ଲଞ୍ଚ ହେବ ଫେସବୁକର ଏହି ଖାସ୍ ଫିଚର : ଏବେ ଗୁଜବ ଏବଂ ନକଲି ପୋଷ୍ଟ ଉପରେ ଲାଗିବ ଲଗାମ୍

ନୂଆଦିଲ୍ଲୀ ୧୭।୪ : ଗୋଟିଏ ପଟେ ସମଗ୍ର ଦେଶ କରୋନା ଭାଇରସ ରୋକିବା ପାଇଁ ମିଳିତ ଭାବେ କାର୍ଯ୍ୟ କରୁଥିବାବେଳେ ଅନ୍ୟ ପଟେ ଏହା ସହ ଜଡିତ ମିଥ୍ୟା ଖବର ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହେବାରେ ଲାଗିଛି। ହ୍ବାଟସ୍ ଆପ୍ ଏବଂ ଟ୍ୱିଟର ପରି ସୋସିଆଲ୍ ମିଡିଆ କମ୍ପାନୀଗୁଡିକ ଏହି ନକଲି ପୋଷ୍ଟ ଏବଂ ଗୁଜବ ଯାଞ୍ଚ କରିବା ପାଇଁ ନିଜ ନିଜ ସ୍ତରରେ କାର୍ଯ୍ୟ କରୁଛନ୍ତି। ଏହି ଆଧାରରେ ଏବେ ଫେସବୁକ୍ ମଧ୍ୟ ଗେଟ୍ସ ଫ୍ୟାକ୍ଟ ନାମକ ଏକ ନୂତନ ଫିଚର ଆଣିଛି, ଯାହା ଦ୍ବାରା ଉପଭୋକ୍ତାମାନେ କୋଭିଡ -୧୯ ସହ ଜଡିତ ନକଲି ପୋଷ୍ଟକୁ ଲାଇକ୍ କଲେ Anti-misinformation ଅର୍ଥାତ୍ ଭୁଲ ତଥ୍ୟର ମ୍ୟାସେଜ ମିଳିବ।

ଫେସବୁକ୍ ସିଇଓ ମାର୍କ ଜୁକରବର୍ଗ କହିଛନ୍ତି ଯେ ମିଥ୍ୟା ଖବରକୁ ରୋକିବା ପାଇଁ ନିରନ୍ତର କାର୍ଯ୍ୟ କରୁଛୁ। ଲୋକଙ୍କୁ ସଠିକ୍ ସୂଚନା ପହଞ୍ଚାଇବା ଆମର ଦାୟିତ୍। ସେ ଆହୁରି ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ପ୍ରାୟ ୧୨ ଟି ଦେଶରେ ୬୦ ରୁ ଅଧିକ FACT ଚେକ୍ କମ୍ପାନୀ ସହଯୋଗରେ ୫୦ ଟି ଭାଷାରେ ନକଲି ସୂଚନା ବନ୍ଦ କରିବୁ। ଏହା ସହିତ ଯଦି ସତ କିମ୍ବା ମିଥ୍ୟା ସୂଚନା ଉପରେ ଏକ ଟ୍ୟାଗ୍ ମଧ୍ୟ ଲଗାଯିବ।

ନକଲି ଖବର ଯାଞ୍ଚ କରିବା ପାଇଁ କମ୍ପାନୀ ଶୀଘ୍ର ଗେଟ୍ ଫ୍ୟାକ୍ଟ ଫିଚର ଉପସ୍ଥାପନ କରିବାକୁ ଯାଉଛି । ଏଥି ସହିତ, କମ୍ପାନୀ କହିଛି ଯେ ଏପର୍ଯ୍ୟନ୍ତ ଭୁଲ ତଥ୍ୟ ଆମ ବ୍ୟବହାରକାରୀଙ୍କ ନିକଟରେ ପହଞ୍ଚିଛି, ଆମେ ତାଙ୍କୁ ନୋଟିଫିକେସନ ପଠାଇ ସେମାନଙ୍କୁ ସଠିକ୍ ସୂଚନା ପଠାଇବୁ। WHO ଅଫିସିଆଲ୍ ସାଇଟ୍ ପରିଦର୍ଶନ କରିବାକୁ ମଧ୍ୟ ପରାମର୍ଶ ଦେବୁ।

MyGov ନିକଟରେ ସୋସିଆଲ ମିଡିଆ କମ୍ପାନୀ ଫେସବୁକ୍ ସହିତ ମିଳିତ ଭାବରେ ଉପଭୋକ୍ତାମାନଙ୍କ ପାଇଁ କରୋନା ହେଲ୍ପଡେସ୍କ ଚାଟ୍ବବଟ ଲଞ୍ଚ କରିଥିଲା। ଉପଭୋକ୍ତାମାନେ ଏହି ଚାଟବଟରେ କରୋନାଭାଇରସ ସମ୍ବନ୍ଧୀୟ ସମସ୍ତ ପ୍ରକାର ସୂଚନା ପାଇପାରିବେ। ମାଇଗୋଭ୍ ର ଅଫିସିଆଲ୍ ପେଜ୍ ମାଇଗୋଭ୍ କରୋନା ହବ୍ ଫେସବୁକର ପ୍ଲାଟଫର୍ମରେ ରହିଛି, ଯେଉଁଥିରେ ଏହି ଭାଇରସ ସମ୍ବନ୍ଧୀୟ ସମସ୍ତ ସୂଚନା ଉପଲବ୍ଧ ରହିଛି।

   ସମ୍ବନ୍ଧିତ ଖବର


ବନ୍ଧା ହେବେ ବୁଲା ଷଣ୍ଢ, ଗାଈଙ୍କୁ ମାଫ୍‌ – ସଫଳ ହୋଇପାରୁନି ବୁଲା ଗୋରୁମୁକ୍ତ ସହର ଅଭିଯାନ

ଦୃଢ ଇଚ୍ଛା ଶକ୍ତି- ୫୬ ବର୍ଷରେ ମାଟ୍ରିକ ପାସ୍‌ କଲେ ଆଶାକର୍ମୀ

ସିଂହଦ୍ୱାରରେ ହେବନି ବଡ଼ବଡୁଆ ଡାକ

ଯାତ୍ରା କଳାକାରଙ୍କ ରୋଜଗାରର ଭିନ୍ନ ଉପାୟ

ଫାଣ୍ଡି ଅଧିକାରୀଙ୍କ ଗୁଣ୍ଡାଗିରି ଅଭିଯୋଗ -ବାବୁ କହିଥିଲେ ୨ ବାଡ଼ି ଦେ,ଅବସ୍ଥା ସଙ୍ଗିନ କଲେ କନେଷ୍ଟବଳ

ମହାଜାଲିଆତି -ମିଛ ମାପଦଣ୍ଡରେ ଆକାଶଛୁଆଁ ବେପାର