PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂପୁର ଜିଲାର ଢିଙ୍କିଆ ପଞ୍ଚାୟତରେ ଆସନ୍ତା ବର୍ଷ ହେବ ପଞ୍ଚାୟତ ନିର୍ବାଚନ ।
  • ||
  • କୋଭିଡ୍‌ର କେବେ ବି ଅନ୍ତ ହେବ ନାହିଁ, ଭାଇରସ୍ ତାହାର ଚରିତ୍ର ବଦଳାଇବ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ବଢିଲା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୭୪୨୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ପୁରୀ : ଖଣିରେ ଭାସୁଛି ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ
  • ||
  • ପଦ୍ମପୁର : ସ୍କୁଲ୍ ନାହିଁ ତ ଭୋଟ୍ ନାହିଁ, ଗାଁ ମୁଣ୍ଡରେ ପୋଷ୍ଟର ଲଗାଇ ଭୋଟ ବର୍ଜନ ପାଇଁ ଘୋଷଣା କଲେ ଗ୍ରାମବାସୀ
  • ||
  • ଯାଜପୁର : ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ
  • ||
  • ଭୁବନେଶ୍ଵର : ଆଜି ଘନ କୁହୁଡ଼ି, ୨୮ରୁ ଶୀତ ଲହରୀ
  • ||
  • ଭୁବନେଶ୍ଵର : ଦେଶ ପାଳନ କରୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ଦୁନିଆ ଦେଖିବ ଭାରତର ଶକ୍ତି
  • ||

ଶ୍ରୀମନ୍ଦିର ରତ୍ନସିଂହାସନ ଫଟୋ ଭାଇରାଲ ହେବା ଘଟଣା, ଫେସବୁକ୍‌ରେ ପୋଷ୍ଟ କରିଥିବା ଯୁବକଙ୍କୁ ପୁଲିିସର ନୋଟିସ୍

ପୁରୀ, ୩୦/୦୫: ଶ୍ରୀମନ୍ଦିର ରତ୍ନସିଂହାସନରେ ଅଧିଷ୍ଠିତ ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଫେସବୁକ୍‌ରେ ଭାଇରାଲ ହେବା ଘଟଣାର ପୁଲିସ ତଦନ୍ତ ଆରମ୍ଭ ହୋଇଛି । ଏହି ଫଟୋକୁ ଭାଇରାଲ କରିଥିବା ଫେସବୁକ୍‌ରେ ପ୍ରେରକ ଅରିଜିତ ଚନ୍ଦ୍ରଙ୍କୁ ସିଂହଦ୍ୱାର ପୁଲିସ ନୋଟିସ ପଠାଇଛି । ପୁଲିସ ତଦନ୍ତରେ ସହଯୋଗ କରିବାକୁ ନୋଟିସରେ ସୂଚନା ରହିଛି ।

ଅନ୍ୟପକ୍ଷରେ ଶ୍ରୀମନ୍ଦିର ସେବାୟତମାନେ ଫେସବୁକରେ ପୋଷ୍ଟ ହୋଇଥିବା ଫଟୋକୁ ନକଲି ଥିବା ନେଇ ଅଭିଯୋଗ ଆଣିଛନ୍ତି । ଶ୍ରୀମନ୍ଦିର ପ୍ରଶାସନ ଏହି ଫଟୋ ସମ୍ପର୍କରେ ଅଭିଜ୍ଞ ସେବାୟତଙ୍କ ସହ ବିଚାର ବିମର୍ଶ ନ କରି ପୁଲିସରେ ମାମଲ ଦେଇ ପ୍ରଶାସନ ସେବାୟତଙ୍କୁ ଅପମାନିତ କରିଛି ବୋଲି ବରିଷ୍ଠ ସେବାୟତମାନେ କହିଛନ୍ତି ।

ଏହି ଫଟୋ ରଥ ଉପରେ ଅଧିଷ୍ଠିତ ଚତୁର୍ଦ୍ଧାମୂର୍ତ୍ତିଙ୍କର । ଫଟୋରେ ରାମକୃଷ୍ଣଙ୍କୁ ବାଦ ଦେଇ ରତ୍ନସିଂହାସନରେ ଭ୍ରମ ସୃଷ୍ଠି କରାଯାଇଛି ବୋଲି ବରିଷ୍ଠ ସେବକମାନେ ଅଭିଯୋଗ କରିଛନ୍ତି । ଶ୍ରୀମନ୍ଦିର ପ୍ରଶାସନ ଏଥିପ୍ରତି ସଚେତନ ନ ହେବା ଦୁଃଖଦ ଘଟଣା ବୋଲି ସେବାୟତମାନେ ବିଚାର କରୁଛନ୍ତି । ଅନ୍ୟପକ୍ଷରେ ଶ୍ରୀମନ୍ଦିର ପ୍ରଶାସନ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଶେଷଜ୍ଞଙ୍କ ସହାୟତାରେ ଫଟୋଟି ଅସଲି ନା ନକଲି ସେନେଇ ଅନୁଧ୍ୟାନ କରୁଥିବା ଖବର ମିଳିଛି ।