ଫେସବୁକ ପ୍ରେମରେ ପ୍ରତାରଣା: ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ କଲା ପ୍ରେମିକ

ଚନ୍ଦ୍ରଶେଖରପୁର ୨୪/୮ : ଫେସବୁକରୁ ଆରମ୍ଭ ହେଲା ବନ୍ଧୁତା ତା ପରେ ପ୍ରେମ । ଶାସ୍ୱତ ପ୍ରେମକୁ ସାତ ଜନ୍ମ ଧରି ବାନ୍ଧି ରଖିବାକୁ ପଣ କରିଥିଲା ପ୍ରେମିକା । କିନ୍ତୁ ସାତ ଜନ୍ମ କଣ ସାତ ମାସ ବି ରହିଲାନି ପ୍ରେମ । ମାସକ ଭିତରେ ସବୁ ସ୍ୱପ୍ନ ଭାଙ୍ଗିଗଲା । ପ୍ରତାରକ ପ୍ରେମିକ ଜଣଙ୍କ ସୁନା ଗହଣା, ଟଙ୍କା ପଇସା ଓ ଏଟିଏମ୍‌ କାର୍ଡ ନେଇ ଚମ୍ପଟ ମାରିଛି । ଖାଲି ସେତିକି ନୁହେଁ ଯୁବତୀ ସହ ବିତାଇ ଥିବା କିଛି ଅନ୍ତରଙ୍ଗ ମୁହୂର୍ତ୍ତ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରିଛି । ଭିଡିଓ ଭାଇରାଲ ହେବା ପରେ ଯୁବତୀ ଜଣଙ୍କ ଏବେ ଚନ୍ଦ୍ରଶେଖରପୁର ଥାନାର ଦ୍ୱାରସ୍ଥ ହୋଇଛନ୍ତି ।

ସୂଚନା ଅନୁଯାୟୀ ଦଶପଲ୍ଲା ଥାନା ଅଞ୍ଚଳର ସୋନାଲି(ଛଦ୍ମନାମ) ଭୁବନେଶ୍ୱର ଯୁକ୍ତ ତିନି ପ୍ରଥମ ବର୍ଷରେ ପଢିବା ସହିତ ଏକ ଏନଜିଓରେ ପାର୍ଟ ଟାଇମ୍‌ କାମ କରୁଥିଲେ । ସେହି ସମୟରେ ଫେସବୁକରେ ଖୋର୍ଦ୍ଧା ଅଞ୍ଚଳର ଭାରତ ପୁଷ୍ପରାଗ ନାମକ ଜଣେ ଯୁବକଙ୍କ ସହ ବନ୍ଧୁତା ସ୍ଥାପନ ହେଲା । ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଭାରତ ସୋନାଲିଙ୍କୁ ବିବାହ କରିବାର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ । ସେମାନଙ୍କ ଅନ୍ତରଙ୍ଗ ମୁହୂର୍ତ୍ତକୁ ସେ ଗୁପ୍ତ କ୍ୟାମେରାରେ ସୁଟ କରିଥିଲେ । ପରେ ସେ ଭିଡିଓ ଭାଇରାଲ କରି ଦେବା ଧମକ ଦେଇ ଟଙ୍କା ଆଦାୟ କରୁଥିଲେ । କିଛିଦିନ ତଳେ ଯୁବତୀଙ୍କୁ ଚନ୍ଦ୍ରଶେଖରପୁରରେ ଥିବା ଏକ ଗେଷ୍ଟ ହାଉସରେ ଆଣି ରଖିଥିଲେ । ମାଡ଼ମାରି ସୁନା ଗହଣା, ଏଟିଏମ ଓ ଟଙ୍କା ପଇସା ନେଇ ତାଙ୍କୁ ଗାଁକୁ ପଠାଇ ଦେଇଥିଲେ । କିଛି ଦିନ ପରେ ପୁଣି ଟଙ୍କା ମାଗିବାରୁ ଯୁବତୀ ଜଣଙ୍କ ରାଜି ହୋଇନଥିଲେ ।

ତେଣୁ ସୋସିଆଲ ମିଡିଆରେ ଉଭୟଙ୍କ ଅନ୍ତରଙ୍ଗ ମୂହୁର୍ତ୍ତର ସବୁ ଭିଡିଓ ଭାଇରାଲ୍‌ କରି ଦେଇଥିଲେ ଏହି ପ୍ରତାରକ ପ୍ରେମିକ ଜଣଙ୍କ । ଯୁବତୀ ଜଣଙ୍କ କିଛି ଉପାୟ ନପାଇ ବାଧ୍ୟ ହୋଇ ନୟାଗଡ ଏସପିଙ୍କ ନିକଟରେ ଅଭିଯୋଗ କରିଥିଲେ । ଏସପି କିଛି କର୍ମଚାରୀମାନଙ୍କ ତତ୍ୱାବଧାନରେ ଯୁବତୀଙ୍କୁ ଚନ୍ଦ୍ରଶେଖରପୁର ଥାନାକୁ ପଠାଇଥିଲେ । ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ହେବା ପରେ ପୁଲିସ ଏକ ମାମଲା ରୁଜୁ କରିବା ସହିତ ଅଭିଯୁକ୍ତକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି ।

   ସମ୍ବନ୍ଧିତ ଖବର


ଆଇପିଏଲ ବେଟିଂ ଚାଲିଥିବାବେଳେ ପୋଲିସର ଚଢାଉ

ଅଭିନେତ୍ରୀଙ୍କ ବିରୋଧରେ ସୋସିଆଲ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ, ଓକିଲଙ୍କ ନାଁରେ ଏତଲା

ହତ୍ୟା କରି ଫେରାର ହୋଇଥିବା ଶେଷଦେବ ଗିରଫ

ରାଜ୍ୟର ଶିଳ୍ପାନୁଷ୍ଠାନ ସମ୍ପର୍କିତ ଡିରେକ୍ଟୋରୀ ‘ଆମ ସମୟର ଶିଳ୍ପ’ ଉନ୍ମୋଚିତ

ପୁଲିସ କବ୍‌ଜାରେ ଗିଲ୍‌ଟି କାଳୁ

ଅନ୍‌ଲାଇନ୍‌ରେ ଆସିଥିବା ମୋବାଇଲ୍‌ ଫୋନ୍‌କୁ ବିକିଦେଲା ଡେଲିଭରୀ ବୟ, ଗ୍ରାହକଙ୍କୁ କହିଲା କ୍ୟାନସଲ୍‌ ହୋଇଛି ଅର୍ଡର