ଭୁବନେଶ୍ବର ରେଲଓ୍ବେ ଷ୍ଟେସନରେ ଅଗ୍ନିକାଣ୍ଡ

ଭୁବନେଶ୍ବର୧/୨: ଭୁବନେଶ୍ବର ରେଲୱେ ଷ୍ଟେସନରେ ଅଗ୍ନିକାଣ୍ଡ ହୋଇଛି । ଷ୍ଟେସନରେ ଥିବା ଯାତ୍ରୀ ବିଶ୍ରାମଗାର ବାହାରେ ନିଆଁ ଲାଗିଛି । ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ସକାଳ ପ୍ରାୟ ୮ଟାରେ ହଠାତ୍ ନିଆଁ ଲାଗିଥିବା ଜଣାପଡିଛି । ବିଶ୍ରାମ ଗୃହ ଭିତରେ ଧୂଆଁ ପଶିଯିବାରୁ ବାହାରକୁ ବାହାରି ଆସିଥିଲେ ଯାତ୍ରୀ । ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ ।