PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋରାପୁଟ: କୋଟିଆରେ ଆନ୍ଧ୍ର କର୍ମଚାରୀଙ୍କୁ ଅଧାରାସ୍ତାରେ ଅଟକାଇଲା ଓଡ଼ିଶା ପୋଲିସ
  • ||
  • କଳାହାଣ୍ଡି: ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଅଫିସ ଘେରାଉ, ଘଟଣାସ୍ଥଳରେ ଉତ୍ତେଜନା ଜାରି
  • ||
  • ଭଦ୍ରକ: ବଉଳ ପୋଖରୀ ଅଞ୍ଚଳରୁ ୩୧୬ ଗ୍ରାମ୍ ବ୍ରାଉନସୁଗର ଜବତ କଲା ଗ୍ରାମଞ୍ଚଳ ଥାନା ପୋଲିସ, ୩ ଗିରଫ
  • ||
  • କେନ୍ଦୁଝର: ନିଖୋଜ ୪ ବର୍ଷର ଶିଶୁକନ୍ୟାର ଉଲଂଗ୍ନ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗିଦେଇଥିବା ସନ୍ଦେହ
  • ||
  • ଖପ୍ରାଖୋଲ: ଯୁବକ ନିଖୋଜ ଅଭିଯୋଗ, ଶୁଳିଆବାହାଳ ଜଙ୍ଗଲ ମାଟିତଳୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଢ଼େଙ୍କାନାଳ: ଷଢ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ ଲହଡ଼ା ସରଂକ୍ଷିତ ଜଙ୍ଗଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା ଦନ୍ତା, ସେପ୍ଟିସିମିଆ ରୋଗରେ ଥିଲା ପୀଡିତ
  • ||
  • ନୂଆଦିଲ୍ଲୀ : ଆରପାରିରେ ଭେଟେରାନ୍ ଅଭିନେତ୍ରୀ ମୀନୁ ମୁମତାଜ
  • ||
  • ବାଙ୍କୀ : ଜଙ୍ଗଲୀ ବାରହା ଉପଦ୍ରବ, ରାତିହେଲେ ଉଜାଡୁଛନ୍ତି ଏକର ଏକର ଫସଲ
  • ||
  • ଭୁବନ : ବାଲି ଘାଟକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ, ବାପ-ପୁଅ ଗୁରୁତର
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୦୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରେ ସାମାନ୍ୟ ଖସିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ : ନଭେମ୍ବର ୨୯ରୁ ସଂସଦର ଶୀତ ଅଧିବେଶନ, ୨୦ଟି କାର୍ଯ୍ୟ ଦିବସ ରହିବ
  • ||
  • ଭୁବନେଶ୍ୱର : ଆଗକୁ ବଢ଼ିବ ଶୀତ, ଆଭ୍ୟନ୍ତରୀଣ ଓଡ଼ିଶାରେ ୨ ଡିଗ୍ରୀ ଖସିଲା ତାପମାତ୍ରା
  • ||
  • ଭୁବନେଶ୍ୱର : ଓଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ, ପୁରୀ ସଦର ବିଡିଓ ଭାବେ ନୂଆ ଦାୟିତ୍ଵ ସମ୍ଭାଳିବେ ସମ୍ବିତ ଶତପଥୀ
  • ||
  • ସୁନ୍ଦରଗଡ଼ : ହାତୀପଲଙ୍କୁ ଘଉଡାଇବା ବେଳେ ଅଘଟଣ, ହାତୀ ଆକ୍ରମଣରେ ଯୁବକ ମୃତ
  • ||

ଦେଶର ଆବଶ୍ୟକତା ଅନୁସାରେ ଭ୍ୟାକ୍ସିନ କଣିବାକୁ ଏକ ଏକ୍ସପର୍ଟ କମିଟି ଗଠନ କରିଛନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ – ଦେଶରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ୨୧ଲକ୍ଷ ହୋଇଥିବା ବେଳେ ଗତ ୨୪ଘଣ୍ଟା ଭିତରେ ସାମ୍ନାକୁ ଆସିଛନ୍ତି ୬୧ହଜାର ୫୭୩ ନୂଆ ପଜିଟିଭ୍ । ଦେଶରେ କରୋନା ସ୍ଥିତିରେ ନିୟନ୍ତ୍ରଣ ପାଇଁ ଭ୍ୟାକ୍ସିନ ଉପରେ ଅଧିକ ଗୁରୁତ୍ବ ଦେଉଛନ୍ତି କେନ୍ଦ୍ର ସରକାର । ଯହେତୁ ଏବେ ୬ଟି ଭ୍ୟାକ୍ସିନର ପରୀକ୍ଷଣ ତୃତୀୟ ପର୍ଯ୍ୟାୟରେ ଅଛି ସେଥିପାଇଁ ଦେଶର ଆବଶ୍ୟକତା ଅନୁସାରେ ଭ୍ୟାକ୍ସିନ କଣିବାକୁ ଏକ ଏକ୍ସପର୍ଟ କମିଟି ଗଠନ କରିଛନ୍ତି କେନ୍ଦ୍ର ସରକାର । ସେପଟେ ସେରମ ଇନଷ୍ଟିଚ୍ୟୁଟ ଭ୍ୟାକ୍ସିନ ଖୁବଶୀଘ୍ର ବଜାରକୁ ଛାଡିବାକୁ ପ୍ରସ୍ତୁତ ହେଉଥିବା ବେଳେ ଭାରତ ବାୟୋଟେକ ଭ୍ୟାକ୍ସିନ ଉତ୍ପାଦନ କରିବାକୁ ଅଣ୍ଟା ଭିଡ଼ିଛି ।

ଦେଶରେ ବଢ଼ିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ଭିତରେ ୬୧ ହଜାର ୫୩୭ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥି ସହ ଦେଶରେ କୋଭିଡ ଆକ୍ରାନ୍ତ ସଂଖ୍ୟା ୨୦ଲକ୍ଷ ୮୮ହଜାରରେ ପହଞ୍ଚିଛି। ତେବେ ବର୍ତମାନ ପରିସ୍ଥିତିରେ କରୋନା ନିୟନ୍ତ୍ରଣ ପାଇଁ ଭ୍ୟାକ୍ସିନ ଉପରେ ଅଧିକ ଗୁରୁତ୍ବ ଦେଉଛନ୍ତି କେନ୍ଦ୍ର ସରକାର । ଯେହେତୁ ଏବେ ୬ଟି ଭ୍ୟାକ୍ସିନର ପରୀକ୍ଷଣ ତୃତୀୟ ପର୍ଯ୍ୟାୟରେ ପହଞ୍ଚିଛି ସେଥିପାଇଁ ଦେଶର ଆବଶ୍ୟକତା ଅନୁସାରେ ଭ୍ୟାକ୍ସିନ କଣିବାକୁ ଏକ ଏକ୍ସପର୍ଟ କମିଟି ଗଠନ କରିଛନ୍ତି କେନ୍ଦ୍ର ସରକାର। କେଉଁ ଭ୍ୟାକ୍ସିନ କେତେ ପରିମାଣରେ କିଣାଯିବ, କିଭଳି ଏହାର ବଣ୍ଟନ କରାଯିବ ସେସବୁର ତଦରାଖ କରିବ ଏହି କମିଟି । ଏହି କମିଟିରେ ନୀତି ଆୟୋଗ ସ୍ବାସ୍ଥ୍ୟ ବିଭାଗ , ଆଇସିଏମଆର, ଏମସ ଆଦି ସଂସ୍ଥାର ପ୍ରତିନିଧି ରହିବେ ।

ସେପଟେ ଭ୍ୟାକ୍ସିନ ପାଇଁ ଗାଭି ଓ ବିଲଗେଟ ଫାଉଣ୍ଡେସନ ସହ ହାତ ମିଳାଇଛି ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ । ପାଖାପାଖି ୧୦ କୋଟି ଭ୍ୟାକ୍ସିନ ଉତ୍ପାଦନ କରିବା ପାଇଁ ଟାର୍ଗେଟ ରଖିଛି ସେରମ ଇନଷ୍ଟିଚ୍ୟୁଟ । ପ୍ରତି ଡୋଜ ତିନି ଡଲାର ବା ୨୨୫ ଟଙ୍କା ଭିତରେ ରଖିବାକୁ ନିଷ୍ପତି ନେଇଛି। ଏହା ସହ ଭାରତ ବୟୋଟେକ କମ୍ପାନୀ ମଧ୍ୟ ଭ୍ୟାକ୍ସିନର ମାନବ ପରୀକ୍ଷଣ ଶେଷ କରିଛି। କମ୍ପାନୀ ପକ୍ଷରୁ କୋ ଭ୍ୟାକ୍ସିନ ଉତ୍ପାଦନ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। ଖୁବ ଶିଘ୍ର କୋଭ୍ୟାକ୍ସିନ ବଜାରରେ ଉପଲବ୍ଧ ହେବ ବୋଲି କୁହାଯାଉଛି ।

ଦେଶରେ କରୋନା ସଂକ୍ରମଣ ଉପରେ ରୋକ୍ ଲଗାଇବାକୁ ସମସ୍ତ ଗ୍ରୋସରୀ ଓ ପରିବା ବିକାଳିଙ୍କ କରୋନା ଟେଷ୍ଟ କରିବାକୁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖିଛି କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ। କରୋନା ଜନିତ ମୃତ୍ୟୁ ହାର ଯେଭଳି ୧ ପ୍ରତିଶତ ଭିତରେ ରହିବ ତାକୁ ନଜରରେ ରଖି କେନ୍ଦ୍ର ସରକାର ସମସ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି ।