PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂପୁର ଜିଲାର ଢିଙ୍କିଆ ପଞ୍ଚାୟତରେ ଆସନ୍ତା ବର୍ଷ ହେବ ପଞ୍ଚାୟତ ନିର୍ବାଚନ ।
  • ||
  • କୋଭିଡ୍‌ର କେବେ ବି ଅନ୍ତ ହେବ ନାହିଁ, ଭାଇରସ୍ ତାହାର ଚରିତ୍ର ବଦଳାଇବ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ବଢିଲା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୭୪୨୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ପୁରୀ : ଖଣିରେ ଭାସୁଛି ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ
  • ||
  • ପଦ୍ମପୁର : ସ୍କୁଲ୍ ନାହିଁ ତ ଭୋଟ୍ ନାହିଁ, ଗାଁ ମୁଣ୍ଡରେ ପୋଷ୍ଟର ଲଗାଇ ଭୋଟ ବର୍ଜନ ପାଇଁ ଘୋଷଣା କଲେ ଗ୍ରାମବାସୀ
  • ||
  • ଯାଜପୁର : ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ
  • ||
  • ଭୁବନେଶ୍ଵର : ଆଜି ଘନ କୁହୁଡ଼ି, ୨୮ରୁ ଶୀତ ଲହରୀ
  • ||
  • ଭୁବନେଶ୍ଵର : ଦେଶ ପାଳନ କରୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ଦୁନିଆ ଦେଖିବ ଭାରତର ଶକ୍ତି
  • ||

ଟ୍ୱିଟରକୁ ଛାଡ଼ି ନୂଆ ଆଇଟି ନିୟମ ଲାଗୁ କଲେ ଅଧିକାଂଶ ସୋସିଆଲ ମିଡିଆ ସଂସ୍ଥ

ନୂଆଦିଲ୍ଲୀ,୩୦/୦୫: କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଫେବ୍ରୁଆରୀ ୨୫ରେ ଏକ ଗେଜେଟ ବିଜ୍ଞପ୍ତି ଜରିଆରେ ନୂଆ ଆଇଟି ନିୟମ ଜାରି କରିଥିଲା । ୩ ମାସ ମଧ୍ୟରେ ଏହି ନିୟମକୁ ପାଳନ କରିବା ପାଇଁ ସୋସିଆଲ ମିଡିଆ କମ୍ପାନିଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲା । ତେବେ ଏ ପର୍ଯ୍ୟନ୍ତ ଅଧିକାଂଶ ପ୍ରମୁଖ ସୋସିଆଲ ମିଡିଆ ସଂସ୍ଥା ଏହି ନିୟମକୁ ଲାଗୁ କରିସାରିଲେଣି । କିନ୍ତୁ ଏ ପର୍ଯ୍ୟନ୍ତ ଟ୍ୱିଟର ଏହାକୁ ମାନିନାହିଁ ।

ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡ଼ିଛି ଯେ ଗୁଗୁଲ, ଫେସବୁକ, ହ୍ୱାଟ୍ସଆପ, କୁ, ସେୟାରଚାଟ, ଟେଲିଗ୍ରାମ ଓ ଲିଙ୍କଡଇନ ଭଳି ପ୍ରମୁଖ ସୋସିଆଲ ମିଡିଆ ସଂସ୍ଥା ଭାରତର ନୂଆ ଆଇଟି ନିୟମକୁ ଗ୍ରହଣ କରିସାରିଲେଣି । ଏହା ଅନୁସାରେ ସେମାନେ ମୁଖ୍ୟ ଅନୁପାଳନ ଅଧିକାରୀ, ନୋଡାଲ କଣ୍ଟାକ୍ଟ ପର୍ସନ ଓ ଅଭିଯୋଗ ପ୍ରତିକାର ଅଧିକାରୀଙ୍କ ବିବରଣୀ ଆଦି ସେୟାର କରିସାରିଲେଣି । ହେଲେ ଟ୍ୱିଟର ଏ ପର୍ଯ୍ୟନ୍ତ ଏହାକୁ ଗ୍ରହଣ କରିନାହିଁ ।

ଉପରୋକ୍ତ ଅଧିକାରୀଙ୍କ ବାବଦରେ ତଥ୍ୟ ପ୍ରଦାନ କରିନାହିଁ । ଏମିତି କି ଦୁଇଦିନ ତଳେ ଏହା ସରକାରଙ୍କଠାରୁ ୩ ମାସ ଅତିରିକ୍ତ ସମୟ ମାଗିସାରିଛି । ନୂଆ ଆଇଟି ନିୟମକୁ ନେଇ କେନ୍ଦ୍ର ସରକାର ଏବଂ ଟ୍ୱିଟର ମଧ୍ୟରେ ଜୋରଦାର ମୁହାଁମୁହିଁ ଜାରି ରହିଛି । ଟ୍ୱିଟର ପକ୍ଷରୁ ହେଉଥିବା ଅଭିଯୋଗ ଉପରେ କେନ୍ଦ୍ର ସରକାର ଜବାବ ଦେଇଛନ୍ତି । ଆଇଟି ମନ୍ତ୍ରଣାଳୟ କହିଛି ଯେ ଟ୍ୱିଟରର ଧମକପୂର୍ଣ୍ଣ ଅଭିଯୋଗ ଭିତ୍ତିହୀନ ।

ଦିଲ୍ଲୀ ପୁଲିସ ମଧ୍ୟ ଟ୍ୱିଟରର ବିବୃତିକୁ ମିଥ୍ୟା ବୋଲି କହିସାରିଛି । ଏଭଳି କରି ଟ୍ୱିଟର ଭାରତରେ ପ୍ରଚଳିତ ବ୍ୟବସ୍ଥାକୁ ଦୁର୍ବଳ କରିବାକୁ ଚାହୁଁଛି । ବିଶ୍ୱର ସବୁଠୁ ବଡ଼ ଗଣତନ୍ତ୍ର ଉପରେ ନିଜର ସର୍ତ୍ତ ଲାଗୁ ପାଇଁ ଚେଷ୍ଟା କରୁଛି ଟ୍ୱିଟର । ଏହା ଆଦୌ ଉଚିତ ନୁହେଁ ।