ସାରା ବିଶ୍ବରେ ଫେସବୁକ୍ ଡାଉନ୍: ହ୍ବାଟସଆପ୍,ଇନଷ୍ଟାଗ୍ରାମ ଓ ଟ୍ବିଟର ପ୍ରଭାବିତ

ନୂଆଦିଲ୍ଲୀ,୧୪।୪: ସୋସିଆଲ ନେଟଓ୍ବାର୍କି ସାଇଟ୍ ଫେସବୁକ୍ ରବିବାର ସାରା ବିଶ୍ବରେ ଏକ ପ୍ରକାର ଅଚଳ ହୋଇଯାଇଛି। ଭାରତରେ କିଛି ଉପଭୋକ୍ତଙ୍କୁ ତାଙ୍କର ଡେସ୍କଟପ୍ ଓ ଲାପଟପରେ ଫେସବୁକ୍ ଖୋଳିବାରେ ସମସ୍ୟା ହୋଇଥିଲା। ତେବେ ମୋବାଇଲରେ ଏହା ଠିକ୍ ଭାବରେ କାମ କରିଥିଲା। ଫେସବୁକରେ ଆସିଥିବା ଏହି ସମସ୍ୟା ସମ୍ପର୍କରେ ଖବର ଦେଇଥିବା ଓ୍ବେବସାଇଟ୍ ଡାଉନ ଡିଟେକ୍ଟର ଅନୁସାରେ, ଭାରତରେ ଅପରାହ୍ନ୪ଟା ବେଳେ ଫେସବୁକରେ ଏଭଳି ସମସ୍ୟା ଦେଖିବାକୁ ମିଳିଥିଲା। ଡାଉନ୍ ଡିଟେକ୍ଟରର ରିପୋର୍ଟ ଅନୁସାରେ ଫେସବୁକରେ ଆସିଥିବା ଏହି ସମସ୍ୟାର ପ୍ରଭାବ ସବୁଠାରୁ ଅଧିକ ଆମେରିକା, ମାଲେସିଆ ଏବଂ ତୁର୍କୀରେ ଦେଖିବାକୁ ମିଳିଥିଲା।

source: https://www.nicepng.com

କେବଳ ଫେସବୁକ୍ ନୁହେଁ ହ୍ବାଟସଆପ୍ ଓ ଇନଷ୍ଟାଗ୍ରାମ ବ୍ୟବହାର କରୁଥିବା ୟୁଜରଙ୍କୁ ମଧ୍ୟ ଏଭଳି ସମସ୍ୟା ଦେଇ ଗତି କରିବାକୁ ପଡିଥିଲା। ଫେସବୁକରେ ଏଭଳି ସମସ୍ୟା ପୁର୍ବେ ଦେଖିବାକୁ ମିଳିଛି। ​‌ସେ ସମୟରେ ଏହା ଘଣ୍ଟା ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରହିଥିଲା। କିଛି ବି ଆକ୍ସେସ କରିବା ସମ୍ଭବ ହୋଇନଥିଲା। ଲୋକମାନେ ଟ୍ବିଟ୍ କରି ନିଜର ସମସ୍ୟା ରଖିଥିଲେ।