PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନୋଟିସ, ଘୁଞ୍ଚିଲା +୨ ପରୀକ୍ଷା
  • ||
  • ମହାରାଷ୍ଟ୍ରରେ ମର୍ମନ୍ତୁଦ ଦୁର୍ଘଟଣା: କାଠ ବୋଝେଇ ଟ୍ରକକୁ ଧକ୍କା ଦେବାପରେ ଡିଜେଲ ଟ୍ୟାଙ୍କରରେ ଲାଗିଲା ନିଆଁ, ୯ ଜଣ ଜୀବନ୍ତ ଦଗ୍ଧ
  • ||
  • ସରେଣ୍ଡର୍ କଲେ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ, ୩୪ ବର୍ଷ ପୂର୍ବ ରୋଡ୍‌ ରେଜ୍‌ ମାମଲାରେ ହୋଇଛି ବର୍ଷେ ସଶ୍ରମ କାରାଦଣ୍ଡ
  • ||
  • ଭୁବନେଶ୍ଵର : ରାସନ ସାମଗ୍ରୀ ବଣ୍ଟନରେ ଅନିୟମିତତା ଅଭିଯୋଗ, ସ୍ଥିତି ସମୀକ୍ଷା କଲେ ବିଏମ୍ସି ମେୟର ସୁଲୋଚନା ଦାସ
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ଜଗନ୍ନାଥ ନଗରରେ ବୋମା ମାଡ଼
  • ||
  • ନୂଆଦିଲ୍ଲୀ : ୨୭ ମାସ ପରେ ଜେଲ୍‌ରୁ ମୁକୁଳିଲେ ଆଜମ ଖାନ, ସ୍ଵାଗତ କଲେ ଶିବପାଳ ଯାଦବ
  • ||
  • ଭୁବନେଶ୍ଵର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୦ ପଜିଟିଭ୍ ଚିହ୍ନଟ
  • ||
  • ସିବିଆଇ ପଞ୍ଝାରେ ପୁଣି ଲାଲୁ ପ୍ରସାଦ : ରେଲୱେ ନିଯୁକ୍ତିରେ ଦୁର୍ନୀତି ଅଭିଯୋଗ, ୧୭ଟି ଠିକଣାରେ ଚାଲିଛି ରେଡ୍
  • ||

ୟୁଜର୍ସଙ୍କୁ ଇ-ମେଲ୍ ଏବଂ ପାସଓ୍ବାର୍ଡ ମାଗୁଛି ଫେସ୍ବୁକ୍, ଜାଣନ୍ତୁ ପୂରା ମାମଲା…

ଦୁନିଆର ସବୁଠୁ ବଡ଼ ସୋସିଆଲ ମିଡ଼ିଆର ପ୍ଲାର୍ଟଫର୍ମ ଫେସବୁକ୍ ଗତ କିଛି ଦିନ ହେବ ନିଜ ୟୁଜର୍ସଙ୍କୁ ତାଙ୍କ ପର୍ସନାଲ ଇ-ମେଲ୍ ଏବଂ ପାସଓ୍ବାର୍ଡ ମାଗୁଛି। ସୋମବାର ମିଳିଥିବା ରିପୋର୍ଟ ଅନୁସାରେ ଫେସବୁକର କିଛି ୟୁଜର୍ସଙ୍କର ଲଗିନ୍ ସ୍କିନ୍ ଉପରେ ଇ-ମେଲର ପାସଓ୍ବାର୍ଡ ଦେବା ପାଇଁ ମ୍ୟାସେଜ୍ ଆସୁଥିଲା। ସେଥିରେ ସେହି ଇ-ମେଲ ଆଇଡିର ପାସଓ୍ବାର୍ଡ ଦେବାକୁ କହିଥିଲା ଯେଉଁଥିରେ ତୁମେ ନିଜେ ଫେସବୁକ୍ ଆକାଉଣ୍ଟ ତିଆରି କରିଛି।

ଏହି କଥା ସେତେବେ​‌ଳେ ସାମ୍ନାକୁ ଆସିଲା ଯେତେବେଳେ ଜଣେ ଟ୍ବିଟର ୟୁଜର୍ସ ଫେସବୁକର ମ୍ୟାସେଜରେ ଏକ ସ୍କ୍ରିନ ସେୟାର କରିଥିଲେ। ମ୍ୟାସେଜରେ ଲେଖାଥିଲା କି, ଫେସବୁକ୍ ଚଲାଇବା ପାଇଁ ଆପଣଙ୍କୁ ନିଜର ଇ-ମେଲର ଦୃଢ଼ୀକରଣ ଜରୁରୀ ଅଟେ। ଏହା ପରେ ୟୁଜର୍ସକୁ ନିଜ ଇ-ମେଲର ପାସଓ୍ବାର୍ଡ ଭରିବା ପାଇଁ ଏକ ଫର୍ମ ଦିଆଯାଉଛି। ଏହି ମ୍ୟାସେଜ ପରେ ଲୋକମାନେ ଫେସବୁକ୍ ଉପରେ ବହୁତ ଆଲୋଚନା କରିଛନ୍ତି।

ଏହି ବାବଦରେ ଫେସବୁକର ପ୍ରବକ୍ତା ଦ ଡେଲିବିଷ୍ଟଙ୍କୁ କହିଛନ୍ତି କି, ଏହି ପ୍ରକ୍ରିୟା ଅଧିକ ଦିନ ପର୍ଯ୍ୟନ୍ତ ଚାଲିବ ନାହିଁ। ଫେସବୁକ୍ ଅନୁସାରେ ପାସଓ୍ବାର୍ଡ କହିବା ମ୍ୟାସେଜ୍ ବହୁତ କମ୍ ୟୁଜର୍ସଙ୍କ ପାଖିକୁ ଆସିଛି। ଏଥିରେ ଅଧିକରୁ ଅଧିକ ନୂଆ ୟୁଜର୍ସ ଅଛନ୍ତି ଯେଉଁମାନେ ଫେସବୁକକୁ ଡେଷ୍କଟପରେ ଇ-ମେଲ୍ ଠିକଣାରେ ଲଗଇନ୍ କରିଛନ୍ତି। ଯିଏ କି ଓଏୟୁଟିଏଚ୍ କୁ ସପୋର୍ଟ କରିନାହାନ୍ତି। ଓଏୟୁଟିଏଚ୍ ଏକ ଷ୍ଟାଣ୍ଡାର୍ଡ ସିକ୍ୟୁରିଟି ପ୍ରୋଟୋକୋଲ୍ ଯେଉଁଥିରେ ଗୁଗୁଲ୍, ଅମେଜନ୍, ଟ୍ବିଟର ଏବଂ ଫେସବୁକ୍ ବ୍ୟବହାର କରାଯାଏ। ଏହି ତୃତୀୟ ପାର୍ଟି କ୍ଳାଇଟ୍ସକୁ ବିନା ପାସସ୍ବାର୍ଡ ଦେଇ କିଛି ତଥ୍ୟ ପ୍ରବେଶ କରିବାକୁ ଦିଏ।

ଏହା ବି ଜାଣିବା ଦରକାର କି, ଫେସବୁକ୍ ଏବେ ମ୍ୟାସେଜ କରିବା ବନ୍ଦ କରିଦେଇଛି।

ସମ୍ବନ୍ଧିତ ଖବର