ଫସର ଫାଟିଲା ଫେସ୍‌ବୁକ୍‌ ପ୍ରେମ: ନାବାଳିକା ବିବାହ ବନ୍ଦ କଲା ପ୍ରଶାସନ, ପ୍ରେମୀ ଯୁଗଳ ଥାନାରେ ଅଟକ

ଖୋର୍ଦ୍ଧା, ୨୯/୧୦: ଫେସବୁକ୍‌ରେ ଜଣେ ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇ ବିବାହ ପ୍ରତିଶ୍ରୁତି ଦେଇ ଘର ଛାଡ଼ିବାକୁ କହିଥିଲା । ଗତ ଶୁକ୍ରବାର ପ୍ରେମିକା ଘର ଛାଡ଼ିବା ପରେ ପ୍ରେମିକା ପରିବାର ଲୋକଙ୍କୁ ରସିକିଆ ପ୍ରେମିକ ନିଜେ ଫୋନରେ ବିବାହରେ ଯୋଗଦେବାକୁ ଡାକିଥିଲେ । ଯଦି ଅନୁପସ୍ଥିତ ରହିବେ ତାହେଲେ ସେମାନେ ବିବାହ ବନ୍ଧନରେ ଯୋଡ଼ିହେବା ଧମକ ଦେଇଥିଲା । ଏ ସମ୍ପର୍କରେ ପ୍ରେମିକାଙ୍କ ପରିବାର ଲୋକ ଜାଣିବା ପରେ ଚାଇଲ୍ଡ ଲାଇନ ଏବଂ ପୁଲିସ ସହାୟତା ନେଇଥିଲେ । ଶେଷରେ ପ୍ରଶାସନ ଠିକ୍‌ ସମୟରେ ପହଞ୍ଚି ବିବାହକୁ ଭଣ୍ଡୁର କରିଦେଇଥିବା ଜଣାପଡ଼ିଛି । କିନ୍ତୁ ନାବାଳିକାର ବୟସକୁ ନେଇ ଦ୍ୱନ୍ଦ୍ୱ ଦେଖାଯିବାରୁ ଉଭୟ ପ୍ରେମୀ ଯୁଗଳଙ୍କୁ ପୁଲିସ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି ।

ଘଟଣାରୁ ଜଣାଯାଇଛି ଯେ, ନୟାଗଡ଼ ଜିଲ୍ଲା ଅଞ୍ଚଳର ଜନୈକ ନାବାଳିକା ୧୦ମ ଶ୍ରେଣୀ ଯାଏ ଅଧ୍ୟୟନ କରିଛନ୍ତି । କିନ୍ତୁ ଆଦର୍ଶ ଥାନା ଲୋକେଶ୍ୱରପୁର ଗ୍ରାମର ରମେଶ ନାୟକ(୨୩) ମାତ୍ର ଅଷ୍ଟମ ଶ୍ରେଣୀ ଯାଏ ଅଧ୍ୟୟନ କରିଥିବାବେଳେ ଫେସବୁକ୍‌ ଜରିଆରେ ଉକ୍ତ ନାବାଳିକାଙ୍କ ସହ ପରିଚୟ ହୋଇଥିଲା । ପରେ ତାଙ୍କୁ ନମ୍ବର ମାଗି ହ୍ୱାଟସ୍‌ଆପ ଜରିଆରେ ପ୍ରେମ ଜାଲରେ ଫସାଇଥିଲେ । ପରେ ପ୍ରେମିକାଙ୍କୁ ବିବାହ ପ୍ରଲୋଭନ ଦେଖାଇ ଘର ଛାଡ଼ି ଆସିବାକୁ କହିଥିଲା । ପ୍ରେମିକ କଥା ଉପରେ ବିଶ୍ୱାସ କରି ନାବାଳିକା ଜଣଙ୍କ ଗତ ଶୁକ୍ରବାର ପରିବାର ମୋହ ଛାଡ଼ି ଚାଲିଆସିଥିଲେ । ନାବାଳିକାଙ୍କ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରି ନ ପାଇବା ପରେ ସୁନାଖଳା ଥାନାରେ ଅଭିଯୋଗ କରିଥିଲେ। ମାତ୍ର ପୁଲିସ ଏ କ୍ଷେତ୍ରରେ ସେଭଳି ଆନ୍ତରିକତା ଦେଖାଇ ନ ଥିବା ଅଭିଯୋଗ ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଅନ୍ୟ ପକ୍ଷରେ ପ୍ରେମୀ ଯୁଗଳ ଏଣେ ତେଣେ ବୁଲାବୁଲି କରିବା ପରେ ଲୋକେଶ୍ୱରପୁରସ୍ଥିତ ରମେଶ ଘରକୁ ଫେରିଥିଲେ। ଏହା ପରେ ରମେଶଙ୍କ ପରିବାର ଲୋକଙ୍କ ତରଫରୁ ଉଭୟଙ୍କ ବିବାହ ନେଇ ଆଜି ସମୟ ଧାର୍ଯ୍ୟ ହୋଇଥିଲା। ତେବେ ରମେଶ ଫୋନରେ ନାବାଳିକାଙ୍କ ପରିବାର ଲୋକଙ୍କୁ ବିବାହରେ ଯୋଗଦେବାକୁ କହିଥିଲା । ସନ୍ଧ୍ୟାରେ ରମେଶ ଓ ନାବାଳିକାଙ୍କ ମଧ୍ୟରେ ଲୋକେଶ୍ୱର ମନ୍ଦିରରେ ବିବାହ ନିମନ୍ତେ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲା। ପୁରୋହିତ, କର୍ତ୍ତା, ପରିବାର ଲୋକ, ସମ୍ପର୍କୀୟ ଘଟଣାସ୍ଥଳରେ ଉପସ୍ଥିତ ଥିବାବେଳେ ଆଉ ଅଳ୍ପ ସମୟ ପରେ ଉଭୟଙ୍କ ହାତଗଣ୍ଠି ପଡ଼ିବାର ଥିଲା । ମାତ୍ର ନାବାଳିକାଙ୍କ ପରିବାର ଲୋକଙ୍କଠାରୁ ଖବର ପାଇ ପୁଲିସ ଓ ଚାଇଲ୍ଡଲାଇନ ସଦସ୍ୟମାନେ ସେମାନଙ୍କ ବିବାହକୁ ବନ୍ଦ କରିଥିଲେ।

ଏ ଘଟଣାରେ ଆର୍ଦଶ ଥାନା ପୁଲିସ ଉଭୟ ପରିବାର ଲୋକଙ୍କ ସମେତ ପ୍ରେମୀ ଯୁଗଳଙ୍କୁ ଥାନା ଅଟକାଇ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି। ନାବାଳିକାଙ୍କ ପରିବାର ଲୋକେ ଝିଅର ବୟସ ୧୬ ହୋଇଥିବା ଦାବି କରୁଥିବାବେଳେ ପ୍ରମିକ ତାଙ୍କୁ ୧୮ ବର୍ଷ ହୋଇଥିବା ଦାବି କରିଛି। ତେଣୁ ବୟସକୁ ନେଇ ପୁଲିସ ଏକ ପ୍ରକାର ଦ୍ୱନ୍ଦ୍ୱରେ ପଡ଼ିଥିବା ଜଣାପଡ଼ିଛି । ତେଣୁ ନାବାଳିକାଙ୍କ ପରିବାର ଲୋକେ ବୟସ ପ୍ରମାଣ ପତ୍ର ଦେଖାଇବା ପରେ ପ୍ରକୃତ ବୟସ କେତେ ତାହା ସ୍ପଷ୍ଟ ହେବା ସମେତ ଆଇନ ଅନୁସାରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଏଏସ୍‌ଆଇ ଅନୁଭା ଦାସ ସୂଚନା ଦେଇଛନ୍ତି । ଚଢାଉ ସମୟରେ ଚାଇଲ୍ଡଲାଇନ ସଦସ୍ୟ ମଣିଲାଲ ସାହୁ, ରଶ୍ମିତା ସାମନ୍ତରାୟ, ମଧୁସୂଦନ ବିଶ୍ୱାଳ ପ୍ରମୁଖ ସାମିଲ ହୋଇଥିବା ଜଣାପଡ଼ିଛି।

   ସମ୍ବନ୍ଧିତ ଖବର


ସମ୍‌ରେ ଅତ୍ୟାଧୁନିକ ସେଂଟ୍ରାଲ୍ ସ୍କିଲ୍ ଲାବ୍ ଉଦ୍‌ଘାଟିତ

କ୍ୟୁଏସ୍ ଏସିଆ ୟୁନିଭର୍ସିଟି ରାଙ୍କିଙ୍ଗ୍‌ରେ ପୁଣି ଥରେ ଆଗରେ ସୋଆ

ଟ୍ୟୁସନ ଯିବା ସମୟରେ ନାବାଳିକାକୁ ଗଣଦୁଷ୍କର୍ମ, ଅଶ୍ଲୀଳ ଭିଡିଓ ତିଆରି କରି ଦେଉଥିଲେ ଧମକ…

ଦିଲ୍ଲୀ ଦଙ୍ଗାରେ ଥିଲେ ବାଂଲାଦେଶୀ, ରୋହିଙ୍ଗ୍ୟା, ଆଇନ ଶୃଙ୍ଖଳାକୁ ଭାଙ୍ଗିବା ପାଇଁ କରୁଥିଲେ ଷଡଯନ୍ତ୍ର…

ଯନ୍ତ୍ରଣାରେ ଛଟପଟ ସାଧାରଣ ଜନତା, ଧକଉଛି ଏନ୍‌ଏଚ୍‌ ପ୍ରକଳ୍ପ

ଏଣିକି ମେଧାବୀଙ୍କୁ ଲାପଟପ୍‌ ବଦଳରେ ମିଳିବ ଟଙ୍କା, ୧୫ ହଜାର ଛାତ୍ରଛାତ୍ରୀ ପାଇବେ ଏତିକି ଟଙ୍କା