PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : CHSE ଅଫିସରେ ସମ୍ମୁଖରେ ହାତ କାଟିଲେ ଛାତ୍ରୀ, ହସ୍ପିଟାଲରେ ଭର୍ତ୍ତି
  • ||
  • ସମ୍ବଲପୁର : ଭିଜିଲାନ୍ସ ପଞ୍ଝାରେ OCCL ସିନିୟର ମ୍ୟାନେଜର, ଆୟ ବର୍ହିଭୁକ୍ତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ଗଞ୍ଜାମ: ରାତି ଅଧରେ ବିଭତ୍ସ ହତ୍ୟା, ଶୋଇଥିବା ବେଳେ ଯୁବକଙ୍କୁ ହାଣିବା ପରେ ମୁହଁକୁ ପଥରରେ ଛେଚି ହତ୍ୟା
  • ||
  • ଖୋର୍ଦ୍ଧା: ସଦର ଥାନା ତାପଙ୍ଗ ଗ୍ରାମରେ ଖୁଦୁରୁକୁଣୀକୁ ନେଇ ଗଣ୍ଡଗୋଳ ଜଣକୁ ହତ୍ୟା
  • ||
  • ଭୁବନେଶ୍ୱର: ୨୪ ଘଣ୍ଟା ମଧ୍ୟରେ ଆଉ ୫୧୦ ଜଣ ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୦ ହଜାର ପାର୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୪୧କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ଖୋଲା ଡ୍ରେନ୍‌ରେ ଛାତ୍ର ଭାସିଯିବା ଘଟଣା, ୧୮ ଘଣ୍ଟା ପରେ ଠାବ ହେଲା ରାଜାଙ୍କ ମୃତଦେହ
  • ||
  • ବୁର୍ଲା : ଭିସୁଟ୍‌ରେ ପଶିଲା କରୋନା, କୁଳପତିଙ୍କ ସମେତ ୨ ଛାତ୍ର ଆକ୍ରାନ୍ତ ଚିହ୍ନଟ
  • ||
  • ଭୁବନେଶ୍ୱର : ଆଗାମୀ ୧୦ ଦିନ ମଧ୍ୟରେ ବଙ୍ଗୋପସାଗରରେ ଏକାଧିକ ଘୁର୍ଣ୍ଣିବଳୟର ସୃଷ୍ଟି, ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||
  • ଅନୁଗୁଳ : ବନ୍ଦ କ୍ୱାର୍ଟର୍ସରେ ଲୁଚାଇ ରଖିଥିଲେ, ଏକ୍ସପାରି ହେବା ପରେ ରାତାରାତି ଗାଡ଼ି ଗାଡ଼ି ଔଷଧ ଫିଙ୍ଗି ଦେଲେ…
  • ||
  • ପୁରୀ : ଆଜି ଶ୍ରୀମନ୍ଦିରରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା
  • ||
  • ପିପିଲି : ଆଜିଠୁ ଜମିବ ଉପନିର୍ବାଚନ ପ୍ରଚାର, ମଇଦାନକୁ ଓହ୍ଲାଇବେ ତିନି ଦଳର ଷ୍ଟାର ପ୍ରଚାରକ
  • ||

ପଞ୍ଜାବରେ ୪ଟି ଏଫ୍‌-୧୬ ଯୁଦ୍ଧବିମାନର ପ୍ରବେଶ ଉଦ୍ୟମ

ନୂଆଦିଲ୍ଲୀ,୧ ।୪(ଏଜେନ୍ସି): ପାକିସ୍ତାନ ପୁଣି ଉଭୟ ସ୍ଥଳଭାଗ ଏବଂ ଆକାଶମାର୍ଗରେ ଯୁଦ୍ଧ ପାଇଁ ଭାରତକୁ ଉସୁକାଇବା ଭଳି ହରକତ କରିଛି । ଏଲଓସିରେ ପାକ୍‌ ଆକ୍ରମଣରେ ଆଜି ଜଣେ ବିଏସ୍‌ଏଫ୍‌ ଅଧିକାରୀ ଏବଂ ଆଉ ଜଣେ ନାବାଳିକା ପ୍ରାଣ ହରାଇଥିଲାବେଳେ ପାକିସ୍ତାନର କେତେକ ସାମରିକ ବିମାନ ପଞ୍ଜାବ ସଂଲଗ୍ନ ସୀମାରେ ଭାରତ ଭିତରେ ପ୍ରବେଶ କରିବାକୁ ଉଦ୍ୟମ କରିଛନ୍ତି । କିନ୍ତୁ ଭାରତୀୟ ବାୟୁସେନା ସେମାନଙ୍କ ଉଦ୍ୟମକୁ ପଣ୍ଡ କରିଦେଇଛି ।

ପ୍ରତିରକ୍ଷା ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରବିବାର ରାତି ୩ଟା ସମୟରେ ପାକିସ୍ତାନର କିଛି ବିମାନ ଭାରତୀୟ ସୀମା ଆଡକୁ ଅଗ୍ରସର ହେଉଥିବାର ରାଡାରରେ ଧରାପଡିଥିଲା । ଏକ ବଡ଼ ଆକାରର ଡ୍ରୋନ ସହିତ ଚାରିଟି ଏଫ୍‌-୧୬ ଯୁଦ୍ଧବିମାନ ପଞ୍ଜାବର ଖେମକରନ ସେକ୍ଟରରେ ଭାରତୀୟ ସୀମାର ଅତି ନିକଟକୁ ଚାଲି ଆସିଥିଲେ । ଭାରତୀୟ ବାୟୁସେନା ଏହା ଦେଖି ତୁରନ୍ତ ନିଜର ସୁଖୋଇ-୩୦ ଏମକେଆଇ ଏବଂ ମିରେଜ ଯୁଦ୍ଧବିମାନକୁ ସକ୍ରିୟ କରିଦେଇଥିଲା । ଏହାପରେ ପାକ୍‌ ବିମାନ ଭୟଭୀତ ହୋଇ ନିଜ ଦେଶ ଆଡକୁ ଫେରିଯାଇଥିଲେ ।

ପାକିସ୍ତାନ ରବିବାର ଯେଉଁ ହରକତ କରିଛି, ସେଥିରୁ ସିଏ ପଞ୍ଜାବ ସୀମାନ୍ତରେ ଭାରତୀୟ ସ୍ଥଳସେନା କିପରି ବିଭିନ୍ନ ୟୁନିଟ୍‌ ସବୁ ମୁତୟନ କରିଛି, ସେସମ୍ପର୍କରେ ତଥ୍ୟ ହାସଲ କରିବାକୁ ଯୋଜନା କରିଥିଲା ବୋଲି ସନ୍ଦେହ କରାଯାଉଛି । ଆଜି ମଧ୍ୟ ଜମ୍ମୁ-କାଶ୍ମୀରର ପୁଞ୍ଚ ଜିଲ୍ଲା ଅନ୍ତର୍ଗତ ନିୟନ୍ତ୍ରଣ ରେଖା (ଏଲ୍‌ଓସି)ରେ ପାକିସ୍ତାନୀ ସେନା ପ୍ରବଳ ଗୁଳିଗୋଳା ମାଡ଼ କରିଛି । ଏଥିରେ ଜଣେ ବିଏସ୍‌ଏଫ ଇନ୍ସପେକ୍ଟର ସହିଦ୍‌ ହୋଇଥିଲା ବେଳେ ଜଣେ ନାବାଳିକାର ମୃତ୍ୟୁ ଘଟିଛି । ସେହିଭଳି ଏହି ଗୁଳିଗୋଳା ମାଡ଼ରେ ୬ ଯବାନଙ୍କ ସମେତ ୧୧ ଜଣ ଆହତ ହୋଇଛନ୍ତି ।

ପାକ୍‍ ସେନା ଆଜି ଅପରାହ୍ନରେ ନିୟନ୍ତ୍ରଣ ରେଖାର କ୍ରିଷ୍ଣାଘାଟି, କର୍‌ନୀ, ମାନ୍‌କୋଟ, ଗୁଲପୁର, ଦେଗୱାରଶାହାପୁର ଓ ପୁଞ୍ଚ ସବ୍‌ସେକ୍ଟର ଅଞ୍ଚଳରେ ଥିବା ସେନା ଶିବିର ଓ ଜନବସତି ଉପରକୁ ପ୍ରବଳ ଗୁଳିଗୋଳା ବର୍ଷଣ କରିଥିଲା । ପୁଞ୍ଚର ଏକ ଫରୱାର୍ଡ ପୋଷ୍ଟରେ ନିୟୋଜିତ ବିଏସ୍‌ଏଫ ଇନ୍ସପେକ୍ଟର ଟି. ଆଲେକ୍ସ ଲାଲମିନିଲୁନ ଓ ତାଙ୍କର ୫ ଜଣ ସାଥୀଙ୍କ ଦେହରେ ଗୁଳି ଲାଗିଥିଲା । ଗୁରୁତର ଅବସ୍ଥାରେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଲାଲମିନିଲୁନ୍‌ଙ୍କର ମୃତ୍ୟୁ ଘଟିଛି । ସେହିଭଳି ଶାହାପୁର ସବ୍‌ସେକ୍ଟରରେ ଥିବା ଏକ ଘର ଉପରେ ଗୋଟିଏ ଗୋଳା ପଡିଥିଲା । ଏଥିରେ ସେଠାରେ ରହୁଥିବା ସୋବିୟା ନାମକ ଜଣେ ୫ ବର୍ଷୀୟା ବାଳିକାର ମୃତ୍ୟୁ ଘଟିଥିବା ବେଳେ ପରିବାରର ଅନ୍ୟ ଦୁଇଜଣ ସଦସ୍ୟ ଆହତ ହୋଇଛନ୍ତି ।

ସମ୍ବନ୍ଧିତ ଖବର