ଭାରତ ଉପରେ ଏକାଠି ୫୦ଟି ପରମାଣୁ ବୋମା ପକାଇବା ଦରକାର: ମୁଶରଫ୍

ଦୁବାଇ,୨୫।୨: ଦୁବାଇରେ ନିର୍ବାସିତ ଜୀବନ ବିତାଉଥିବା ପାକିସ୍ତାନର ପୂର୍ବତନ ସେନାମୁଖ୍ୟ ପରଭେଜ ମୁଶରଫ୍ ଭାରତ ଉପରେ ପରମାଣୁ ଆକ୍ରମଣ ଧମକ ଦେଇଛନ୍ତି। ସେ କହିଛନ୍ତି ପାକିସ୍ତାନକୁ ଏକାସାଙ୍ଗରେ ୫୦ଟି ପରମାଣୁ ବମ ପକାଇ ଭାରତ ଉପରେ ଆକ୍ରମଣ କରିବା ଦରକାର। ୟୁଏଇ ଗଣମାଧ୍ୟମକୁ ସେ ସାକ୍ଷାତକାର ଦେଇ କହିଛନ୍ତି ପୁଲଓ୍ବାମା ଆକ୍ରମଣ ପରେ ଭାରତ ଓ ପାକିସ୍ତାନର ସମ୍ପର୍କ ଖରାପ ସ୍ତରରେ ପହଁଞ୍ଚି ସାରିଛି।  ପାକିସ୍ତାନ ଯଦି ଭାରତ ଉପରେ ଗୋଟିଏ ବମ୍ ପକାଉଛି ତେବେ ଭାରତ ଆମ ଉପରକୁ ୨୦ଟି ବମ୍ ପକାଇବ। ତେଣୁ ପାକିସ୍ତାନ ଭାରତ ଉପରେ ଏକାଠି ୫୦ଟି ବମ୍ ପକାଇବା ଦରକାର। ପୁଲଓ୍ବାମା ଆକ୍ରମଣ ଘଟଣା ପାଇଁ  ମୁଶରଫ୍ ଭାରତକୁ ଦାୟୀ କରିଛନ୍ତି। ସେ କହିଛନ୍ତି ଏହା କଶ୍ମୀରରେ ଭାରତର ଭୁଲ ନୀତିର ଫଳ। ସେ କହିଛନ୍ତି ଭାରତ ସରକାର କଶ୍ମୀରର ଲୋକଙ୍କୁ ଯେଉଁଭଳି ଭାବରେ ଦବାଇବାକୁ କାମ କରୁଛନ୍ତି ତାହାର ଫଳାଫଳ ହେଲା ପୁଲଓ୍ବାମା ଘଟଣା।  

   ସମ୍ବନ୍ଧିତ ଖବର


ପୁଣି ଭାରତ ବିରୋଧରେ ବିଷ ଓଗାଳିଲେ ସାହିଦ୍ ଆଫ୍ରିଦ୍, ମୋଦିଙ୍କକୁ ନେଇ କହିଲେ ଏହି କଥା

ମଣିଷର ମସ୍ତିଷ୍କରେ ପ୍ରଭାବ ପକାଉଛି କରୋନା, ବ୍ରେନ୍ ହାମରେଜ୍ ଓ ସ୍ମୃତି ଶକ୍ତି ହ୍ରାସ ସହିତ କରୁଛି ଏସବୁ ଅସୁବିଧା

ଜାତିସଂଘ ଅଧିବେଶନରେ ମୋଦିଙ୍କ ପ୍ରଶ୍ନ-ଜାତିସଂଘ କରୁଛି କ’ଣ?

୫୧ଟି ଗାଈ, ତିନି ଆରବୀ ଘୋଡା ଓ ୧୩ ବନ୍ଧୁକ… ଯଶଓ୍ବନ୍ତ ସିଂଙ୍କ ୨୦୧୪ ସମ୍ପତ୍ତି ତାଲିକାରେ ରହିଥିଲା ଆହୁରି ଏସବୁ

ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀଙ୍କୁ କରୋନା, ଏବେ କ୍ବାରେଣ୍ଟାଇନ୍‌ରେ

ଏନସିବିର ପ୍ରଶ୍ନରେ ୩ ଥର କାନ୍ଦି ପକାଇଥିଲେ ଦୀପିକା, ହାତ ଯୋଡି ଅଧିକାରୀ କହିଥିଲେ- ଇମୋସନାଲ କାର୍ଡ ଖେଳନ୍ତୁ ନାହିଁ