ମହାବାତ୍ୟାର ଖୋଲିଲା ଆଖି- ୨୦ କିଲୋମିଟର ପରିଧିରେ ବ୍ୟାପିଛି

ଭୁବନେଶ୍ୱର – ମସୁଦ୍ର ମଧ୍ୟରେ ବାତ୍ୟା ଆମ୍ପାନ ଏବେ ମହାବାତ୍ୟାରେ ପରିଣତ ହେବା ପାଇଁ ଯାଉଛି । ଧୀରେ ଧୀରେ ଏହା ସମୁଦ୍ର ମଧ୍ୟରେ ଶକ୍ତି ସଂଗ୍ରହ କରିବା ସହ ଆଗକୁ ବଢୁଛି । ମହାବାତ୍ୟା ରୂପ ଧାରଣ କରିବା ପାଇଁ ଯାଉଛି ଅମ୍ପାନ । ଏହାର ଆଖି ଖୋଲିଛି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ବାତ୍ୟା ଅମ୍ପାନର ଆଖି ଖୋଲିଛି।

ବାତ୍ୟା ପ୍ରଭାବରେ ପଶ୍ଚିମବଙ୍ଗ ଉପକୂଳରେ ୪ରୁ ୫ ମିଟର ଉଚ୍ଚତାର ଜୁଆର ଆସିପାରେ ବୋଲି ପୂର୍ବାନୁମାନ କରାଯାଇଛି । ଓଡିଶାର ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ସତର୍କତା ଅବଲମ୍ବନ କରାଯାଇଛି ।

ସମୁଦ୍ର ମଧ୍ୟରେ ଏବେ ମହାବାତ୍ୟା । ବାତ୍ୟା ଅମ୍ପାନ ଏବେ ସମୁଦ୍ର ମଧ୍ୟରେ ଶକ୍ତି ସଂଗ୍ରହ କରୁଛି । ଆଗକୁ ପ୍ରତିଘଣ୍ଟାରେ ୧୩ କିଲୋମିଟର ବେଗରେ ଆଗକୁ ବଢୁଛି । ହେଲେ ପବନର ବେଗ ଘଣ୍ଟା ପ୍ରତି ୨୩୦ କିଲୋମିଟର ହେବାକୁ ଯାଉଛି। ମାତ୍ର ଓଡିଶାରେ ଉପକୂଳରେ ୧୯ ତାରିଖ ସକାଳେ ଘଣ୍ଟା ପ୍ରତି ୭୫ରୁ ୮୫ କିଲୋମିଟର ବେଗରେ ପବନ ବହିବ । ଆଜି ସୋମବାର ସନ୍ଧ୍ୟାରୁ କୋରାପୁଟ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀରେ ବର୍ଷା ହେବ ।

ଏହା ଧୀରେ ଧୀରେ ଉତ୍ତର ଉତ୍ତର ପଶ୍ଚିମ ଦିଗରେ ଆଗକୁ ବଢୁଛି । ପରେ ଏହା ଉତ୍ତର ଉତ୍ତର ପୂର୍ବ ଦିଗରେ ଆଗକୁ ବଢି ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡକୁ ଗତି କରିବ । ୨୦ ତାରିଖ ସକାଳେ ବାଲେଶ୍ଵର, ଭଦ୍ରକ, ଜଗତସିଂହପୁର, ମୟୁରଭଞ୍ଜ ରେ ପବନର ବେଗ ବଢିବ। ଉପକୂଳ ଅଂଚଳ ପାରାଦ୍ୱୀପ, ଧାମରା, ଭିତରକନିକ, ଭୋଗରାଇ ଅଂଚଳରେ୧୧୦ କିମି ବେଗରେ ପବନ ହେବ।

। କଚ୍ଚା ଘର, ଟାଇଲ ଚାପର ଘରକୁ ନିରାପଦ ସ୍ଥାନକୁ ନିଆଯିବ। ତଳିଆ ଅଂଚଳ ଲୋକଙ୍କୁ ସ୍ଥାନାନ୍ତର କରାଯିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଛି । କ୍ୱାରେଣ୍ଟାଇନ୍‌ ସେଣ୍ଟର ଯେଉଁଠାରେ ସମସ୍ତଙ୍କର ନେଗେଟିଭ ରିପୋର୍ଟ ଆସିଛି ପକ୍କା ଘର ଥିଲେ ଘରକୁ ଯାଇପାରିବେ । ମତ୍ସଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବା ପାଇଁ ସତର୍କ କରାଯାଇଛି ।

   ସମ୍ବନ୍ଧିତ ଖବର


ଓକିଲଗୁଡା ପଥର ଖାଦାନ ବିସ୍ଫୋରଣ ଘଟଣା : ତହସିଲଦାର ଲକ୍ଷ୍ମୀ ନାରାୟଣ ସାବତ ସସ୍‌ପେଣ୍ଡ

ନିବେଶକଙ୍କ ପ୍ରଥମ ପସନ୍ଦ ଓଡ଼ିଶା: ମୁଖ୍ୟମନ୍ତ୍ରୀ

ରାଜ୍ୟରେ କରୋନା ନେଲା ଆଉ ୧୩ ଜୀବନ: ମୃତ୍ୟୁସଂଖ୍ୟା ୧୧୮୧କୁ ବୃଦ୍ଧି

ଚାକିରି ନ ମିଳିବାରୁ ଆତ୍ମହତ୍ୟା ! ଜୀବନ ହାରିଲେ ସିଭିଲ୍‌ ଇଞ୍ଜିନିୟରିଂ ଛାତ୍ର

ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ଓଡ଼ିଆଙ୍କ ବାଜିମାତ; ଅନୁଷ୍କା, ହିତେଶ ହାତେଇଲେ ୧୩ ପୁରସ୍କାର…

୧୯୩୧ ନୂଆ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୭୪ ହଜାର ୧୮୧କୁ ବୃଦ୍ଧି