ଏପରି ଶରୀରରୁ ହଟାନ୍ତୁ ଡେଡ୍‌ ସ୍କିନ୍‌ -କରନ୍ତୁ ତ୍ୱଚା ଉଜ୍ୱଳ

ଆଜିକାଲି ପ୍ରାୟ ଗୃହିଣୀ କର୍ମଜୀବୀ । ତେଣୁ ଘର ଓ ବାହାର ଉଭୟ ଦୁନିଆକୁ ଦେଖିବାକୁ ପଡୁଛି । ଅନ୍ୟପଟେ ପରିବେଶର ପ୍ରଭାବ । ଏସବୁର ପ୍ରଭାବ ତ୍ୱଚା ଉପରେ ଦେଖିବାକୁ ମିଳିଥାଏ । ବାରମ୍ବାର ବଦଳୁଥିବା ପାଣିପାଗ ଯୋଗୁ ତ୍ୱଚା କଳା ପଡିବା ସହ କୋଷିକାଗୁଡିକ ମରିଯାଇଥାନ୍ତି ।

ସେହିପରି ସମୟ ବ୍ୟବଧାନରେ ତ୍ୱଚାର ଯତ୍ନ ନ ନେବା ଦ୍ୱାରା ମଧ୍ୟ ଏପରି ସମସ୍ୟା ସୃଷ୍ଟି ହୋଇଥାଏ । ଏହାବ୍ୟତୀତ ବୟସ ବୃଦ୍ଧି ଓ ପ୍ରଦୂଷଣ ମଧ୍ୟ ଡେଡ୍‌ ସ୍କିନ୍‌ର ଅନ୍ୟତମ କାରଣ । ଆସନ୍ତୁ ଜାଣିବା ଘରୋଇ ଉପାୟରେ କିପରି ତ୍ୱଚାରୁ ଡେଡ୍‌ ସ୍କିନ୍‌ ହଟାଇପାରିବା ।  ପ୍ରଥମେ ଅମୃତଭଣ୍ଡାକୁ ଗ୍ରାଇଣ୍ଡରରେ ହାଲ୍‌କା ପେଶି ନିଅନ୍ତୁ । ଅନ୍ୟ ଏକ ଜାର୍‌ରେ ଓଟ୍ସ ଗୁଣ୍ଡ କରିନିଅନ୍ତୁ । ଏବେ ଏକ ପାତ୍ରରେ ଓଟ୍ସ ଓ ଅମୃତଭଣ୍ଡାକୁ ମିଶାଇ ଦିଅନ୍ତୁ । ଏବେ ଏହି ମିଶ୍ରଣରେ ବାଦାମ ତେଲ ମିଶାନ୍ତୁ । ସ୍କ୍ରବ୍‌ ପ୍ରସ୍ତୁତ । ଏହାକୁ ତ୍ୱଚାରେ ଲଗାଇବା ପୂର୍ବରୁ ତ୍ୱଚାକୁ ହାଲକା ଓଦା କରି ନିଅନ୍ତୁ ।

ଏବେ ଏହି ସ୍କ୍ରବ୍‌କୁ ତ୍ୱଚାରେ ଲଗାଇ ହାଲ୍‌କା ହାତରେ ମାଲିସ୍‌ କରନ୍ତୁ । କିଛି ସମୟ ମାଲିସ୍‌ କରିବା ପରେ ହାଲ୍‌କା ଉଷୁମ ପାଣିରେ ତ୍ୱଚାକୁ ସଫା କରି ନିଅନ୍ତୁ । ମନେ ରଖନ୍ତୁ ସ୍କ୍ରବିଂ କରିବା ପରେ ତ୍ୱଚାରେ ସାବୁନ ବା ଫେସ୍‌ୱାଶ୍‌ ବ୍ୟବହାର କରିବେ ନାହିଁ ।  ଏକ କପ୍‌ ଉଷୁମ ପାଣିରେ ଗ୍ରୀନ୍‌ ଟି ବ୍ୟାଗ୍‌ ପକାଇ ଏଥିରେ ଏକ ଚାମଚ ମହୁ ମିଶାନ୍ତୁ । ଏହି ପାଣିକୁ ତ୍ୱଚାରେ ମାଲିସ୍‌ କରନ୍ତୁ । କିଛି ସମୟ ପରେ ତ୍ୱଚାକୁ ସଫା ଓ ମୁଲାୟମ୍‌ ଟାୱାଲରେ ପୋଛି ନିଅନ୍ତୁ । ଏବେ ଥଣ୍ଡା ପାଣିରେ ମୁହଁ ଧୋଇ ନିଅନ୍ତୁ ।  ଏକ ଚାମଚ ମହୁରେ ଅଧା ଚାମଚ ଚିନି ମିଶାନ୍ତୁ । ଏହି ମିଶ୍ରଣକୁ ନେଇ ତ୍ୱଚାରେ ସ୍କ୍ରବ୍‌ କରନ୍ତୁ । ପରେ ଥଣ୍ଡା ପାଣିରେ ଧୋଇ ନିଅନ୍ତୁ । ଏହି ସ୍କ୍ରବ କରନ୍ତୁ

   ସମ୍ବନ୍ଧିତ ଖବର


ସପିଂ ମଲ୍‌ର ଟ୍ରାଏଲ୍ ରୁମ୍‌ରେ ଏମିତି ବି ହୁଏ ! ପରିସ୍ରା ଗନ୍ଧ ବାହାରିବା ସହ ଏହି ସବୁ ଜିନିଷ ବାହାରେ…

କ୍ରିଷ୍ଟାଲ୍ ବଦଳାଇପାରେ ଆପଣଙ୍କ ଭାଗ୍ୟ, ଜାଣନ୍ତୁ ଏହାର ସଠିକ୍‌ ବ୍ୟବହାର

ଆଜିଠୁ ଶାରଦୀୟ ନବରାତ୍ରି ଆରମ୍ଭ, ଏହି ଶୁଭ ମୁହୂର୍ତ୍ତରେ କରନ୍ତୁ ଘଟ ସ୍ଥାପନା

ମାତ୍ର ୩୦୦ ଟଙ୍କାରେ କାରକୁ ରଖନ୍ତୁ ସୁରକ୍ଷିତ

ଏବେ କେହି ବି ନେଇ ପାରିବ ଟର୍ମ ପ୍ଲାନ୍, ଆସିଲା ‘ସରଳ ଜୀବନ ବୀମା’

ଅକ୍ଟୋବର ୧୭ରେ ତୁଳା ରାଶିରେ ପ୍ରବେଶ କରିବେ ସୂର୍ଯ୍ୟ, ଏହି ଦିନ ସ୍ନାନ ଏବଂ ଦାନ କଲେ ମିଳିଥାଏ ପୂଣ୍ୟ