PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର : ଭିଜିଲାନ୍ସ ପଞ୍ଝାରେ OCCL ସିନିୟର ମ୍ୟାନେଜର, ଆୟ ବର୍ହିଭୁକ୍ତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ଗଞ୍ଜାମ: ରାତି ଅଧରେ ବିଭତ୍ସ ହତ୍ୟା, ଶୋଇଥିବା ବେଳେ ଯୁବକଙ୍କୁ ହାଣିବା ପରେ ମୁହଁକୁ ପଥରରେ ଛେଚି ହତ୍ୟା
  • ||
  • ଖୋର୍ଦ୍ଧା: ସଦର ଥାନା ତାପଙ୍ଗ ଗ୍ରାମରେ ଖୁଦୁରୁକୁଣୀକୁ ନେଇ ଗଣ୍ଡଗୋଳ ଜଣକୁ ହତ୍ୟା
  • ||
  • ଭୁବନେଶ୍ୱର: ୨୪ ଘଣ୍ଟା ମଧ୍ୟରେ ଆଉ ୫୧୦ ଜଣ ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୦ ହଜାର ପାର୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୪୧କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ଖୋଲା ଡ୍ରେନ୍‌ରେ ଛାତ୍ର ଭାସିଯିବା ଘଟଣା, ୧୮ ଘଣ୍ଟା ପରେ ଠାବ ହେଲା ରାଜାଙ୍କ ମୃତଦେହ
  • ||
  • ବୁର୍ଲା : ଭିସୁଟ୍‌ରେ ପଶିଲା କରୋନା, କୁଳପତିଙ୍କ ସମେତ ୨ ଛାତ୍ର ଆକ୍ରାନ୍ତ ଚିହ୍ନଟ
  • ||
  • ଭୁବନେଶ୍ୱର : ଆଗାମୀ ୧୦ ଦିନ ମଧ୍ୟରେ ବଙ୍ଗୋପସାଗରରେ ଏକାଧିକ ଘୁର୍ଣ୍ଣିବଳୟର ସୃଷ୍ଟି, ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||
  • ଅନୁଗୁଳ : ବନ୍ଦ କ୍ୱାର୍ଟର୍ସରେ ଲୁଚାଇ ରଖିଥିଲେ, ଏକ୍ସପାରି ହେବା ପରେ ରାତାରାତି ଗାଡ଼ି ଗାଡ଼ି ଔଷଧ ଫିଙ୍ଗି ଦେଲେ…
  • ||
  • ପୁରୀ : ଆଜି ଶ୍ରୀମନ୍ଦିରରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା
  • ||
  • ପିପିଲି : ଆଜିଠୁ ଜମିବ ଉପନିର୍ବାଚନ ପ୍ରଚାର, ମଇଦାନକୁ ଓହ୍ଲାଇବେ ତିନି ଦଳର ଷ୍ଟାର ପ୍ରଚାରକ
  • ||

ଭୟାବହ ଅଗ୍ନିକାଣ୍ଡ; ଜଳିଗଲା ୧୨୦ ବଖରା, ୫୦ ପରିବାର ସର୍ବସ୍ୱାନ୍ତ

ଠାକୁରଗଡ଼/ଆଠମଲ୍ଲିକ,୧୨ା୪(ଆପ୍ର): ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ୍‌ର ଆମ୍ବସରମୁଣ୍ଡା ପଞ୍ଚାୟତ ଭୋଗରା କୋଡ଼ାସାହିରେ ଶୁକ୍ରବାର ମଧ୍ୟାହ୍ଣରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୫୦ ପରିବାରର ୧୨୦ ବଖରା ଘର ଛାରଖାର ହୋଇ ଯାଇଥିବା ବେଳେ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ନିଆଁ ମୁହଁରେ ଯାଇଛି । ପ୍ରଶାସନ ପକ୍ଷରୁ କ୍ଷୟକ୍ଷତି ଆକଳନ କରାଯାଇଥିବା ବେଳେ ବିପନ୍ନ ପରିବାରକୁ ପ୍ରାଥମିକ ଭାବେ ରନ୍ଧାଖାଦ୍ୟ ଓ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଥିଲା । ବିଦ୍ୟୁତ୍‌ ସର୍ଟ ସର୍କିଟ୍‌ ଅଥବା ରୋଷେଇ ବେଳେ ରନ୍ଧନ ଗ୍ୟାସ୍‌ ସିଲିଣ୍ଡର ଫାଟି ନିଆଁ ଚାରି ଆଡ଼କୁ ବ୍ୟାପୀ ଥିବା ଆଶଙ୍କା କରାଯାଇଛି ।
ପୂର୍ବାହ୍ନ ୧୦ଟାରେ ଗ୍ରାମର ଛବି ପଧାନଙ୍କ ଘରୁ ପ୍ରଥମେ ନିଆଁ ଉଠିଥିଲା । ପରେ ତାଙ୍କ ଘରେ ଗ୍ୟାସ୍‌ ସିଲିଣ୍ଡର ଫାଟି ୩ ବଖରା ଜଳି ଯାଇଥିଲା । ଚାହୁଁ ଚାହୁଁ ପଡ଼ୋଶୀ ବାସୁଦେବ ପ୍ରଧାନ, ପବିତ୍ର ପ୍ରଧାନ, ଦୁର୍ଜନ ବେହେରା, ଅର୍ଜୁନ ବେହେରା, ନିରଞ୍ଜନ ପ୍ରଧାନ, ରବି ପ୍ରଧାନ, ଛବି ପ୍ରଧାନ, ରାଜୁ ମାଝି, ମଲ୍ଲି ମାଝି, ପଦ୍ମଲୋଚନ ପ୍ରଧାନ, ଜଗବନ୍ଧୁ ପ୍ରଧାନ, ସୁରେଶ ପ୍ରଧାନ, ଘନ ଦେହୁରୀ, ବାବୁଲା ପ୍ରଧାନ, ଭଜ ଦେହୁରୀ, ମୁରଲି ଦେହୁରୀ, ବିଦେଶୀ ଦେହୁରୀ, ମୁରଲି ଦେହୁରୀ, ବ୍ରଜ ଦେହୁରୀ, ମହାଦେଇ ଦେହୁରୀ ପ୍ରମୁଖଙ୍କ ଚାଳକୁ ନିଆଁ ବ୍ୟାପୀଥିଲା । ପ୍ରବଳ ଉତ୍ତାପ ଓ ପବନର ଗତି ତୀବ୍ର ହେବାରୁ ଘରୁ କୌଣସି ଜିନିଷ ଉଦ୍ଧାର କରାଯାଇପାରି ନଥିଲା । ନିଆଁ ଲିଭାଇବା ସ୍ଥାନୀୟ ଲୋକଙ୍କ ପକ୍ଷେ ଅସାଧ୍ୟ ହୋଇ ପଡ଼ିଥିଲା । ଚାହୁଁ ଚାହୁଁ ଶତାଧିକ ବଖରା ପୋଡ଼ି ଧ୍ୱଂସସ୍ତୂପରେ ପରିଣତ ହୋଇଥିଲା । ବିଳମ୍ବରେ ଦମକଳ ବାହିନୀ ପହଞ୍ଚିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ଗ୍ରାମବାସୀଙ୍କ ସହଯୋଗରେ ବହୁ କଷ୍ଟରେ ନିଆଁକୁ ଆୟତ୍ତ କରାଯାଇପାରିଥିଲା ।
ଅଗ୍ନିକାଣ୍ଡରେ ବିପନ୍ନ ପରିବାର ମଧ୍ୟରୁ ଅଧିକାଂଶ ଦିନ ମଜୁରିଆ । ମୂଲମଜୁରି କରିବାକୁ ବାହାରକୁ ଯାଇଥିବା ବେଳେ ହଠାତ୍‌ ଏ ଅଗ୍ନିକାଣ୍ଡ ହେବାରୁ ଘର ଭିତରୁ କୌଣସି ସାମଗ୍ରୀ ଉଦ୍ଧାର କରିବା ସେମାନଙ୍କ ପକ୍ଷେ ସମ୍ଭବ ହୋଇନଥିଲା । ଘରେ ଥିବା ଧାନ, ଚାଉଳ ଆସବାବ ସମେତ ଜରୁରି କାଗଜପତ୍ର ପାଉଁଶ ହୋଇଯାଇଛି । ରାଜସ୍ୱ ବିଭାଗ ସୁପରଭାଇଜର ରଶ୍ମିରଞ୍ଜନ ହୋତା, ରାଜସ୍ୱ ନିରୀକ୍ଷକ ବିଶ୍ୱଜିତ୍‌ ମୁଦୁଲି ତୁରନ୍ତ ଗ୍ରାମରେ ପହଞ୍ଚି କ୍ଷୟକ୍ଷତି ଆକଳନ କରିବାସହ ଅଗ୍ନିବିପନ୍ନଙ୍କୁ ରନ୍ଧାଖାଦ୍ୟ ବ୍ୟବସ୍ଥା କରିଥିଲେ । ତହସିଲ ପକ୍ଷରୁ ସେମାନଙ୍କୁ ପଲିଥିନ୍‌ ଯୋଗାଇ ଦିଆଯାଇଛି । ଆଠମଲ୍ଲିକ ତହସିଲଦାର ବାସୁଦେବ ମହାପାତ୍ର, ବିଡିଓ ସଞ୍ଜୟ କୁମାର ଆଚାର୍ଯ୍ୟ, ସୁପରଭାଇଜର ରଶ୍ମିରଞ୍ଜନ ହୋତା ପରିସ୍ଥିତି ଅନୁଧ୍ୟାନ କରିଥିଲେ ।

ସମ୍ବନ୍ଧିତ ଖବର