପର୍ମ

ଗୋରଖପୁର,୧୫।୩: ଭାରତ-ପାକିସ୍ତାନ ସୀମାରେ ଉତ୍ତେଜନା ପ୍ରତିଦିନ ବଢିବାରେ ଲାଗିଛି। ଆତଙ୍କବାଦୀଙ୍କୁ ଶେଷ କରିବା ପାଇଁ ଭାରତୀୟ ଯବାନମାନେ ଲଢେଇ ଜାରି ରଖିଛନ୍ତି। ଆତଙ୍କବାଦୀ ନିହତ ହେଉଛନ୍ତି, ଏହା ସହ ଆମର ଯବାନ ମଧ୍ୟ ଶହୀଦ ହେଉଛନ୍ତି। କିଛି ଯବାନ କର୍ତ୍ତବ୍ୟରତ ଅବସ୍ଥାରେ ଆହାତ ହେଉଛନ୍ତି। ପ୍ରତି ମହୁର୍ତ୍ତରେ ଜୀବନ-ମୃତ୍ୟୁ ସହ ସଂଗ୍ରାମ କରୁଥିବା ଭାରତୀୟ ବୀର ସୈନିକ ଏବେ ଭବିଷ୍ୟତର ବିପଦକୁ ଦେଖି ‘ସ୍ପର୍ମ ଫ୍ରିଜିଙ୍ଗ’ ଟେକ୍ନୋଲୋଜିକୁ ବ୍ୟବହାର କରୁଛନ୍ତି। ଏମାନଙ୍କ ମଧ୍ୟରେ ଏଭଳି କିଛି ଯବାନ ରହିଛନ୍ତି ଯେଉଁମାନଙ୍କର ନିକଟରେ ବିବାହ ହୋଇଛି। ସନ୍ତାନ ନାହାନ୍ତି ଓ ତାଙ୍କୁ ସୀମାରେ ଲଢିବାକୁ ଯିବାକୁ ପଡିଛି। ଯଦି ଗୁରୁତର ଆହତ ହୁଅନ୍ତି କିମ୍ବା ଶହୀଦ ହୋଇଯାଆନ୍ତି ତେବେ ଏହି ଟେକ୍ନୋଲୋଜି ଜରିଆରେ ତାଙ୍କର ସନ୍ତାନ ଜନ୍ମ ହୋଇପାରିବ।

ଗତ ୪ ବର୍ଷରେ ପୂର୍ବଞ୍ଚଳର ୩୫୦ ଯବାନ ନିଜର ସ୍ପର୍ମ ସଂରକ୍ଷଣ କରୁଛନ୍ତି। ପୁଲଓ୍ବାମା ଆକ୍ରମଣ ପରେ ଛୁଟିରେ ସୀମାକୁ ଫେରିଥିବା ୧୧ ଯବାନ ମଧ୍ୟ ନିଜ ନିଜର ସ୍ପର୍ମ ସୁରକ୍ଷିତ କରାଇ ଦେଇଛନ୍ତି। ଏମାନଙ୍କ ଭିତରୁ ୬ ଜଣ ଯବାନ ଏକ ଫର୍ଟିଲିଟି ସେଣ୍ଟରରେ ସ୍ପର୍ମ ସଂରକ୍ଷିତ ରଖିଛନ୍ତି। ବିଶେଷ କରି ନବବିବାହିତ ଯବାନ ଏଭଳି ପଦକ୍ଷେପ ନେଉଛନ୍ତି। ତେବେ ଏପର୍ଯ୍ୟନ୍ତ ଏହି ସ୍ପର୍ମ କେବେ କୌଣସି ଯବାନଙ୍କ ବ୍ୟବହାରରେ ଆସିନାହିଁ।

ଗୋରଖପୁରରେ ଏହି ସୁବିଧା ୩ଟି ଘରୋଇ ହସ୍ପିଟାଲରେ ରହିଛି। ଯେଉଁଠାରେ ୫ ବର୍ଷ ପର୍ଯ୍ୟନ୍ତ ସ୍ପର୍ମକୁ ସୁରକ୍ଷିତ ଭାବରେ ରଖିହେବ। ଏଥିପାଇଁ ବାର୍ଷିକ ୩ ହଜାର ଟଙ୍କାକୁ ଦେବାକୁ ପଡିଥାଏ ଯବାନଙ୍କୁ। ଯବାନଙ୍କ ବ୍ୟତୀତ କିଛି ଇଞ୍ଜିନିୟର, ମ୍ୟାନେଜର ଓ ଏନ୍ଆରଆଇ ମଧ୍ୟ ଏହି ଟେକ୍ନୋଲୋଜିକୁ ବ୍ୟବହାର କରୁଛନ୍ତି। ଏହି ଟେକ୍ନୋଲୋଜିରେ ସ୍ପର୍ମକୁ ପତ୍ନୀଙ୍କ ଓଭାରିରେ ପ୍ରତ୍ୟରୋପଣ କରାଯିବା ଦ୍ବାରା ସନ୍ତାନ ଜନ୍ମ ସମ୍ଭବ ହୋଇପାରିଥାଏ। ସ୍ପର୍ମକୁ ଲ୍ବିକିଡ ନାଇଟ୍ରେଜେନର କଣ୍ଟେନରରେ ୧୯୭ ଡିଗ୍ରୀ ସେଲସିୟସ ଥଣ୍ଡାରେ ରଖାଯାଇଥାଏ। ସ୍ପର୍ପକୁ ବରଫ ଖଣ୍ଡ ଭଳି ସୁରକ୍ଷିତ ରଖାଯାଇଥାଏ।