୧ଜୁନ୍ରୁ ପ୍ରତି ଶନିବାର ବନ୍ଦ ରହିବ ବ୍ୟାଙ୍କ୍, ଜାଣନ୍ତୁ ପୁରା ଘଟଣା…

ନୂଆଦିଳ୍ଳୀ ୨୧।୪: ଏବେ କିଛି ଦିନ ହେବ ସୋସିଆଲ ମିଡ଼ିଆରେ ଏକ ଖବର ବାରମ୍ବାର ଭାଇରାଲ ହେବାରେ ଲାଗିଛି କି, ଯେଉଁଥିରେ ଦାବି କରାଯାଉଛି ଯେ ରିଜର୍ବ ବ୍ୟାଙ୍କ ଅଫ୍ ଇଣ୍ଡିଆର ନୂଆ ଆଦେଶ ଅନୁସାରେ ଏବେ ସପ୍ତାହରେ ପାଞ୍ଚ ଦିନ ବ୍ୟାଙ୍କ ଖୋଲା ରହିବ। ଗୋଟିଏ ଦିନ ବଦଳରେ ଦୁଇ ଦିନ ବନ୍ଦ ରହିବ। ଏହି ଖବର ଭାଇରାଲ ହେବା ପରେ କିଛି ବ୍ୟକ୍ତି ବ୍ୟାଙ୍କକୁ ଯାଇ ଅଧିକାରୀଙ୍କ ସହ ଏହି ବିଷୟରେ ପଚରାଉଚରା କରିଛନ୍ତି।

ତେବେ ଏହି ନିୟମ ଅନୁସାରେ ୧ଜୁନ୍ରୁ ବ୍ୟାଙ୍କ ସପ୍ତାହରେ ପାଞ୍ଚ ଦିନ ଖୋଲିବ। ଶନିବାର ଓ ରବିବାର ଦିନ ବ୍ୟାଙ୍କ ବନ୍ଦ ରହିବ। ଛୁଟିଦିନକୁ ନେଇ କୈାଣସି ପ୍ରକାର ନିଷ୍ପତ୍ତି ନିଆଯାଇ ନାହିଁ।

ରିଜର୍ବ ବ୍ୟାଙ୍କ ଏକ ସାମ୍ବାଦିକ ସମ୍ମିଳନୀରେ କହିଛି ଯେ, ମିଡ଼ିଆର ଏକ ବର୍ଗରେ ଏହି ପ୍ରକାର ରିପୋର୍ଟ ଆସିଛି କି ରିଜର୍ବ ବ୍ୟାଙ୍କର ନିର୍ଦେଶ ପରେ ବାଣିଜ୍ୟିକ ବ୍ୟାଙ୍କରେ ସପ୍ତାହରେ ପାଞ୍ଚ ଦିନ ଖୋଲା ରହିବ। ଏହା ସହିତ ଏମିତି ବି ସ୍ପଷ୍ଟ କରାଯାଇଛି ଯେ, ଏହି ସୂଚନା ତଥ୍ୟାତ୍ମକ ଭାବେ ସତ୍ୟ ନୁହେଁ। ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି କି ରିଜର୍ବ ବ୍ୟାଙ୍କ ଏହିଭଳି କୈାଣସି ନିର୍ଦେଶ ଜାରୀ କରିନାହିଁ। ଏହା ସମ୍ପର୍ଣ୍ଣ ମିଥ୍ୟା ଖବର ବୋଲି ରିଜର୍ବ ବ୍ୟାଙ୍କ ସୂଚନା ଦେଇଛି।

ଅପରପକ୍ଷରେ ଜାଣିବା ଦରକାର କି, ୨୦୧୫ରେ ରିଜର୍ବ ବ୍ୟାଙ୍କ ନିଷ୍ପତ୍ତି ନେଇଥିଲା କି ବ୍ୟାଙ୍କ ଗୋଟିଏ ମାସରେ ଦୁଇଟି ଶନିବାର ବନ୍ଦ ରହିବ। ଏହି ନିୟମ ଅନୁସାରେ, ପ୍ରତି ମାସର ଦ୍ବିତୀୟ ଓ ଚତୁର୍ଥ ଶନିବାର ବ୍ୟାଙ୍କ ବନ୍ଦ ରହିବ। ଯଦି ଗୋଟିଏ ମାସରେ ପାଞ୍ଚ ଶନିବାର ହେବ, ତେବେ ଦ୍ବିତୀୟ ଏବଂ ଚତୁର୍ଥ ଶନିବାର ବ୍ୟାଙ୍କ ବନ୍ଦ ରହିବ ଏବଂ ପ୍ରଥମ, ତୃତୀୟ ଏବଂ ପଞ୍ଚମ ଶନିବାର ବ୍ୟାଙ୍କ ଖୋଲା ରହିବ।

   ସମ୍ବନ୍ଧିତ ଖବର


ବିଜେପି ସାଂସଦଙ୍କ ଦାବି: ଟିଏମସିର ୬୨ ବିଧାୟକ ଆମ ସହ ଯୋଗାଯୋଗରେ ଅଛନ୍ତି, ଡିସେମ୍ବର ୧୫ ସୁଦ୍ଧା ଭାଙ୍ଗିଯିବ ମମତା ସରକାର

ରୁଚି ସୋୟାର ମ୍ୟାନେଜିଂ ଡାଇରେକ୍ଟର ହେଲେ ରାମଦେବଙ୍କ ଭାଇ ରାମଭରତ, ବାର୍ଷିକ ନେବେ ଏତେ ଟଙ୍କା…

କ୍ଷମତା ବାହାରେ ଭାରତ-ପାକିସ୍ତାନ କ୍ରିକେଟ ମ୍ୟାଚ୍‌, ଏମିତି କାହିଁକି କହିଲେ ICCର ନୂତନ ଅଧ୍ୟକ୍ଷ

‘କୋଭିସିଲ୍ଡ’ର ପାର୍ଶ୍ଵ ପ୍ରତିକ୍ରିୟା ଅଭିଯୋଗକୁ ସେରମ ଇନ୍‌ଷ୍ଟିଚ୍ୟୁଟ୍‌ର ଖଣ୍ଡନ, ସ୍ବେଚ୍ଛାସେବୀଙ୍କୁ ୧୦୦ କୋଟି ଟଙ୍କାର ମାନହାନୀ ଧମକ

କରୋନାରେ ରାଜସମନ୍ଦ ବିଜେପି ବିଧାୟକ କିରଣ ମାହେଶ୍ୱରୀଙ୍କର ନିଧନ

୧ ଡିସେମ୍ବରରୁ ହେଉଛି ଏହି ୫ ବଡ ପରିବର୍ତ୍ତନ, ଜାଣନ୍ତୁ ଲାଭରେ ରହିବେ ନା ସହିବେ କ୍ଷତି