ପୁରୀ-ହାଟିଆ ତପସ୍ୱିନୀ ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ, ଜଳିଗଲା ୩ଟି ବଗି

ପୁରୀ: ପୁରୀ-ହାଟିଆ ତପସ୍ୱିନୀ ଏକ୍ସପ୍ରେସ୍‌ରେ ଶୁକ୍ରବାର ଅପରାହ୍ନରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। ଏହି ଅଗ୍ନିକାଣ୍ଡରେ ଏକ୍ସପ୍ରେସ୍‌ର ୩ଟି ବଗିରେ ନିଆଁ ଲାଗି ଯାଇଥିବା ସୂଚନା ରହିଛି। ତେବେ, ଜାଣିବାକୁ ମିଳିଛି ଯେ ଟ୍ରେନ୍‌ରେ ନିଆଁ ଲାଗିବା ବେଳକୁ ଟ୍ରେନ୍‌ଟି ପୁରୀ ଷ୍ଟେସନର ୪ ନମ୍ବର ପ୍ଳାଟଫର୍ମରେ ଛିଡ଼ା ହୋଇଥିଲା। ଟ୍ରେନଟିକୁ ସଫେଇ କାର୍ଯ୍ୟ ପାଇଁ ଛିଡ଼ା କରାଯାଇଥିବା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିଲା।

୨, ୩ ଓ ୪ ନମ୍ବର ସ୍ଲିପର୍‌ କୋଚରେ ନିଆଁ ଲାଗିଥିବା ବେଳେ ୪ ନମ୍ବର ସ୍ଲିପର କୋଚ୍‌ ସଂପୂର୍ଣ୍ଣ ଜଳିଯାଇଛି। ଏହି ୩ଟି କୋଚ୍‌ରେ ଥିବା ସମସ୍ତ ଜିନିଷ ଜଳିପୋଡ଼ି ପାଉଁଶ ହୋଇଯାଇଛି। ଟ୍ରେନ୍‌ର ୩ଟି ବଗିରେ ନିଆଁ ଲାଗିବା ପରେ ଅନ୍ୟ ସବୁ ବଗିଟିକୁ ଟ୍ରେନ୍‌ରୁ ବାହାର କରି ଦିଆଯାଇଛି। ଉଲ୍ଲେଖଯୋଗ୍ୟ କି , ଟ୍ରେନ୍‌ରେ କୌଣସି ଯାତ୍ରୀ କିମ୍ବା ରେଳ କର୍ମଚାରୀ ନଥିବାରୁ କେହି ମୃତାହତ ହୋଇନାହାନ୍ତି।

ଖବର ପାଇଁ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାମ ଆରମ୍ଭ କରିଥିଲା। ୩ଟି ଦମକଳ ନିୟୋଜିତ ହେବା ପରେ ନିଆଁକୁ ଆୟତ୍ତ କରାଯାଇଥିବା ସୂଚନା ରହିଛି। ଅଗ୍ନିକାଣ୍ଡର କାରଣ ଏଯାବତ୍‌ ସ୍ପଷ୍ଟ ହୋଇନାହିଁ।

   ସମ୍ବନ୍ଧିତ ଖବର


‘ଦାଦାବଟିକୁ ନା’ ଅଭିଯାନ: ଦାଦାବଟି ମାଗି ବନ୍ଧା ହେଲେ ୬ ସାମ୍ବାଦିକ, ୩୧ ହଜାର ଟଙ୍କା ଜବତ

ଚୋରା ଦେଶୀ ଓ ବିଦେଶୀ ମଦ ଜବତ, ଦୁଇ ଗିରଫ

ସୁନା ବନ୍ଧକ ନାଁରେ ଠକେଇ: ୨ ସୁନା ଦୋକାନୀ ଓ ଜଣେ ଠକ ଗିରଫ

ମନ୍ଦିର ଖୋଲିବାକୁ ନିଆରା ପ୍ରୟାସ: ଆଇସ୍‌କ୍ରିମ୍‌ କାଠିରେ ଦୁର୍ଗାମୁଖା, ଦିଆସିଲି କାଠିରେ ଶ୍ରୀଜଗନ୍ନାଥ ତିଆରି କଲେ ଦୁଇ ଛାତ୍ର

ଏଥର ସିଲଭର୍ ସିଟିରେ ଅଲୋଡା ପଡ଼ିବ ଚେଚିସ୍ ‌! ଟ୍ରଲି, ଡାଲା ଅଟୋରେ ମା’ଙ୍କୁ ଦିଆଯିବ ମେଲାଣି

ବିବାହିତାଙ୍କୁ ପ୍ରେମ କରି ଠକି ଚମ୍ପଟ୍ ମାରିଥିଲେ ଲମ୍ପଟ ପ୍ରେମିକ, ଧରାପଡି ଜେଲ୍‌ ଗଲା ଯୁବକ