ମନରେଗା ଶ୍ରମିକ ସାଜିଲେ ବଲିଉଡ ଅଭିନେତ୍ରୀ! ଆକାଉଣ୍ଟରୁ ଉଠେଇଲେ ହଜାର ହଜାର ଟଙ୍କା

ଭୋପାଳ, ୧୬/ ୧୦: ମଧ୍ୟପ୍ରଦେଶର ଖରଗାନେ ଜିଲ୍ଲାର ଏକ ଗ୍ରାମ ପଞ୍ଚାୟତରେ ଫିଲ୍ମ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ସହିତ ଅନ୍ୟ ଅଭିନେତ୍ରୀଙ୍କ ଫଟୋ ରୋଜଗାର ଗ୍ୟାରେଣ୍ଟି ନିଯୁକ୍ତି କାର୍ଡରେ ରହିଛି। ଏଭଳି ଜାଲିଆତି କାର୍ଯ୍ୟ ପଞ୍ଚାୟତର ସଚିବ ଓ ରୋଜଗାର ସହାୟକ ମିଶି କରିଥିବା ଅଭିଯୋଗ ରହିଛି।

ଜିଲ୍ଲାରେ ଅନଲାଇନ୍‌ ଜବ କାର୍ଡରେ ଗ୍ରାମୀଣ ମହିଳା ଓ ପୁରୁଷଙ୍କ ଫଟୋ ସ୍ଥାନରେ ଅଭିନେତ୍ରୀଙ୍କ ଫଟୋ ଲାଗିଛି। କେବଳ ଏତିକି ହିଁ ନୁହେଁ କବ କାର୍ଡସ୍‌ରେ ପାରିଶ୍ରମିକ ଅର୍ଥରାଶି ମଧ୍ୟ ଜମା ହୋଇଛି। ଅପରପକ୍ଷେ କିଛି ଲୋକଙ୍କ ଏକଥା ବି ଜଣା ନାହିଁ ଯେ, ତାଙ୍କ ଗ୍ରାମୀଣ କାର୍ଡରେ ପଇସା ଜମା ହେଉଛି। କାହିଁକି ନା ସେମାନ କାମ କରିବାକୁ ଯାଇ ନଥାନ୍ତି ବୋଲି କିଛି ଲୋକ କହିଛନ୍ତି।

ଗ୍ରାମବାସୀଙ୍କ ନିକଟରେ ଯେଉଁ ଜବ କାର୍ଡ ରହିଛି ସେହି କାର୍ଡର କ୍ରମାଙ୍କ ନମ୍ବରରେ ବହୁତ ଫରକ ଅଛି। କିଛି କୃଷକ ଏଭଳିବି ଅଛନ୍ତି ଯେ, ତାଙ୍କ ପାଖରେ ୫୦ ଏକର ଜମି ଥିଲେ ମଧ୍ୟ ତାଙ୍କ ନାମରେ ଥିବା କାର୍ଡରେ ଫିଲ୍ମ ଅଭିନେତ୍ରୀଙ୍କ ଚେହେରା ରହିଥିବା ଜବକାର୍ଡ ରହିଛଇ। ପିପଲଖେଡ଼ା ନାକା ଗ୍ରାମପଞ୍ଚାୟତରେ ୧୫ ଜବ କାର୍ଡ ଏମିତି ଅଛି ଯେଉଁଥିରେ କି ଅଭିନେତ୍ରୀ ମାନଙ୍କର ଫଟୋ ରହିଛି।

ସେହି ଗ୍ରମାର ଜଣେ କୃଷକଙ୍କ ନାମ ମନୋଜ ଦୁବେ। ଯାହାଙ୍କ ପଖରେ ୫୦ ଏକର ଜମି ରହିଛି। ସେ କହିଛନ୍ତି ଯେ, ଜବ କାର୍ଡ ବନେଇ ନାହାନ୍ତି ବା କେବେ ମଜୁରି ଖଟିବାକୁ ଯାଇଛି। ମନ୍ତ୍ରୀ ଓ ସଚିବ ମୋର ନକଲି କାର୍ଡ ବନାଇ ୩୦ ହଜାର ଟଙ୍କା କାଢ଼ି ନେଇଛନ୍ତି। ତାଙ୍କ କାର୍ଡ ଉପରେ ଦିପିକା ପାଦୁକୋନଙ୍କ ଫଟୋ ଲାଗିଥିବା କଥା ସେ କହିଛନ୍ତି ଏଥିସହିତ ଏଭଳି କାର୍ଯ୍ୟକୁ ନେଇ ଅଭିଯୋଗ କରିବେ ବୋଲି କହିଛନ୍ତି। ଅପରପକ୍ଷେ ଏହି ପୂରା ମାମଲାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ଓ ଜିଲ୍ଲା ପଞ୍ଚାୟତର ସିଇଓ ଗୌରବ ବେନଲ କହିଛନ୍ତି।

   ସମ୍ବନ୍ଧିତ ଖବର


ଫେସବୁକ୍ ଲଞ୍ଚ୍ କଲା ନୂଆ ସେବା, ଖୁବ୍ ଶୀଘ୍ର ଆକାଉଣ୍ଟକୁ କରନ୍ତୁ ଚେକ୍

ଚିନ୍ତାର କଥା ! ପରୀକ୍ଷଣ ସମୟରେ କରୋନା ଟିକାରେ ହେଲା ମୃତ୍ୟୁ…

ଟ୍ରେନରେ ଯାତ୍ରା ସମୟରେ ଲଗେଜ୍ ଚିନ୍ତା ଗଲା, ଏଣିକି ଘରେ ପହଞ୍ଚିବ ସାମଗ୍ରୀ

କରୋନାରୁ ରକ୍ଷା କରିବ ଏହି ‘ଛତୁ’–ଷ୍ଟାର୍ଟ ଅପ୍‌ କମ୍ପାନୀ ତିଆରି କଲେ ଇମ୍ୟୁନିଟି ବୁଷ୍ଟର

ଝିଟିପିଟିର ଦାମ୍‌ ୫୫ଲକ୍ଷ ଟଙ୍କା – ଚୋରୀ ହୋଇଯାଇଥିବା ଏହି ଜୀବକୁ ଉଦ୍ଧାର କଲା ପୁଲିସ୍‌ , ୨ଚୋର ଗିରଫ

କରୋନା ଭୟରେ ଏହି ଦେଶରେ ବନ୍ଦ ହେଲା ମାଛ ମାର୍କେଟ୍, ଲାଗିଲା କର୍ଫ୍ୟୁ