ନିର୍ଭୟା ଗଣଦୁଷ୍କର୍ମ ମାମଲାର ଅଭିଯୁକ୍ତଙ୍କ ପାଇଁ ତିହାର ଜେଲ କର୍ତ୍ତୃପକ୍ଷ ଚିନ୍ତାରେ, ଫାଶୀ ଦେବାକୁ ନାହାନ୍ତି କେହି ଜହ୍ଲାଦ

ନୂଆଦିଲ୍ଲୀ,୩।୧୨: ନିର୍ଭୟା ଗଣଦୁଷ୍କର୍ମ ମାମଲାର ଦୋଷୀଙ୍କର ଫାଶୀ ଦିଆଯିବା ତାରିଖ ଯେ କୌଣସି ମୁହୂର୍ତ୍ତରେ ଆସିପାରେ। ତେବେ ତିହାର ଜେଲ ପ୍ରଶାସନ ଫାଶୀ ଦିଆଯିବା ନେଇ ଏବେ ପଡିଛି ଅଡୁଆରେ। କାରଣ ଦୋଷୀଙ୍କୁ ଫାଶୀ ଦେଉଥିବା ଜହ୍ଲାଦ ଏବେ କେହି ମିଳୁନାହାନ୍ତି। ସେଥିପାଇଁ ଜହ୍ଲାଦଙ୍କୁ  ଖୋଜି ଅଭିଯୁକ୍ତଙ୍କୁ ଫାଶୀ ଦେବା ପ୍ରଶାସନ ପାଇଁ ଏକ ବଡ ଚ୍ୟାଲେଞ୍ଜ ପାଲଟିଛି। ଆସନ୍ତା ୧ ମାସ ଭିତରେ କେବେ ବି ଫାଶୀ ତାରିଖ ଆସିପାରେ, ତେଣୁ ଜେଲ ପ୍ରଶାସନ ଏହାକୁ ନେଇ ଖୁବ୍ ଚିନ୍ତିତ ଅଛନ୍ତି।

ତିହାର ଜେଲ କତୃପକ୍ଷ ଫାଶୀ ଦେବା ନେଇ ଜରୁରୀ ବିକଳ୍ପ ଉପରେ କାମ କରୁଛନ୍ତି। ଆଗାମୀ ୧ ମାସ ଭିତରେ କେବେ ବି ଫାଶୀ ତାରିଖ ଆସିପାରେ।  ରାଷ୍ଟ୍ରପତି ଯଦି ନିର୍ଭୟା ଦୋଷୀଙ୍କ ରାଜକ୍ଷମା ଆବେଦନକୁ ଖାରଜ୍ କରି ଦିଅନ୍ତି ତେ​‌ବେ ବ୍ଲାକ  ଓ୍ବାରେଣ୍ଟ ଜାରି କରାଯାଇ, ଫାଶୀ ତାରିଖ ଘୋଷଣା କରାଯିବ। ଏହା ପୂର୍ବରୁ ଶେଷ ଥର ପାଇଁ ସଂସଦ ଆକ୍ରମଣକାରୀ ଅଫଜଲ ଗୁରୁକୁ ଫାଶୀ ଦିଆଯାଇଥିଲା। ଅଫଜଲକୁ ଫାଶୀ ଦେବା ପୂର୍ବରୁ ଜେଲର ସୁରକ୍ଷା ପାଇଁ କଡା ସୁରକ୍ଷା ବ୍ୟବସ୍ଥା ଲାଗୁ କରାଯାଇଥିଲା।ସେତେବେଳେ ଜେଲର ଜଣେ କର୍ମଚାରୀ ଫାଶୀ ଦେବାପାଇଁ ସହମତି ପ୍ରକାଶ କରିଥିଲେ।

ଏବେ ନିର୍ଭୟା ମାମଲାର ଅଭିଯୁକ୍ତଙ୍କୁ ଫାଶୀ ଦେବା ପାଇଁ ତିହାର ଜେଲ କର୍ତ୍ତୃପକ୍ଷଙ୍କ ପାଖରେ ଜହ୍ଲାଦ ନାହାନ୍ତି। ଏବେ ଅନ୍ୟ ଜେଲ ଗୁଡିକ ସହିତ ଜହ୍ଲାଦ ଆଣିବା ନେଇ କଥା ହେଉଛନ୍ତି। ସେଭଳି ଉତ୍ତର ପ୍ରଦେଶର କିଛି ଗାଁ ଗୁଡିକରେ ମଧ୍ୟ ପଚରଉଚରା ଚାଲିଛି, ଯେଉଁଠି ପୂର୍ବରୁ ଜହ୍ଲାଦମାନେ ରୁହନ୍ତି। ଜେଲ କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ, ଜହ୍ଲାଦଙ୍କୁ ନିଯୁକ୍ତି ଦିଆଯାଏ ନାହିଁ, ବଂର ଚୁକ୍ତି ଭିତ୍ତିରେ ତାଙ୍କର ନିଯୁକ୍ତି ହୁଏ। ଫାଶୀ ଦଣ୍ଡ ଏକ ସାଧାରଣ କଥା ନୁହେଁ, ଖୁବ୍ ବିରଳ ହୋଇଥିବାରୁ ଜହ୍ଲାଦଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯାଇନଥାଏ।

ଉଲ୍ଲେଖନୀୟ ଯେ, ୨୦୧୨ ଡିସେମ୍ବରରେ ଚଳନ୍ତା ବସ୍ ଭିତରେ ଜଣେ ମେଡିକାଲ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା। ଏହା ସହିତ ପୀଡିତାଙ୍କ ପ୍ରାଇଭେଟ୍ ପାର୍ଟରେ ଲୁହା ରଡ୍ ଭର୍ତ୍ତି କରିବା କାରଣରୁ ପୀଡିତାଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇପଡିଥିଲା। ଚିକିତ୍ସାଧୀନ ଅବସ୍ଥାରେ ପୀଡିତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣା ସେତେବେଳେ ସାରା ଦେଶକୁ ସ୍ତବ୍ଧ କରିଦେଇଥିଲା। ଲୋକମାନେ ରାସ୍ତା ଉପରକୁ ଓହ୍ଲାଇ ନ୍ୟାୟ ଦାବି କରିଥିଲେ। ଶେଷରେ ଅଭିଯୁକ୍ତଙ୍କୁ ଦିଆଯାଇଥିଲା ଫାଶୀଦଣ୍ଡ।

   ସମ୍ବନ୍ଧିତ ଖବର


ମଣିପୁର ମୁଖ୍ୟମନ୍ତ୍ରୀଙ୍କ ଭାଇଙ୍କୁ ଖେଳଣା ବନ୍ଧୁକ ଦେଖାଇ ଅପହରଣ, ଫୋନ କରି ମାଗିଲେ ୧୫ ଲକ୍ଷ

ଭାରତକୁ ଯୁଦ୍ଧର ଧମକ ଦେଲେ ପାକିସ୍ତାନୀ ମନ୍ତ୍ରୀ

ରାହୁଲଙ୍କ ମନ୍ତବ୍ୟକୁ ଶିବସେନାର ବିରୋଧ, ସାବରକରଙ୍କୁ ଭଗବାନ କହିଲେ ସଂଜୟ ରାଓ୍ୱତ

ଫାଶୀ ଦିଆଯିବାର ୨ ଘଣ୍ଟା ପରେ ମଧ୍ୟ ବଞ୍ଚି ରହିଥିଲା ଏହି କୁଖ୍ୟାତ ଅପରାଧୀ, ଜାଣନ୍ତୁ ତା’ର କଳା କାରନାମା